/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733727650.jpg)
ଗୁଗୁଲ୍ ମ୍ୟାପ ଦେଖି ଫସିଗଲେ ଟ୍ରକ ଡ୍ରାଇଭର୍
ବାରମ୍ବାର ଧୋକ୍କା ଦେଉଛି ଗୁଗୁଲ୍ ମ୍ୟାପ୍। ସାରା ଦେଶରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। କନ୍ଧମାଳ-ଗଂଜାମ ସୀମାନ୍ତ ଗାଜଲବାଡ଼ି ନିକଟ ୫୯ ଜାତୀୟ ରାଜପଥ ଘାଟି ରାସ୍ତାରେ ଏକ ଟ୍ରକ୍ ଗତ ୩ ଦିନ ଧରି ଫଶି ରହିଛି। ଡ୍ରାଇଭର ଜଣକ ମ୍ୟାପ୍ରେ ସର୍ଟକର୍ଟ ରାସ୍ତା ଦେଖି ଯାଉଥିବା ବେଳେ କିଛି ବାଟ ଯିବା ପରେ ଏକ ଘାଟି ରାସ୍ତାରେ ଫଶି ଯାଇଛନ୍ତି। ଆଗକୁ ଅଣଓସାରିଆ ରାସ୍ତା ଥିବାରୁ ମାଲ୍ ବୋଝେଇ ଗାଡ଼ି ଧରି ସେ ଆଉ ଆଗକୁ ଯାଇନପାରି ସେଇ ରାସ୍ତା ଉପରେ ଫଶି ରହିଛନ୍ତି। ତେବେ ଏହା ଏକ ବୁଲାଣି ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିଛି।
ମ୍ୟାପରେ ସର୍ଟକର୍ଟ ରାସ୍ତା ଦେଖି ଘାଟି ଟ୍ରକ ଡ୍ରାଇଭର ଜଣକ ଆଗକୁ ଯାଉଥିଲେ। କିନ୍ତୁ ତାଙ୍କୁ ଜଣାନଥିଲାଯେ, ଏହା ଏକ ଘାଟି ରାସ୍ତା ଏବଂ ଏହି ରାସ୍ତାରେ ଭାରି ଯାନ ଚଳାଚଳକୁ ବାରଣ କରାଯାଇଛି। ଟ୍ରକ୍ ହେଲ୍ପରଙ୍କ କହିବା ଅନୁଯାୟୀ, ରାତି ସମୟ ହୋଇଥିବାରୁ ସେମାନେ କୌଣସି ସ୍ଥାନୀୟ ଲୋକଙ୍କୁ ସଠିକ୍ ରାସ୍ତା ବାବଦରେ ପଚାରିପାରିନଥିଲେ। ଫଳରେ ଗୁଗୁଲ୍ ମ୍ୟାପ୍ର ସାହାରା ନେଇଥିଲେ। ଟ୍ରକ୍ଟି ଘାଟି ରାସ୍ତାର ମୋଡ଼ରେ ଅଟକି ରହିଥିବାରୁ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଅଧିକ ପଢନ୍ତୁ: ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୪୦ରୁ ଅଧିକ ଆହତ
ଖାଲି ସେତିକି ନୁହେଁ, ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଟ୍ରକ ଡ୍ରାଇଭର ଓ ହେଲ୍ପର । ଟ୍ରକ୍ ଡ୍ରାଇଭରଙ୍କୁ ଆମ ପ୍ରତିନିଧି ପଚାରିବା ପରେ ସବୁ କଥା ପଦାକୁ ଆସିଥିଲା। ଡ୍ରାଇଭରଙ୍କ କହିବା ଅନୁଯାୟୀ, ବିଶାଖାପାଟଣାରୁ ଏକ ଚାଉଳ ବୋଝେଇ ଟ୍ରକ ରାୟପୁର ଅଭିମୁଖେ ଯାଉଥିଲା । ଡ୍ରାଇଭର ଜଣକ ଜିପିଏସ ମ୍ୟାପ ଦେଖି ଗାଡି ଚଳାଉଥିଲେ ! ହେଲେ ଜିପିଏସ ମ୍ୟାପ ତାଙ୍କୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଘାଟି ରାସ୍ତାର ସର୍ଟକର୍ଟ ଦେଇ ଯିବା ଲାଗି ରାସ୍ତା ଦେଖାଇଥିଲା । ତେବେ ସେହି ଅଣ ଅସାରିଆ ଘାଟି ରାସ୍ତାରେ କୌଣସି ଭାରି ଯାନ ଯିବା ଲାଗି ନିଷେଧ ରହିଛି ! କିନ୍ତୁ ଜିପିଏସ ମ୍ୟାପ ଦେଖି ଟ୍ରକ ଚାଳକ ଘାଟି ରାସ୍ତାରେ ଗତ ୩ ଧରି ଫସି ରହିଛନ୍ତି । ଟ୍ରକ୍ଟି ଫଛକୁ ଗଡ଼ିବା ଆରମ୍ଭ କରିବା ଏବଂ ବ୍ରେକ୍ କାମ ନକରିବାରୁ ଚକା ତଳେ ବଡ଼ ବଡ଼ ପଥର ଥୋଇ ଅଟକାଯାଇଛି।
ଏଭଳି ପରିସ୍ଥିତିରେ ସେହି ରାସ୍ତା ଦେଇ ଦୈନିକ ଯିବାଆସିବା କରୁଥିବା ଯାତ୍ରୀବାହୀ ବସ ଗୁଡିକ ବୁଲାଣି ରାସ୍ତାରେ ବୁଲି ପାରୁନାହିଁ ! ଫଳରେ ଯାତ୍ରୀବାହୀ ବସ ଚାଳକ ବିପଦପୂର୍ଣ୍ଣ ଭାବେ ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଦେଖିବାକୁ ମିଳିଛି ! ଗୋଟିଏ ପଟେ ଘାଟି ରାସ୍ତାରେ ଟ୍ରକ ଫସି ରହିବା ଅନ୍ୟପଟେ ଘାଟି ରାସ୍ତା ସମ୍ପ୍ରସାରଣ କାମ ହେଉନଥିବା ଯୋଗୁ ଗାଡି ଚାଳକ ଅନେକ ଅସୁବିଧାର ସାମ୍ନା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଦାରିଙ୍ଗବାଡି ଦେଇ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ ସାଙ୍ଗକୁ ପର୍ଯ୍ୟଟକଙ୍କ ଗାଡି ଗୁଡିକ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେବାର ଲାଗିଛି !
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)