ରାଜାରାଜୁଡ଼ା ସମୟରୁ ଦଶପଲ୍ଲା ଜଙ୍ଗଲରୁ ମହାବାହୁଙ୍କ ରଥ ନିର୍ମାଣ ପାଇଁ କାଠ ଯାଇଥାଏ। ବିଧିମୁତାବକ ଶ୍ରୀପଞ୍ଚମୀ ପୂର୍ବରୁ ରଥକାଠ ପହଞ୍ଚିଯାଏ ରଥଖଳାରେ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ।
Published By: Prasan Subudhi
Last updated: 21 January 2023, 05:17 PM IST
ରଥକାଠ ଅନୁକୂଳ ପୂର୍ବରୁ ଯଥାରୀତି ପୂଜାର୍ଚ୍ଚନା ଚାଲିଛି।
ରଥକାଠ ବୋଝେଇ ଗାଡ଼ିକୁ ଭଜନ କୀର୍ତ୍ତନ ସହ ବାଟ କଢ଼େଇ ନିଆଯାଉଛି।
ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି ସୁସଜ୍ଜିତ ରଥ କାଠ ଗାଡ଼ି ।
ଜୟ ଜଗନ୍ନାଥ ଧ୍ୱନୀ ସହ ରଥକାଠ ଗାଡ଼ିକୁ ବିଦାୟ ଦିଆଯାଉଛି।