Advertisment

IAS and IPS Officers: ଓଡ଼ିଶାରେ IAS ଓ IPS ଅଧିକାରୀଙ୍କ ମରୁଡ଼ି!

IPS କଥା ଦେଖିଲେ, ରାଜ୍ୟରେ ମୋଟ୍ ପଦବୀ ୧୯୫ ଥିବା ବେଳେ, ସେଥିରୁ ୬୯ଟି ଖାଲି ପଡ଼ିଛି। ୧୦ ଜଣ IPS ଅଧିକାରୀ ୫ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେପଟେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଜୋର୍ ଧରିଛି ରାଜନୀତି।

author-image
Manoranjan Sial
undefined

Officer

ରାଜ୍ୟରେ IAS ଓ IPS ପଦବୀ ସଂଖ୍ୟା କେତେ? ଏବେ ସେଥିରୁ କେତେ ପଦବୀ ଖାଲି ପଡ଼ିଛି ଓ କେତେ ଜଣ ୫ ବର୍ଷରୁ ଅଧିକ ସମୟ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି? ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଓଡ଼ିଶା କ୍ୟାଡରରେ ଅନୁମୋଦିତ IAS ପଦବୀ ସଂଖ୍ୟା ୨୪୮। ଏବେ ରାଜ୍ୟ କ୍ୟାଡରରେ ୧୮୨ ଅଫିସର୍ କାର୍ଯ୍ୟରତ ଅଛନ୍ତି। ୬୬ ପଦବୀ ଖାଲି ପଡ଼ିଛି। ୨ ଜଣ IAS ଅଧିକାରୀ ଆନ୍ତଃରାଜ୍ୟ ଡେପୁଟେସନରେ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ଏବେ ୨୨ ଜଣ IAS କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ୫ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ପ୍ରଶାସନିକ ଆବଶ୍ୟକତା ଭିତ୍ତିରେ ଅଫିସରମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ବିହିତ ପଦକ୍ଷେପ ନେଉଛନ୍ତି ବୋଲି ଉତ୍ତରରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ।

IPS କଥା ଦେଖିଲେ, ରାଜ୍ୟରେ ମୋଟ୍ ପଦବୀ ୧୯୫ ଥିବା ବେଳେ, ସେଥିରୁ ୬୯ଟି ଖାଲି ପଡ଼ିଛି। ୧୦ ଜଣ IPS ଅଧିକାରୀ ୫ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେପଟେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଜୋର୍ ଧରିଛି ରାଜନୀତି।

Advertisment

ଅଧିକ ପଢ଼ନ୍ତୁ: ଆମେ ଯେତିକି ମାଗଣା ଦେଉଛୁ, ତୁମ ଦେଶର ବଜେଟ୍‌ ସେତିକି ନୁହେଁ...

ବିଜେପି କହିଛି, ପୂର୍ବ ସରକାରରେ IAS-IPSଙ୍କୁ ଅଣଦେଖା କରାଯାଉଥିଲା। ଜଣେ ନିର୍ଦ୍ଦିଷ୍ଟ ସଚିବଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ବହୁ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ପଳାଇଥିଲେ। ଜବାବରେ ବିଜେଡି କହିଛି, ପୂର୍ବ ସରକାରରେ ନୁହେଁ, ବର୍ତ୍ତମାନ ସରକାରରେ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ କାରଣରୁ କେନ୍ଦ୍ରୀୟ ଡେପୁଟେସନରେ ପଳାଇବାକୁ ପସନ୍ଦ କରୁଛନ୍ତି IAS ଓ IPS ଅଧିକାରୀ। କଂଗ୍ରେସ ପଚାରିଛି, ଯେଉଁଠି IAS-IPS ରହିବେନି, ସେଠି ସରକାର କେମିତି ଚାଲିବ?

IAS-IPS ପଦବୀ ଖାଲି ପଡ଼ିବା ପଛରେ ଅନେକ କାରଣ ରହିଛି ବୋଲି କହଛନ୍ତି ପୂର୍ବତନ ପ୍ରଶାସକ। ତାଙ୍କ ମତରେ, ଆଜି ଯେଉଁ ଅଭାବ ଦେଖାଦେଉଛି, ଏହା ବର୍ଷ ବର୍ଷ ଧରି ପୁଞ୍ଜିଭୂତ ଅଭାବର ପରିଣାମ। ପୂର୍ବ ସରକାରରେ ଜଣେ ଜଣେ ବୋଲକରା ଅଫିସରଙ୍କୁ ବହୁ ବିଭାଗ ଦାୟିତ୍ୱ ଦିଆଯାଉଥିଲା। କିନ୍ତୁ ଆଉ କିଛି ଜଣଙ୍କୁ ସେଭଳି ସୁବିଧା ମିଳୁନଥିଲା। ଏଭଳି ଅସମାନତା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି ପୂର୍ବତନ ଶାସନ ସଚିବ ସହଦେବ ସାହୁ ଯୁକ୍ତି ବାଢ଼ିଛନ୍ତି।

ଅଧିକ ପଢ଼ନ୍ତୁ:KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

BJD BJP IAS Officer IPS Officer
Advertisment
Advertisment