Advertisment

Justice B R Gavai's Journey : ସଂଘର୍ଷ ଦେଲା ସଫଳତା, CJI ଙ୍କ ମାଆ କହିଲେ 'ମୋ ପୁଅ ମୁକ୍କଦର କା ସିକନ୍ଦର'

ଜଷ୍ଟିସ ବି ଆର ଗବାଇ ସୁପ୍ରିମକୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ସେ ଦଳିତ ବର୍ଗର ଦ୍ୱିତୀୟ ବ୍ୟକ୍ତି ଯିଏ ପ୍ରଧାନ ବିଚାରପତି ହୋଇଛନ୍ତି । ଏହାସହ ସେ ବୌଦ୍ଧ ଧର୍ମର ପ୍ରଥମ CJI ମଧ୍ୟ । ତାଙ୍କର କଠିନ ପରିଶ୍ରମ ବିଷୟରେ କହି ପ୍ରଶଂସା କରିଛନ୍ତି CJIଙ୍କ ମାଆ କମଲାତାଇ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
CJI BR Gavai Journey

CJI BR Gavai Journey

ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ବି ଆର ଗବାଇ । ପଙ୍କରେ ପଦ୍ମ ଫୁଟିଲା ପରି ଅମରାବତୀର ଏକ ବସ୍ତିରୁ ଆସି ଆଜି ସେ ସୁପ୍ରିମକୋର୍ଟର ସର୍ବୋଚ୍ଚ ଆସନରେ ପହଞ୍ଚିଛନ୍ତି ।  ଦଳିତ ବର୍ଗର ଦ୍ୱିତୀୟ ବ୍ୟକ୍ତି ଭାବେ CJI ହୋଇଛନ୍ତି ଜଷ୍ଟିସ ଭୂଷଣ ରାମକ୍ରିଷ୍ଣ ଗବାଇ(ବି ଆର ଗବାଇ) । ଦଳିତ ବର୍ଗରୁ ଦେଶର ପ୍ରଥମ CJI ଥିଲେ କେଜି ବାଲାକ୍ରିଷ୍ଣନ୍ । ୩ ବର୍ଷ ଧରି ପ୍ରଧାନ ବିଚାରପତି ଭାବେ ସେ ଗୁରୁ ଦାୟିତ୍ୱ ତୁଲାଇଥିଲେ । ଏହାସହ ବୌଦ୍ଧ ଧର୍ମର ପ୍ରଥମ CJI ହୋଇଛନ୍ତି ଜଷ୍ଟିସ ବି ଆର ଗବାଇ । 

Advertisment

ତେବେ ଜଷ୍ଟିସ ବି ଆର ଗବାଇ ଆଜି ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିବାବେଳେ ତାଙ୍କ କାର୍ଯ୍ୟକାଳ ୬ ମାସ ରହିଛି । ଚଳିତ ବର୍ଷ ନଭେମ୍ବର ୨୩ ତାରିଖରେ ଯାଏଁ ରହିଛି ଜଷ୍ଟିସ ବି ଆର ଗବାଇଙ୍କ କାର୍ଯ୍ୟକାଳ ।  ୧୯୫୦ ମସିହାରୁ ନେଇ ବର୍ତ୍ତମାନ ସୁଦ୍ଧା ଅନୁସୂଚିତ ଜନଜାତି ବର୍ଗରୁ ମାତ୍ର ୭ ଜଣ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । 

ଜଷ୍ଟିସ ବି ଆର ଗବାଇଙ୍କ ମାଆ କହିଛନ୍ତି ଯେ, ମୁମ୍ବାଇରେ ରହିବାକୁ ଯାଗା ନଥିଲା । ତାଙ୍କୁ ବାରଣ୍ଡାରେ ଶୋଇବାକୁ ପଡୁଥିଲା । ସେଠାରେ ସେ ମାଟ୍ରିକ ପାଠ୍ୟକ୍ରମ ଶେଷ କରିବା ପରେ ବାଣିଜ୍ୟ ଓ ଏହାପରେ MBA କରିଥିଲେ । ଏସବୁ ପରେ ଆଇନ ଅଧ୍ୟୟନ ଶେଷ କରି ଅମରାବତୀ ଆସି ଚାଷ କାମ ବି କରିଥିଲେ । କୌଣସି କାର୍ଯ୍ୟକୁ ସେ ଛୋଟ କି ବଡ଼ ଭାବନ୍ତି ନାହିଁ ।  

Advertisment

ଏପରିକି ଘରେ ଯଦି କେହି ନଥିବେ ତେବେ ସେ ନିଜେ ରୋଷେଇ କରି ସେମାନଙ୍କ ଚର୍ଚ୍ଚା କରନ୍ତି । ତାଙ୍କ କହିବା କଥା ହେଉଛି, ଯେପର୍ଯ୍ୟନ୍ତ ଜଜ୍ ଆସନରେ ବସିଛି ସେ ପର୍ଯ୍ୟନ୍ତ କେବଳ ଜଜ୍ । ତା’ ପରେ ମୁଁ କେବଳ ଜଣେ ମଣିଷ । ଏହାସହ ନିଜ ପୁଅର ସଫଳତାକୁ ନେଇ ତାଙ୍କୁ ମୁକ୍କଦର କା ସିକନ୍ଦର ବା ଭାଗ୍ୟବାନ ବୋଲି କହିଛନ୍ତି ଜଷ୍ଟିସ ବି ଆର ଗବାଇଙ୍କ ମାଆ କମଲାତାଇ । ବି ଆର ଗବାଇଙ୍କ ସଂଘର୍ଷ ଓ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଛନ୍ତି । 

ଅଧିକ ପଢନ୍ତୁ: CJI ଭାବେ ଶପଥ ନେଲେ ଜଷ୍ଟିସ ବି.ଆର. ଗବାଇ; ଶପଥ ପାଠ କରାଇଲେ ରାଷ୍ଟ୍ରପତି...

Supreme Court Chief Justice Of India Successful
Advertisment
Advertisment