ପୀୟୂଷ ଆହୁରି ମଧ୍ୟ କହୁଛନ୍ତି, ଯାତ୍ରା ସିଂହବାହିନୀ ମାଲିକ ଯାହା କହୁଛନ୍ତି ସତ କହୁଛନ୍ତି। ହେଲେ ଯେତକ ତାଙ୍କୁ ସୁହାଇବ ସେତକ ହିଁ କହୁଛନ୍ତି। ବଳକା କଥା କହୁନାହାନ୍ତି। ତେବେ ୫୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଆକାଉଣ୍ଟରେ ଦେଲେ ବୋଲି ମାଲିକ ଯାହା କହୁଛନ୍ତି, ବାକି ୨୦...
ଅଭିଯୋଗ ନମ୍ବର ୫: ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସଂପୃକ୍ତ ନେଇ ଅଭିଯୋଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ ଏତେସବୁ ଗୁରୁତର ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି...
ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର।
୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ତା’ପରେ ବର୍ଷ ତମାମ ଗହୀରମଥା ସମୁଦ୍ର ଉପକୂଳଠାରୁ ୨୦ କି.ମି. ଯାଏଁ ଟ୍ରଲର ସାହାଯ୍ୟରେ ମାଛ ଧରାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।
ବିଷ୍ଣୁପଦଙ୍କ ଆବେଦନ ଆଧାରରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇଛି। ତେବେ ଏହି ଜବାବର ପ୍ରତିଜବାବ ଦାଖଲ କରିବାକୁ ବିଷ୍ଣୁପଦଙ୍କ ପକ୍ଷରୁ ସମୟ ମଗାଯାଇଛି। ହାଇକୋର୍ଟ ଆସନ୍ତା ୧୮ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।
ଏକଦା ସୁନାବେଡ଼ାର ଶୋଭା ବଢ଼ାଉଥିଲେ ବାରାସିଂଘା ଆଉ ଅରଣା ମଇଁଷି। ହେଲେ ରାଜ୍ୟରେ ଏବେ ଏ ଦୁଇ ଜୀବଙ୍କୁ ଦେଖିବା ଦୁଃସ୍ୱପ୍ନ। ଡାଇନୋସର୍ ଭଳି ଏମାନଙ୍କ ବଂଶ ମଧ୍ୟ ବୁଡ଼ି ଗଲାଣି।
ରାଉରକେଲାର ଜନ୍ମେଶ ଭୁବନେଶ୍ୱର AIIMSରେ ହଷ୍ଟେଲ୍ ୱାର୍ଡେନ୍ ଭାବେ ଚାକିରି କରୁଥିବା ବାପା ଅଶୋକ ଲେଙ୍କାଙ୍କ ସହ ରହିଆସୁଥିଲା। ସେଦିନ ଥିଲା ଫେବୃୟାରୀ ୧୧ ତାରିଖ। ଅଶୋକଙ୍କ କହିବା କଥା, ମା’ସହ ଶିବ ମନ୍ଦିରରୁ ଫେରିବା ପରେ ଜନ୍ମେଶକୁ ଗାଧୁଆ ପାଧୁଆ
ପୀୟୂଷଙ୍କଠାରୁ ଗ୍ରୀନ୍ ସିଗ୍ନାଲ ପାଇବା ପରେ ଶିବରାତ୍ରୀ ରାତିରେ ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ ଆଗାମୀ ଯାତ୍ରା ଋତୁ ପାଇଁ ଷ୍ଟାରକାଷ୍ଟ ଲିଷ୍ଟ୍ ସୋଶାଲ୍ ମିଡ଼ିଆରେ ପ୍ରକାଶ କରିଥିଲେ। ସେଥିରେ ବ୍ୟାଡ୍ବୟ ପୀୟୂଷଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଏହା ପରେ ଆରମ୍ଭ ହୋଇଥିଲା ବିବାଦ।
ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍ ନେଇଥିବା ବେଳେ କୁଲ୍ଦୀପ ୨ଟି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ପ୍ରଦୀପ ପୁରୋହିତ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ସେମାନେ ଜେଲ୍କୁ ଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା...
ଗୋଟିଏ ପଟେ ଦ୍ୱିତୀୟ କିସ୍ତି ଟଙ୍କା ପାଇବାକୁ ସୁଭଦ୍ରା ହିତାଧିକାରୀମାନେ ଚାହିଁ ବସିଥିବା ବେଳେ, ଏବେବି ଅନେକଙ୍କୁ ମିଳିନି ପ୍ରଥମ କିସ୍ତିର ଖୁସି। ଚାରି ପାଞ୍ଚ ମାସ ପୂର୍ବରୁ ଆବେଦନ ଓ ବାରମ୍ବାର ଡକୁମେଣ୍ଟ ଦାଖଲ କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ଥିବା କହିଛନ୍ତି ବହୁ ମହିଳା।
ନିଶାରେ ଚୁର୍ କାର ଡ୍ରାଇଭର ଭିଆଇଛି ଉନ୍ମତ କାଣ୍ଡ। କାନ୍ଥ ଭାଙ୍ଗି ଘରେ ପଶିଯାଇଛି କାର୍। ବରମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଜି ଭୋର ସାଢ଼େ ୪ଟା ବେଳେ ଏକ ଆପାର୍ଟମେଣ୍ଟ ନିକଟରେ ଘଟିଛି ଏଭଳି ଘଟଣା। କାନ୍ଥ ଭାଙ୍ଗିବା ପରେ ନିଶାଶକ୍ତ ଯୁବକମାନେ ଯୁକ୍ତି...
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଥିଲେ। ସେ ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ଅଟୋନୋମସ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମାଟ୍ରିକ୍ ପରୀକ୍ଷା ଆରମ୍ଭ ପୂର୍ବରୁ ଧନମତୀଙ୍କ ମାଆଙ୍କ ପାଖକୁ ହାଇସ୍କୁଲ ପ୍ରଧାନଶିକ୍ଷକ ଫୋନ୍ କରିଥିଲେ। ଆଉ ଫୋନ୍ କଲ ପାଇବା ପରେ ଧନମତୀଙ୍କୁ ଧରି ତାଙ୍କ ମାଆ ଗାଁକୁ ଫେରିଲେ। ଏବେ ଘରେ ରହି ପାଠ ପଢ଼ୁଛନ୍ତି ଧନମତୀ। ଆଉ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି।
ଉମାଶଙ୍କର ଦାସ ସୋସିଆଲ ମିଡ଼ିଆ ’ଏକ୍ସ’ରେ ଲେଖିଛନ୍ତି, ଶନିବାର ଭୁବନେଶ୍ୱରର ତାପମାତ୍ର ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି।
ପଶ୍ଚିମବଙ୍ଗ ସୀମାନ୍ତ ଗାଁ ଶଙ୍ଖାମେଦୀରେ ରହୁଛନ୍ତି ୧୫୦ ଓଡ଼ିଆ ପରିବାର। ଓଡ଼ିଆ ସ୍କୁଲ ଅଛି, ଓଡ଼ିଆ ଭୋଟର୍ ମଧ୍ୟ ଅଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଁ ଲୋକଙ୍କୁ ରାସନକାର୍ଡ ଓ ଆଧାରକାର୍ଡ ମିଳିଛି।
ପ୍ରଶ୍ନପତ୍ରରେ ଏତେ ବଡ଼ ତ୍ରୁଟିକୁ ମାନିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସ୍ୱୀକାର କରିଛନ୍ତି, ଭୁଲ୍ ହୋଇଛି। ତେବେ ପରୀକ୍ଷାର୍ଥୀଙ୍କ ଯେମିତି କୌଣସି କ୍ଷତି ହେବନି, ସେନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି।
ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ ଜାରି କରିଥିଲା କ୍ରାଇମବ୍ରାଞ୍ଚ।
ପ୍ରଭାତି ପରିଡ଼ା କହିଛନ୍ତି, ବିଜେଡି ସରକାର ଅମଳରେ ବ୍ୟକ୍ତିକୈନ୍ଦ୍ରିକ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଉଥିଲା। କେବଳ ଜଣଙ୍କ ପ୍ରଚାର ଓ ପ୍ରସାର ପାଇଁ ପର୍ଯ୍ୟଟନର ସବୁ ଟଙ୍କା ବଣ୍ଟା ଚାଲିଥିଲା।
ଏଟିଏମ୍ ଲୁଟ୍ ନେଇ ଅଭିଯୋଗ ହେବା ପରେ କମିସନରେଟ୍ ପୋଲିସ୍ ତତ୍ପର ହୋଇଥିଲା। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ପୋଲିସ୍ ଏଟିଏମ୍ କାଉଣ୍ଟରରେ ଲାଗିଥିବା ସିସିଟିଭିକୁ ଧରି ତଦନ୍ତ ଆରମ୍ଭ କରିଥିଲା। ଆଉ ଶେଷରେ ମୁଖ୍ୟ ଅଭିଯୁକ୍ତ ଦେବୀପାଖରେ ପହଞ୍ଚିଥିଲା ପୋଲିସ୍।