ସାଉଦି ଆରବର ଇନଭେଷ୍ଟମେଂଟ ଫୋରମରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜକୁ ଶାନ୍ତି ସ୍ଥାପନକାରୀ ବୋଲି କହିଛନ୍ତି । ଶାନ୍ତି ସ୍ଥାପନକାରୀ ଭାବେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତେଜନାକୁ ହ୍ରାସ କରାଇଥିବା ଦାବି କରିଛନ୍ତି । ତାଙ୍କ ପ୍ରଶାସନ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାରେ ଏବଂ ସମ୍ଭାବ୍ୟ ଆଣବିକ ଯୁଦ୍ଧକୁ ରୋକିବାରେ ସଫଳ ହୋଇଥିଲା ବୋଲି କହିଛନ୍ତି ।
ଏହି ଅବସରରେ ସେ ଭାରତ ଓ ପାକିସ୍ତାନ ମିଳିତ ଭାବେ ଏକ ରାତ୍ରୀ ଭୋଜନ ଆୟୋଜନ କରିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି । ଯାହା ଭାରତ-ପାକିସ୍ତାନ ମଧ୍ୟରେ ଉତେଜନାକୁ ହ୍ରାସ କରିବ । ଏହି ଇଭେଂଟରେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ, ଟେସଲା ସିଇଓ ଏଲନ ମସ୍କ ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ପ୍ରମୁଖ ଉପସ୍ଥିତ ଥିଲେ ।
ଟ୍ରମ୍ପ କହିଛନ୍ତି, ଆମେରିକା ପକ୍ଷରୁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଆଲୋଚନା କରିବା ପରେ ଦିଲ୍ଲୀ ଓ ଇସଲାମାବାଦ ଏବେ ଏକାଠି ହେଉଛନ୍ତି । ଗତ କିଛି ଦିନ ପୂର୍ବରୁ ଐତିହାସିକ ଭାବେ ମୋ ପ୍ରଶାସନ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରିଥିଲା । ମୁଁ ସେମାନଙ୍କ ସହ ବାଣିଜ୍ୟ କରିବାକୁ ଚାହୁଁଛି । ସେମାନେ ଆସନ୍ତୁ କିଛି ବାଣିଜ୍ୟକୁ ନେଇ ଡିଲ୍ କରିବା ବୋଲି ଭାରତ ଓ ପାକିସ୍ତାନକୁ ଅପିଲ କରି କହିଛନ୍ତି ଯେ, ପରମାଣୁ ମିସାଇଲର ବାଣିଜ୍ୟ କରିବା ନାହିଁ ।
Also Read
କିଛି ଏମିତି ବାଣିଜ୍ୟ କରିବା, ଯାହା ଆପଣମାନେ ବହୁତ ସୁନ୍ଦର ଭାବେ କରିପାରିବେ । ଆଶା କରୁଛି ଏହି ଲିଡରସିପ୍ ଆଗକୁ ଜାରି ରହିବ । ଭବିଷ୍ୟତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନହାନୀ ହେବାରୁ ଆମେ ବଂଚାଇ ଦେଇଛୁ ବୋଲି ଟ୍ରମ୍ପ କହିଛନ୍ତି ।
ଅଧିକ ପଢ଼ନ୍ତୁ: ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ସ୍ୱରୂପ ଭାରତ କରିଥିଲା ‘ଅପରେସନ ସିନ୍ଦୂର’ । ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ନିପାତ ହୋଇଥିଲେ । କିନ୍ତୁ ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଭାରତ ମଧ୍ୟ ଏହାର କଡା ଜବାବ ଦେଉଥିଲା । ତେବେ ମେ ୧୦ ତାରିଖରେ ନୂଆଦିଲ୍ଲୀ ସ୍ପଷ୍ଟ କରିଥିଲା ଯେ, ଉଭୟ ସେନା ପକ୍ଷରୁ ସିଧାସଳଖ ଆଲୋଚନା ହେବା ପରେ ହିଁ ଭାରତ ଅସ୍ତ୍ରବିରତି ବନ୍ଦ କରିବା ପାଇଁ ରାଜି ହୋଇଥିଲା ।
ତୃତୀୟ ପକ୍ଷର ମଧ୍ୟସ୍ଥତା ଚାହୁଁନି ବୋଲି ଭାରତ କହିଥିଲା । ପରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ଉଭୟ ଭାରତ ଓ ପାକିସ୍ତାନ ସହ ଆଲୋଚନା କରିବେ ବୋଲି ପ୍ରସ୍ତାବ ଦେଇଥିଲେ, ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା । କାଶ୍ମୀର ସମସ୍ୟାର ସମାଧାନ କେବଳ କୂଟନୈତିକ ସ୍ତରରେ ହିଁ ହୋଇପାରିବ ବୋଲି ଭାରତ କହିଥିଲା ।
ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ