• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭାରତ ନେଇଛି ଆତଙ୍କୀ ବଦ୍‌ଲା । ମେ' ୬-୭ ରାତି ଅପରେସନ୍ ସିନ୍ଦୂରରେ ଟଳିଛନ୍ତି ୫ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ଏକଥା ସ୍ପଷ୍ଟ କରିଛି ଭାରତୀୟ ସେନା । ଯାହାଙ୍କ ମଧ୍ୟରେ ଅଛନ୍ତି ଜୈଶ ମୁଖ୍ୟ ମସୁଦ୍ ଅଜହରର ଦୁଇ ଶଳା ହାଫିଜ୍ ମହମ୍ମଦ ଜମିଲ ଓ ମହମ୍ମଦ ୟୁସୁଫ୍ ଅଜହର । ତା'ସହ ନିପାତ ଆତଙ୍କୀଙ୍କ ମଧ୍ୟରେ ଲସ୍କର-ଇ-ତୋଇବାର ବି ଅଛି ୨ ବଡ଼ ମୁଣ୍ଡ । ଯାହାଙ୍କ ଶେଷକୃତ୍ୟରେ ପାକିସ୍ତାନ ସେନା ଅଧିକାରୀ ସାମିଲ ହୋଇଥିବାର ବି ଆସିଛି ପ୍ରମାଣ ।

 ‘ଅପରେସନ୍ ସିନ୍ଦୂର’ରେ ଭାରତ କରିଛି ଆତଙ୍କୀ ଶିକାର । ମେ' 6-7 ମଝି ରାତି ଟାର୍ଗେଟରେ ଟଳିଥିଲେ ପାଞ୍ଚ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ଭାରତୀୟ ସେନାର ମାତ୍ର ୨୫ ମିନିଟର ବିଧ୍ବଂସକାରୀ ଅପରେସନରେ ଧୂଳିସାତ୍ ୯ ଆତଙ୍କୀ ଆଡ୍ଡା ଭିତରେ ଲୁଚିଥିଲେ ଏସବୁ ଦୁର୍ଦ୍ଦଷ ଆତଙ୍କୀ । ଭାରତୀୟ ସେନାର ସୂଚନାକ୍ରମେ- ଶନିବାର ରାତିରେ ସଫା ହୋଇଯାଇଥିବା ଏହି ଆତଙ୍କବାଦୀମାନେ ହେଲେ- ମୁଦାସର୍ ଖାଦିୟାନ ଖାସ୍, ହାଫିଜ୍ ମହମ୍ମଦ ଜମିଲ୍, ମହମ୍ମଦ ୟୁସୁଫ୍ ଅଜହର, ଅବ୍ବୁ ଆକାଶା ଓ ମହମ୍ମଦ ହସନ୍ ଖାନ୍ । ଏଠି ପ୍ରଶ୍ନ- ନିପାତ ଆତଙ୍କବାଦୀ ସବୁ କେଉଁ କେଉଁ ସଂଗଠନର ? କେଉଁମାନେ ଏମାନଙ୍କ ଆକ୍କା ? ଭାରତ ବିରୋଧରେ କ'ଣ ଥିଲା ଏମାନଙ୍କର ଷଡ଼ଯନ୍ତ୍ର ?

ଅଧିକ ପଢ଼ନ୍ତୁ: ବନ୍ଦ ହେଲା ଯୁଦ୍ଧ, ଅସ୍ତ୍ରବିରତି ନେଇ ସ୍ପଷ୍ଟ କଲା ଭାରତ; କିନ୍ତୁ ଜୟଶଙ୍କର କହିଲେ ଆତଙ୍କୀଙ୍କୁ...

ମୁଦାସର ଖାଦିୟାନ ଖାସ୍ ଓରଫ୍ ଆବୁ ଜୁନ୍ଦାଲ ଥିଲା ଲସ୍କର-ଇ-ତୋଇବା ହେଡକ୍ବାର୍ଟର ପ୍ରଭାରୀ । ଯାହାର ଅନ୍ତିମ ସଂସ୍କାର ପାକିସ୍ତାନର ଏକ ସରକାରୀ ସ୍କୁଲରେ ଅନୁଷ୍ଠିତ ହୋଇଛି । ତାକୁ ପାକିସ୍ତାନ ସେନା ଗାର୍ଡ ଅଫ୍ ଅନର ବି ଜଣାଇଛି । ମୁଦାସର ଶେଷକୃତ୍ୟ ବିଶ୍ବ ଆତଙ୍କୀ ସଂଗଠନ ଜେୟୁଡିର ପ୍ରମୁଖ ସଦସ୍ୟ ହାଫିଜ୍ ଅବଦୁଲ ରଉଫ୍ କରିଛି । ଏଥିରେ ପାକିସ୍ତାନ ସେନାର ଜଣେ ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ ଓ ସେଠିକାର ପଞ୍ଜାବ ପୋଲିସର ଆଇଜି ଅବୁ ଜୁନ୍ଦାଲ ମଧ୍ୟ ସାମିଲ ହୋଇଥିଲେ ।

ହାଫିଜ୍ ମହମ୍ମଦ ଜମିଲ୍; ଜୈଶ-ଏ-ମହମ୍ମଦର ବଡ଼ ମୁଣ୍ଡ । ମୌଲାନା ମସୁଦ ଆଝାରର ବଡ଼ ଶଳା । ବାହାବଳପୁରସ୍ଥିତ ଜୈଶ ହେଡକ୍ବାର୍ଟର ପ୍ରଭାରୀ । ଭାରତୀୟ ସେନାର ଏୟାର ଷ୍ଟ୍ରାଇକରେ ଧୂଳିସାତ୍ ଆତଙ୍କୀ ଶିବିର ଭିତରେ ଥିଲା ଜମିଲ୍ । ସେ ପାକିସ୍ତାନୀ ଯୁବକଙ୍କ ବ୍ରେନ୍ ୱାସ୍ କରି ଆତ୍ମଘାତୀ ତାଲିମ ଦେଉଥିଲା ଏବଂ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା ।


ମୋହଦ୍ ୟୁସୁଫ୍ ଅଜହର ଓରଫ୍ ଉସ୍ତାଦ ଜୀ । ମହମମ୍ମଦ ସାଲିମ ଓ ଘୋସି ସାହାବ ନାଁରେ ବେଶ୍ ଜଣାଶୁଣା । ଜୈଶ-ଏ-ମହମ୍ମଦର ପ୍ରମୁଖ କମାଣ୍ଡର । ମୌଲାନା ମସୁଦ ଆଝାରର ଶାଳକ, ଯିଏକି ସଂଗଠନ ସଦସ୍ୟଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ କାର୍ଯ୍ୟ ସମ୍ଭାଳୁଥିଲା । ସେ ଜାମ୍ମୁ ଓ କାଶ୍ମୀରରେ ପୂର୍ବରୁ ଘଟିଥିବା ଅନେକ ଆତଙ୍କୀ ଆକ୍ରମଣ ଘଟଣାରେ ସଂପୃକ୍ତ । ୧୯୯୯ କାନ୍ଦାହାର ବିମାନ ଅପହରଣ ମାମଲାରେ ଭାରତ ସରକାରଙ୍କ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଲିଷ୍ଟରେ ଥିଲା ।


ଖାଲିଦ ଓରଫ୍ ଅବ୍ବୁ ଆକାଶା- ଲସ୍କର-ଇ-ତୋଇବାର ହାର୍ଡକୋର ମେମ୍ବର । ଏ ମଧ୍ୟ ଜମ୍ମୁ-କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା ତାସହ ଆଫଗାନିସ୍ତାନ ସୀମା ବାଟେ ସଂଗଠନ ପାଇଁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ କରୁଥିଲା । ତା' ଅନ୍ତିମ ସଂସ୍କାର ପାକିସ୍ତାନ ଫୈସଲାବାଦରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଏବଂ ଫୈସଲାବାଦ ଡେପୁଟି କମିଶନର ମଧ୍ୟ ଯୋଗ ଦେଇଥିଲେ ।

ମହମ୍ମଦ ହାସନ ଖାନ- ଜୈଶ-ଏ-ମହମ୍ମଦର ପ୍ରମୁଖ ଚେହେରା । ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଜୈଶର ଅପରେସନାଲ୍ କମାଣ୍ଡର ମୁଫତି ଅସଗର ଖାନ୍ କାଶ୍ମୀରିର ପୁଅ । ଜମ୍ମୁ ଓ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣକୁ ଚୂଡ଼ାନ୍ତ ରୂପ ଦେବାରେ ନେଉଥିଲା ଲିଡ୍ ରୋଲ୍  ।

ଗୋଟିଏ ଗୁଳିରେ ଦୁଇଟି ଶିକାର । ୬ ତାରିଖ ରାତିରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ମାଟିରେ ଲସ୍କର ଓ ଜୈସ୍ ମୁଖ୍ୟାଳୟକୁ ଏୟାରଷ୍ଟ୍ରାଇକ୍ କରି ଖାଲି ଆତଙ୍କୀ ଆଡ୍ଡା ଧ୍ବଂସ କରିନି ଆତଙ୍କୀ ନିପାତରେ ବି ସଫଳ ହୋଇଛି ଭାରତୀୟ ସେନା । ତାସହ ତା' ପରଦିନ ବାହାୱଲପୁରରେ କରିଥିବା ରକେଟ୍ ମାଡ଼ରେ ଦେଶର ଅନ୍ୟତମ ପୁରୁଣା ଶତ୍ରୁ ତଥା ମସୁଦ୍ ଆଝାରର ଭାଇ ରୌଫ ଅଜହରକୁ ମଧ୍ୟ ନିପାତ କରିଥିଲା । ରୌଫ୍- ସେଇ ଦୁର୍ଦ୍ଦଶ ଆତଙ୍କବାଦୀ ଯିଏ କି ୧୯୯୯ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ IC-814କୁ ଅପହରଣ କରି କାନ୍ଦାହାରକୁ ନେଇ ଯାଇଥିଲା ।

ଅଧିକ ପଢ଼ନ୍ତୁ: ଇତିହାସର ପୁନରାବୃତ୍ତି, ପୁଣି ପାକିସ୍ତାନକୁ ବଞ୍ଚାଇଦେଲା ଆମେରିକା !