• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Sial

କେବଳ ରାଜନୈତିକ ପ୍ରସଙ୍ଗ ହୋଇ ରହିଯାଇଛି କି ମହିଳା ବିରୋଧୀ ଅପରାଧ? କାହିଁକି ନା ବିଧାନସଭାରେ ମହିଳା ବିରୋଧୀ ଅପରାଧକୁ ନେଇ ଆସିଛି ଚଞ୍ଚଲ୍ୟକର ତଥ୍ୟ। ଗତ ୪ ବର୍ଷରେ ୩୬ ହଜାର ୪୨୦ ଜଣ ମହିଳା ଓ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏହା ତୁଳନାରେ ଉଦ୍ଧାର ସଂଖ୍ୟା ଖୁବ୍ କମ୍।

ଲିଖିତ ଭାବେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତ, ଗତ ୪ ବର୍ଷରେ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ହୋଇଛନ୍ତି। ଉଦ୍ଧାର ହୋଇଛନ୍ତି ମାତ୍ର ୧୪୧୭ ଜଣ। ସେହିପରି ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ମାତ୍ର ୧୮୫୭ ଜଣ ଉଦ୍ଧାର ହୋଇଛନ୍ତି। ବଡ଼ କଥା ହେଲା ଏହି ୪ ବର୍ଷରେ ଦଲାଲଙ୍କ ଦ୍ୱାରା ଅନ୍ୟ ରାଜ୍ୟକୁ ମୋଟ୍ ୪୨୧ ମହିଳା ଓ ବାଳିକା ଚାଲାଣ ହୋଇଛନ୍ତି। ୪୫୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାବାଦ୍ ୭୪୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ବିଧାନସଭାରୁ ଆସିଥିବା ତଥ୍ୟ ଉଦବେଗ ସୃଷ୍ଟି କରିଥିବା ବେଳେ ଏବେ ମଧ୍ୟ ନିଜ ନିଖୋଜ ଶିଶୁଙ୍କୁ ଅପେକ୍ଷା କରିଛନ୍ତି ସେମାନଙ୍କ ପରିବାର ଲୋକେ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ IAS ଓ IPS ଅଧିକାରୀଙ୍କ ମରୁଡ଼ି!

୨୦୨୪ ସାଧାରଣ ନିର୍ବାଚନରେ ମହିଳା ବିରୋଧୀ ଅପରାଧକୁ ଏକ ବଡ଼ ମୁଦ୍ଦା କରିଥିଲା ବିଜେପି। ଆଶ୍ଚର୍ଯ୍ୟର କଥା ହେଲା ଯଦିଓ ନୂଆ ସରକାର ମହିଳା ବିରୋଧୀ ଅପରାଧକୁ ଗୁରୁତର ସହ ନେଇଛନ୍ତି। କିନ୍ତୁ ତା’ସତ୍ତ୍ୱେ ବି ଅପରାଧ କମିବାର ନାଁ ନେଉନି। ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖମନ୍ତ୍ରୀ କହିଛନ୍ତି, ଗତ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ସେଥିରୁ ୧୭ ହଜାର ୨୧ଟି ମାମଲା ବିଚାରଧୀନ ଥିବା ବେଳେ ୭୩୮ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୧୭ଟି ମାମଲାର ଫଇସଲା ସରିଥିବା ବେଳେ ୨୫ଟି ମାମଲାରେ ଫାଇନାଲ ରିପୋର୍ଟ ଦିଆଯାଇଛି।

ସେହିପରି ବିଧାୟକ ତୁଷାରକାନ୍ତି ବେହେରାଙ୍କ ଆଉ ଏକ ପ୍ରଶ୍ନରେ ଆସିଥିବା ତଥ୍ୟ କହୁଛି, ୨୦୨୪ ମସିହାରେ ୬ ହଜାର ୪୩୭ଟି ମହିଳା ଓ ଶିଶୁ ଅପହରଣ, ବାଲ୍ୟ ବିବାହ ଅଭିଯୋଗ ମାମଲା ରୁଜୁ କରାଯାଇଛି। ଏଥିରୁ ୬ ହଜାର ୯୭ଟି ମାମଲାରେ ତଦନ୍ତ ଚାଲୁଥିବା ବେଳେ ଏଥିରେ ୧୪ ଜଣ ମହିଳାଙ୍କ ସମେତ ୩୯୯ ଜଣ ଗିରଫ ହୋଇଛନ୍ତି। ସେପଟେ ବିଧାନସଭାରେ ଏହି ତଥ୍ୟ ଆସିବା ପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି। ଦେଖିବାର କଥା ନୂଆ ସରକାର ଏହି ସ୍ଥିତି ସୁଧାରିବା ପାଇଁ କ’ଣ ପଦକ୍ଷେପ ନେଉଛନ୍ତି।

ଅଧିକ ପଢ଼ନ୍ତୁ: KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

OTV is now on Whatsapp

Join and get latest news update delivered to you via whatsapp

Join Now