Advertisment

ସଙ୍କଟରେ ଗୋଆ କଂଗ୍ରେସ: ୫ ବିଧାୟକ ‘ଗାଏବ’, ଏବେ ଆଉ ୩ ବିଧାୟକଙ୍କ ଉପରେ ବିଜେପିର ନଜର

ମହାରାଷ୍ଟ୍ର ପରେ ଗୋଆରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। ଗୋଆରେ କଂଗ୍ରେସ ସଙ୍କଟର ସମ୍ମୁଖୀନ ହୋଇଛି। ୧୧ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

author-image
Rajalaxmi Sahoo
Political Crisis In Goa

Political Crisis In Goa

ମହାରାଷ୍ଟ୍ର ପରେ ଗୋଆରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। ଗୋଆରେ କଂଗ୍ରେସ ସଙ୍କଟର ସମ୍ମୁଖୀନ ହୋଇଛି। ୧୧ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଏସବୁ ଭିତରେ ଯଦିଓ କଂଗ୍ରେସ ଆକ୍ସନ ମୋଡ୍‌କୁ ଆସିଛି ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ସୂଚନା ଅନୁସାରେ, ଆଉ ୩ କଂଗ୍ରେସ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ ପାଇଁ ପ୍ରୟାସ ଚଳାଇ ଥିବା ଚର୍ଚ୍ଚା ହେଉଛି।

Advertisment

ଗୋଟିଏପଟେ ବିରୋଧୀଦଳ ନେତା ପଦରୁ ମାଇକେଲ ଲୋବୋଙ୍କୁ କଂଗ୍ରେସ ହଟାଇ ଥିବାବେଳେ ଅନ୍ୟପଟେ ବିଦ୍ରୋହର ନେତୃତ୍ୱ ନେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ। ସେପଟେ ଦଳବଦଳ କଟକଣାରୁ ବର୍ତ୍ତିବାକୁ ୮ ବିଧାୟକଙ୍କ ସମର୍ଥନ ଯୋଗାଡ଼ରେ ବିଦ୍ରୋହୀ ଲାଗି ପଡ଼ିଛନ୍ତି। ଏସବୁ ଭିତରେ ସ୍ଥିତି ସମ୍ଭାଳିବା ପାଇଁ ମୁକୁଲ ୱାସନିକଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗୋଆ ପଠାଇଛନ୍ତି। 

କଂଗ୍ରେସର ଅଭିଯୋଗ, ଦଳର ୨ ଜଣ ବିଧାୟକ ମାଇକେଲ ଲୋବୋ ଓ ଦିଗମ୍ବର କାମାତଙ୍କ ସହ ମିଶି ଷଡ଼ଯନ୍ତ୍ର ରଚୁଛନ୍ତି। କଂଗ୍ରେସ ବିଧାୟକ ଦିଗମ୍ବର କାମାତ,  ମାଇକେଲ ଲୋବୋ, କେଦାର ନାଏକ ଓ ଦଲିଲା ଲୋବୋ ଏବେ ବିଦ୍ରୋହୀ ଗୋଷ୍ଠୀର ହୋଇଥିବା ବେଳେ ଆଉ ୩ କଂଗ୍ରେସ ବିଧାୟକଙ୍କ ଉପରେ ବିଜେପିର ନଜର ଥିବା ଚର୍ଚ୍ଚା ହେଉଛି।

Advertisment

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ପାଖରେ ୧୧ ଜଣ ବିଧାୟକ ଅଛନ୍ତି। ସେହିପରି ବିଜେପି ମେଣ୍ଟ ପାଖରେ ୨୫ ଜଣ ବିଧାୟକ ଅଛନ୍ତି। ହେଲେ କଂଗ୍ରେସର ୧୧ ବିଧାୟକଙ୍କ ମଧ୍ୟରୁ ବିରୋଧୀଦଳ ନେତା ମାଇକେଲ ଲୋବୋଙ୍କ ସମେତ ୫ ବିଧାୟକ ବିଜେପିରେ ସାମିଲ ନେଇ ଚର୍ଚ୍ଚା ହେଉଛି। ଫଳରେ ତାଙ୍କୁ ବିରୋଧୀଦଳ ନେତା ପଦରୁ ହଟାଇ ଦିଆଯାଇଛି। ଗୋଆର ରାଜନୈତିକ ସଙ୍କଟ ଆଗକୁ କ’ଣ ହେବ ତାହାକୁ ନେଇ ଏବେ କଳ୍ପାଜଳ୍ପନା ଲାଗି ରହିଛି। 

Political Crisis In Goa Goa Congress
Advertisment
Advertisment