ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଉଚ୍ଚ ବିଦ୍ୟାଳୟ। ୧୯୫୯ ର ଏ ସ୍କୁଲ୍। ସୌଭାଗ୍ୟର କଥା ଏ ସ୍କୁଲ୍ 5t ଅଧୀନକୁ ଆସିଯାଇଛି। ସ୍କୁଲ୍ର ବାହ୍ୟ ଚେହେରା ତ ବଦଳିଯାଇଛି, ଚାଲନ୍ତୁ ଯିବା ଭିତରକୁ ଆଉ ଦେଖିବା ଏଠି କେମିତି କାମ କରୁଛି 5t
କାମାକ୍ଷାନଗର ଉପଖଣ୍ଡ ବାଘମୁଣ୍ଡାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଟି ଜଣେ ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି। ସଂପୃକ୍ତ ଠିକାଦାର କୁଆଡ଼େ ସଂପୂର୍ଣ୍ଣ ବିଲ୍ ପାଇନଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜ ହେପାଜତରେ ରଖିଛନ୍ତି। ଫଳରେ ପିଲାମାନେ ୟା ତା’ ପିଣ୍ଡାରେ ବସି ପାଠ ପଢୁଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିବା ପରେ ସାରା ଭୁବନେଶ୍ୱରରେ ଆଜି ସେଲିବ୍ରେସନର ମାହୋଲ୍। ତେବେ ଗୋଟିଏ ପଟେ ବିଜେଡି କର୍ମୀ ସେଲିବ୍ରେସନରେ ମଜ୍ଜି ଥିବା ବେଳେ ସାଧାରଣ ଲୋକେ ଟ୍ରାଫିକ୍ ଜାମ୍ରେ ଫଶି ବର୍ଷାରେ ଭିଜି ଚାଲି ଚାଲି ଯାଉଥିବା ଲକ୍ଷ୍ୟ କରାଯାଇଛି।...
ଗୁରୁ ସମ୍ମାନର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ଆଜି ବି ସେଇ ପରମ୍ପରା ବଂଚିଛି। ଏମିତି ଅନେକ ଗୁରୁ ଅଛନ୍ତି ଯୋଉମାନଙ୍କ ତ୍ୟାଗ ପାଇଁ ଆଜି ଛାତ୍ରସମାଜକୁ ନୂଆ ଦିଗ୍ଦର୍ଶନ ମିଳିଛି।
କେଉଁଠି ନଈ ପାର ହେବାକୁ ପୋଲ ନାହିଁ ତ ଆଉ କେଉଁଠି ବନ୍ୟା ପାଣିରେ ଧାନଗଛ ସବୁ ପଚି ଗଲାଣି। ଖାଲି ସେତିକି ନୁହେଁ, ୟା ସହ ଦେଖିବା ନକଲି ସାଧୁଙ୍କ ଅସଲି କାରନାମା।
ଆସିଛି ନୂଆଖାଇ। ସଭିଙ୍କ ମନରେ ଉଲ୍ଲାସ। ଖୁସିରେ ଫାଟିପଡୁଛି ଗାଁ ଦାଣ୍ଡ। ଘରେ ଘରେ ଉତ୍ସବର ଆୟୋଜନ।
ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି, ହେଲେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ସ୍ମାର୍ଟ ଅଳିଆ ଗଦା ଦେଖିବାକୁ ମିଳୁଛି। ବିଏମ୍ସି କହୁଛି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ।
ବନ୍ୟା ଛାଡ଼ିଗଲାଣି। ଲୋକେ ବି ଘର ବାହୁଡ଼ା ହେଲେଣି। କିନ୍ତୁ ବନ୍ୟା ପରର ଦୃଶ୍ୟ ଏବେ ବି ହୃଦୟ ବିଦାରକ। କୋଉଠି ବିପଜ୍ଜନକ ଭାବେ ଲୋକେ ଭଙ୍ଗା ପୋଲ ପାର ହେଉଛନ୍ତି ତ ଆଉ କୋଉଠି ପାଣିରେ ବୁଡ଼ିଥିବା ଧାନ ବିଲରୁ ଚାଷୀଟିଏ ଧାନ ଗଛକୁ ଅଣ୍ଡାଳି ହଉଚି।...
କଥାରେ ଅଛି ବାଘ କାମୁଡ଼ାଠୁ ବାଘର ଘୋଷରା ବେଶୀ ବାଧେ। ବନ୍ୟା ପରର ସ୍ଥିତି ଠିକ୍ ସେମିତି। ପାଣି ସିନା କମିଗଲାଣି, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣି ଜମି ରହିବାରୁ ଏବେ ବି ଲୋକେ ଘରୁ ବାହାରି ପାରୁନାହାଁନ୍ତି। ସେଇ ପାଣିରେ ଚାଲିଛି ଲୋକଙ୍କ ନିତ୍ୟକର୍ମ...।...
ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବାଲେଶ୍ୱର ଓ ବାରିପଦାବାସୀଙ୍କ ଆଖିରୁ ଏବେ ନିଦ ଛଡ଼ାଇ ନେଇଛି ଏହି ବନ୍ୟା।
ଲୋକେ ଆଶ୍ୱସ୍ତ, ବନ୍ୟା କମିଲା...କିନ୍ତୁ ଦୁର୍ଦ୍ଦଶା କମିଲାନି...କୋଉଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କୋଉଠି ପୋଲ ଭାଙ୍ଗି ଯାତାୟତ ବ୍ୟାହତ।
ଚଳିତ ବନ୍ୟାରେ ପରିବା ଚାଷ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଲରେ ପରିବା ଫଳିଥିଲେ ବି ପାଣି ଜମି ରହିବାରୁ ସେସବୁ ଉଜୁଡ଼ିବାକୁ ବସିଲାଣି।
ବନ୍ୟା ବିପନ୍ନଙ୍କ ଅବସ୍ଥା କହିଲେ ନସରେ...କୋଉଠି ଲୋକେ ଘର ଛାଡ଼ିବାକୁ ନାରାଜ ତ ଆଉ କୋଉଠି ଗୁଜୁରାଣ ମେଣ୍ଟେଇବାକୁ ବିପଦପୂର୍ଣ୍ଣ ଭାବେ ପୋଲ ପାର ହେଉଛନ୍ତି।
ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି...କାହାକୁ ବି ନିସ୍ତାର ନାହିଁ...ବାସହରା ଲୋକଙ୍କ କଥା କହିଲେ ନସରେ...
ଦେଶ ପାଇଁ ସ୍ୱାଧୀନତା ଆଣିବାକୁ ଆମ ସଂଗ୍ରାମୀମାନଙ୍କୁ ଅନେକ ଯୁଦ୍ଧର ସାମ୍ନା କରିବାକୁ ପଡ଼ିଛି...ଦେଶ ଆଜି ସ୍ୱଧୀନତା ଦିବସ ପାଳନ କରୁଥିବା ବେଳେ ଭାରତୀୟ ଯୁଦ୍ଧ ଜାହାଜ ଗୁଡ଼ିକ ବି ପଛରେ ପଡ଼ିନାହାଁନ୍ତି। ଯିଏ ଯୋଉଠି ମୁତୟନ ଅଛନ୍ତି, ସେଇଠି ପାଳନ କରିଛନ୍ତି ଆଜାଦୀ କା ଅମୃତ ମହୋତ୍ସବ...ଦେଖିବା...
ଆମ ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ...ଚାରି ଆଡ଼େ ଆନନ୍ଦ...ଚାରି ଆଡ଼େ ଉଲ୍ଲାସ...କେଉଁଠି ସମୁଦ୍ର ଭିତରେ ଜାତୀୟ ପତାକା ଉଡୁଚି ତ ଆଉ କେଉଁଠି ରଙ୍ଗ ବେରଙ୍ଗ ଆଲୁଅ କହୁଛି ସ୍ୱାଧୀନତାର କଥା...ଦେଖିବା କିଛି ଝଲକ୍।
ଆସୁଛି ଅଗଷ୍ଟ ୧୫...ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ...ସବୁଠି ଉତ୍ସାହ...ସବୁଠି ଉଲ୍ଲାସ...
ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ ବିଜେପି ଟିମ୍ ମନରେ ଢେର୍ ଉତ୍ସାହ...ଶ୍ରୀ ଶାହଙ୍କୁ ସ୍ୱାଗତ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି।
ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ବିଜେପି ନେତା ଓ କର୍ମୀ ବାଜା ଓ ବାଣର ଆସର ଭିତରେ ମିଠା ବାଣ୍ଟି ଖୁସି ମନାଉଛନ୍ତି।