ତାରାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଦଳ। ଆମ ସରକାର ଅତି ଶୁଦ୍ଧ ଓ ପବିତ୍ରାର ସହ କାମ କରୁଛି। ୮ ମାସ ଭିତରେ କୌଣସି ଗୋଟିଏ ହେଲେ ଅଭିଯୋଗ ଆସିନି।
ଡକ୍ତର ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ୨୦୦୬ ମସିହାରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ପରେ ସେହି ଆସନରୁ ୨ ଥର ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ସେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଥିଲେ।
ପୁଷ୍ପାଞ୍ଜଳି ଗାଁ ଲୋକଙ୍କ ସହାୟତାରେ କବାଟ ଖୋଲିଥିଲେ। ସେତେବେଳେ ଘର ଭିତରେ ଶଙ୍କର୍ଷଣ, ତାଙ୍କ ଝିଅ ଓ ନାତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ଗଣଶିକ୍ଷା ମନ୍ତ୍ରୀ ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି ଦୋଷ ନ ଲଦି ସୁଧାର ଆଣନ୍ତୁ । ବିଧାନସଭାରୁ ଆସିଥିବା ଏମିତି ଚଞ୍ଚଲ୍ୟକର ତଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଚାନକ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେବାକୁ ଯାଉଛି ନାସା। ତେବେ ଏନେଇ ନାସା ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ସିଧାସଳଖ ସାକ୍ଷାତକାର ଦେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏହା କହିଛନ୍ତି ସୁନୀତା ଓ ବୁଚ୍।
ଏନେଇ ଆମାଜନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆଇନଜୀବୀଙ୍କ କହିଛନ୍ତି, ମୂଲ୍ୟବାନ ଜିନିଷ କିଣିବା ବେଳେ ଗ୍ରାହକ ଅନଲାଇନ୍ ପେମେଣ୍ଟ ନକରି କ୍ୟାସ୍ ଅନ୍ ଡେଲିଭରି କରିବା ଉଚିତ।
ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବ୍ବୁର ରାଣାର ପ୍ରତ୍ୟର୍ପଣରେ ମୋହର ସହ ଦ୍ୱିପାକ୍ଷିକ ବାଣିଜ୍ୟକୁ ଆସନ୍ତା 2030 ସୁଦ୍ଧା 5 ଶହ ବିଲଅନ ଡଲାରରେ ପହଞ୍ଚାଇବାକୁ ମଧ୍ୟ ହୋଇଛି ମେଗା ଡିଲ୍। ଦୁଇଦିନିଆ ଆମେରିକା ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦି ଆଜି ଭାରତ ଫେରୁଛନ୍ତି।
ତେବେ ପ୍ରଫୁଲ୍ଲ ଘଡାଇଙ୍କ ଭଳି ଜଣେ ଭେଟେରାନ୍ ନେତାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ପ୍ରଶ୍ନ- ସତରେ କଣ ବିଜେଡ଼ିରେ ଚାଲିଥିଲା ଚକ୍ରାନ୍ତ ଥିଓରୀ ? ଯଦି ଘଡାଇ ପରିବାର ଷଡଯନ୍ତ୍ରର ଶିକାର ହୋଇଛି, ତାହାଲେ ଏତେ ଦିନ ଯାଏଁ ଚୁପ୍ ବସିଥିଲେ କାହିଁକି ?
୭୦ ମାମଲାରୁ ୩୦ଟି ମାମଲା କେବଳ କୋଟିପତିଙ୍କ ଘରୁ ଚୋରି। ଟଙ୍କା ହେଉ ଅବା ଗହଣାଗାଣ୍ଠି। ଯାହା ପାଇବ ଲୁଟିନେବ। ସେହି ଧନ ସମ୍ପତ୍ତିରେ ସଉକ କରୁଥିଲା। ଘରେ ରଖିଥିଲା ବିଦେଶୀ କୁକୁର। କୁକୁର ଖେଳୁଥିବା ବଲ୍ର ମୂଲ୍ୟ ଲକ୍ଷେ ଟଙ୍କା।
ପୁଣି ଥରେ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ପାଲଟିଛି। ଆଉ ମୁହାଁମୁହିଁ ହୋଇଛନ୍ତି ପୂର୍ବତମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ବର୍ତ୍ତମାନର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ଦେବେ ନୂଆ ସରକାର । ଏନେଇ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଫଳରେ ରାଜ୍ୟରେ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ବୋଲି ଜଣାପଡ଼ିଛି
ଆଉ ଗର୍ଲଫ୍ରେଣ୍ଡ ପାଇଁ ଉଡାଉଥିଲା ବିଡାବିଡ଼ା ଟଙ୍କା। ଏମିତି ହାଇଫାଇ ଲାଇଫ ଷ୍ଟାଇଲ୍ ଜିଉଁଥିଲା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟିଥିବା ସ୍ପାଇଡର ଚୋର।
କଲେଜ ବଦଳିବା ପରେ ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ପ୍ରେମରେ ପଡ଼ିନଥିଲା ଭଟ୍ଟା। ବରଂ ଗଭୀର ହୋଇଥିଲା ପ୍ରେମ। ପ୍ରେମ ପକ୍ଷୀଟିଏ ପରି ଉଭୟ ସେଲ୍ଫି ଉଠାଉଥିଲେ ଓ ପ୍ରଜାପତିଟି ପରି ଏ ବଗିଚା ସେ ବଗିଚା ଉଡି ବୁଲୁଥିଲେ।
ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ। ଠିକ୍ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ।
ଚଳିତ ଥର CHSEରେ ସିବିଏସଇ ପାର୍ଟନରେ ପରୀକ୍ଷା କରିବାକୁ ଯାଉଛି। ଯେଉଁଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ୍ ରହିଛି।
ରାତି ପ୍ରାୟ ସାଢ଼େ ୧୨ଟା ହେବ। ଦନ୍ତା ହାତୀଟି ଜଙ୍ଗଲକୁ ନଯାଇ କାମାକ୍ଷାନଗର-ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥରର ମାଳପୁରାଠାରେ ଛିଡ଼ା ହୋଇଥିଲା। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ହାତୀଟି ରାସ୍ତା ମଝିରେ ଛିଡ଼ା ହୋଇଥିଲା।
ଅସୁସ୍ଥତା କାରଣରୁ ବାପା ଘରକୁ ଫେରିଆସିବା ପରେ ପରିବାର କେମିତି ଚଳିବ? ସାନ ଦୁଇ ଭଉଣୀଙ୍କ ପାଠ ପଢ଼ା କେମିତି ହେବ? ପରିବାର ଚଳିବ କେମିତି? ଏମିତି ଯାବତିୟ ଜଞ୍ଜାଳ ଭିତରେ ଫଶିଗଲେ ଉତ୍ତମ। ସେଥିରୁ ମୁକୁଳିବା ପାଇଁ ଉତ୍ତମ ପାଠ ପଢ଼ା ସହିତ ପାର୍ଟ ଟାଇମ୍ କାମ...
କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର...
ରାଜ୍ୟରେ ୧୩୩ଟି ଶୀତଳଭଣ୍ଡାର ଥିବା ବେଳେ ମାତ୍ର ୩୫ଟି କାର୍ଯ୍ୟକ୍ଷମ ରହିଛି। ନୂଆ ସରକାର ଆସିବା ପରେ ୫୮ ସବ୍ଡିଭିଜନରେ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପିପିପି ମୋଡରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ୬୦ ପ୍ରତିଶତ ଯାଏଁ ସବ୍ସିଡି ସହ ବିଜୁଳି ସବ୍ସିଡି ମଧ୍ୟ ଦେଉଛନ୍ତି।...
ଗତ କିଛି ମାସ ହେଲା, ରାଜଧାନୀରେ ନାମୀଦାମୀ କାର୍ ଚକ ତଳେ ଗଲାଣି ବହୁ ଜୀବନ। ୨୦୨୪ ମସିହା ଜୁନ୍ ୨୯ ତାରିଖରେ ଜୟଦେବ ବିହାରରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କାର ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମଧୁସୂଦନ କିଷାନୀଙ୍କ ପ୍ରାଣହାନୀ ହୋଇଥିଲା।