ଯେତେବେଳେ ଆପଣ ଶତ୍ରୁର ସାମ୍ନା କରୁଛନ୍ତି, ସେତେବେଳେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ପରିସ୍ଥିତିରେ ଧର୍ଯ୍ୟ ଏବଂ ସଂଯମତା ବଜାୟ ରଖିବା ଉଚିତ୍ । କାରଣ ଏହା ଆପଣଙ୍କୁ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ । କୌଣସି କଥାକୁ ସଠିକ୍ ବିଚାର ନକରି ପଦକ୍ଷେପ ନେବା ଅତ୍ୟନ୍ତ କ୍ଷତିକାରକ ହୋଇପାରେ ।
Author: Prasan Subudhi | Credit: Canva
ଚାଣକ୍ୟ ନୀତିରେ କୁହାଯାଇଛି ଯେ ଶତ୍ରୁକୁ ପରାସ୍ତ କରିବା ପାଇଁ ପ୍ରଥମେ ତା’ର ଦୁର୍ବଳତା ଜାଣିବା ଅତ୍ୟନ୍ତ ଜରୁରୀ । ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁର୍ବଳତା ଥାଏ । ଯଦି ଆପଣ ସେଗୁଡ଼ିକୁ ବୁଝିପାରିଛନ୍ତି, ତେବେ ଆପଣ ସହଜରେ ଶତ୍ରୁକୁ ପରାସ୍ତ କରିପାରିବେ । ଏଥିପାଇଁ ଶତ୍ରୁର ଆଚରଣ, କାର୍ଯ୍ୟଶୈଳୀ ଏବଂ ଅଭ୍ୟାସକୁ ଧର୍ଯ୍ୟର ସହିତ ବିଶ୍ଳେଷଣ କରିବା ଆବଶ୍ୟକ ।
Author: Prasan Subudhi | Credit: Canva
କୌଣସି ନିଷ୍ପତ୍ତି କିମ୍ବା କାର୍ଯ୍ୟ କରିବା ପୂର୍ବରୁ ସଠିକ୍ ସମୟକୁ ଅପେକ୍ଷା କରିବା ଉଚିତ୍ । ଯଦି ଆପଣ ସମୟ ପୂର୍ବରୁ କିମ୍ବା ପରେ ପଦକ୍ଷେପ ନିଅନ୍ତି, ତେବେ ଆପଣ ସଫଳତା ପାଇପାରିବେ ନାହିଁ । ତେଣୁ ଶତ୍ରୁ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସଠିକ୍ ସମୟର ଅପେକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Author: Prasan Subudhi | Credit: Canva
ବେଳେବେଳେ ଅନ୍ୟମାନଙ୍କ ସାହାଯ୍ୟ ନେବା ଆବଶ୍ୟକ । ଯଦି ଶତ୍ରୁ ଶକ୍ତିଶାଳୀ, ତେବେ ଆପଣ ଏକାକୀ ସାମ୍ନା କରିପାରିବେ ନାହିଁ। ଏଭଳି ପରିସ୍ଥିତିରେ ଆପଣ ଜଣେ ବିଶ୍ୱସ୍ତ ବ୍ୟକ୍ତି କିମ୍ବା ସହଯୋଗୀର ସାହାଯ୍ୟ ନେବା ଉଚିତ୍ । ଏହା କେବଳ ଆପଣଙ୍କ ଶକ୍ତି ବୃଦ୍ଧି କରିବ ତାହା ନୁହେଁ ବରଂ ଶତ୍ରୁକୁ ପରାସ୍ତ କରିବାର ସମ୍ଭାବନା ମଧ୍ୟ ବଢ଼ାଇବ ।
Author: Prasan Subudhi | Credit: Canva
ଚାଣକ୍ୟ ନୀତିରେ କୂଟନୀତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଯଦି ଆପଣ ପ୍ରତ୍ୟକ୍ଷ ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିପାରିବେ ନାହିଁ, ତେବେ କୂଟନୈତିକ ପଦ୍ଧତିକୁ ବ୍ୟବହାର କରନ୍ତୁ । କୂଟନୀତି ଦ୍ୱାରା ଆପଣ ଶତ୍ରୁକୁ ଦୁର୍ବଳ କରି ପାରିବେ କିମ୍ବା ତାକୁ ନିଜ ସପକ୍ଷରେ ଆଣିପାରିବେ ।
Author: Prasan Subudhi | Credit: Canva
ଆପଣଙ୍କର ଯାହା କିଛି ଅର୍ଥ ବା ସମ୍ବଳ ଅଛି, ସେଗୁଡ଼ିକୁ ସଠିକ୍ ଏବଂ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ଉଚିତ୍ । ତାହା ଟଙ୍କା ହେଉ, ସେନା ହେଉ କିମ୍ବା ମାନସିକ ଶକ୍ତି । ଏହାଦ୍ୱାରା ଶତ୍ରୁକୁ ପରାସ୍ତ କରିବା ସହଜ ହୋଇଥାଏ ।
Author: Prasan Subudhi | Credit: Canva
ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଶତ୍ରୁକୁ ଦ୍ୱନ୍ଦ୍ୱରେ ରଖିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି । ଯଦି ଶତ୍ରୁ ଆପଣଙ୍କର ଯୋଜନା ଏବଂ ଉଦ୍ଦେଶ୍ୟ ବୁଝିଯାଆନ୍ତି, ତେବେ ଆପଣଙ୍କୁ ପରାସ୍ତ କରିବା ତାଙ୍କ ପାଇଁ ସହଜ ହୋଇପାରେ । ତେଣୁ ଆପଣ ନିଜ ଯୋଜନାକୁ ଗୁପ୍ତ ରଖିବା ଉଚିତ୍ ।
Author: Prasan Subudhi | Credit: Canva
ଶତ୍ରୁ ପାଖରେ ନିଜର ଦୁର୍ବଳତାକୁ ଲୁଚାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଶତ୍ରୁ ଆପଣଙ୍କର ଦୁର୍ବଳତା ବିଷୟରେ ଜାଣିଯାଏ, ସେ ଏହାର ଫାଇଦା ଉଠାଇ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ତେଣୁ ନିଜର ଦୁର୍ବଳତାକୁ କେବେବି ପ୍ରକାଶ କରିବେ ନାହିଁ ।
Author: Prasan Subudhi | Credit: Canva
କାହାକୁ ବି ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ । ବିଶେଷ କରି ଯେତେବେଳେ ଆପଣ ଶତ୍ରୁ ସାମ୍ନାରେ ଅଛନ୍ତି । କୌଣସି ବି ପରିସ୍ଥିତିରେ କାହାକୁ ବିଶ୍ୱାସ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଉଚିତ୍ । କାରଣ ବେଳେବେଳେ ଏହି ବିଶ୍ୱାସ ହିଁ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।
Author: Prasan Subudhi | Credit: Canva
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ନିଜର କୌଣସି ଗୋପନ କଥା ଶତ୍ରୁ ଆଗରେ ପ୍ରକାଶ କରନ୍ତୁ ନାହିଁ। ବିଶ୍ୱାସ ଜନ୍ମାଇବାକୁ ବଂଧୁ ଭଳି ବ୍ୟବହାର ଦେଖାନ୍ତୁ।