Baby care tips in winter

ନବଜାତ ଶିଶୁମାନଙ୍କୁ ସ୍ନାନ କରିବା ଜରୁରୀ। କିନ୍ତୁ ଶୀତଦିନରେ ପ୍ରତିଦିନ ସ୍ନାନ ନକରି ପ୍ରତି ଦୁଇ କିମ୍ବା ତିନି ଦିନରେ ସେମାନଙ୍କୁ ସ୍ନାନ କରିପାରିବେ।

ଶିଶୁର ଚର୍ମକୁ ମଶ୍ଚରାଇଜ୍ ରଖିବା ପାଇଁ ଦିନକୁ ଦୁଇଥର ମଶ୍ଚରାଇଜର ବ୍ୟବହାର କରନ୍ତୁ। ତେବେ ମଶ୍ଚରାଇଜର ବ୍ୟବହାର କରିବା ପୂର୍ବରୁ, ଡାକ୍ତରଙ୍କଠାରୁ ଅନୁମତି ନେବା ଜରୁରୀ।

ଶୀତରୁ ରକ୍ଷା କରିବା ପାଇଁ ଶିଶୁକୁ ଗରମ ପୋଷାକ ପିନ୍ଧାଇବା ଉଚିତ। କାରଣ ପିଲାଟି କିଛି କହିପାରୁନଥିବାରୁ ଶୀତ ହେଲେ ସେ କାନ୍ଦିବା ଆରମ୍ଭ କରେ।

ଅତ୍ୟଧିକ ଥଣ୍ଡା ଯୋଗୁ ପିଲା ଉପରେ ରେଜେଇ କିମ୍ବା କମ୍ବଳ ଲଦନ୍ତୁ ନାହିଁ। ପିଲାକୁ ଏପରି ଘୋଡ଼ାନ୍ତୁ ଯେପରି ସେ ସହଜରେ ଶ୍ୱାସ ନେଇ ପାରିବ।

ପୂରା ନିବୁଜ କୋଠରୀରେ ପିଲାକୁ ଶୁଆନ୍ତୁ ନାହିଁ । ଏହା ଦ୍ୱାରା ପିଲାଟି ଅଣନିଶ୍ୱାସୀ ଅନୁଭବ କରିପାରେ। ଏଥିସହ ନିଦରୁ ଉଠିବା ପରେ ପିଲାଟି ଚିଡ଼ଚିଡ଼ା ହୋଇପାରେ।

ଶୀତ ଦିନେ ନିହାତି ଆବଶ୍ୟକ ନଥିଲେ ପିଲାକୁ ବାହାରକୁ ନେଇ ବୁଲାବୁଲି କରନ୍ତୁନି। ବିଶେଷ କରି ଖୋଲାଗାଡ଼ିରେ ଯାତାୟତ କରୁଥିଲା ବେଳେ ଆବଶ୍ୟକ ଯତ୍ନ ନିଅନ୍ତୁ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଥଣ୍ଡା ଯୋଗୁ ପିଲାଟି ନିଶ୍ୱାସ ନେବା ବେଳେ ଘଡ଼ଘଡ଼ ଶବ୍ଦ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।