Advertisment

Lalit Death Mystery: ମୃତ୍ୟୁକୁ ୩ ବର୍ଷ ପୂରିବ, ମିଳିଲାନି ବ୍ୟବଚ୍ଛେଦ ରିପୋର୍ଟ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ରହି କାମ କରୁଥିଲେ ବେଲାଳସେନଙ୍କ ପୁଅ ଲଳିତ। ବର୍ଷ ବର୍ଷ ଧରି ନବଦାସଙ୍କ ଘରେ ସେ ରୋଷଇ କରୁଥିଲେ।

author-image
Manoranjan Sial
Naba

Naba

ପୁଅ ମୃତ୍ୟୁକୁ ଆଉ ମାସେ ପରେ ୩ ବର୍ଷ ପୂରିବ। ହେଲେ ଏପର୍ଯ୍ୟନ୍ତ ମିଳିନି ବ୍ୟବଚ୍ଛେଦ ରିପୋର୍ଟ। ପ୍ରକୃତ ଖୋଳତାଡ ହେଲେ ସତ୍ୟ ସାମନାକୁ ଆସିବ ବୋଲି କହିଛନ୍ତି ପୁଅକୁ ହରାଇ ୩ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଥିବା ଜଣେ ବାପା। ଏଭଳି ନିବେଦନ କରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଡେଙ୍ଗବୋରେଇ ଗାଁର ବେଲାଳସେନ ସାହୁ।

Advertisment

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ରହି କାମ କରୁଥିଲେ ବେଲାଳସେନଙ୍କ ପୁଅ ଲଳିତ। ବର୍ଷ ବର୍ଷ ଧରି ନବଦାସଙ୍କ ଘରେ ସେ ରୋଷଇ କରୁଥିଲେ। ହେଲେ ୨୦୨୨ ଏପ୍ରିଲ ୧୭ ତାରିଖ ସଂଧ୍ୟାରେ ପୁଅର ଝୁଲନ୍ତା ମୃତଦେହ ମନ୍ତ୍ରୀଙ୍କ ବାସଭବନ ପଛ ପଟେ ଥିବା କ୍ୱାର୍ଟର୍ସରୁ ମିଳିଥିଲା। ସେତେବେଳେ ପୋଲିସ ରାତାରାତି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରି ଦେଇ କାମ ସାରିଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା। ତେଣୁ ପୋଲିସର କାର୍ଯ୍ୟ ପ୍ରତି ସନ୍ଦେହ ପ୍ରକାଶ କରିଛନ୍ତି ଲଳିତଙ୍କ ବାପା ଓ ସ୍ଥାନୀୟ ବାସିନ୍ଦା।

ଅଧିକ ପଢ଼ନ୍ତୁ: ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର; ଅଧା ପିଲାଙ୍କୁ ମିଳୁନି ଚାକିରି

ଏପଟେ ୩୪ ମାସ ପରେ ଖୋଲିଛି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁର ଫାଇଲ୍। ଘଟଣାର ପୁନଃତଦନ୍ତ ପାଇଁ ଉତ୍ତରାଂଚଳ ଆଇଜି ଝାରସୁଗୁଡା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମାମଲାର ତଦନ୍ତ କରୁଥିବା IOଙ୍କୁ ପରିବର୍ତ୍ତନ କରି ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପି କହିଛନ୍ତି। ପୂର୍ବରୁ ଏହି ମାମଲାର ତଦନ୍ତ ଜଣେ SI ରାଙ୍କର ଅଫିସର କରୁଥିବା ବେଳେ ଜଣେ ଡିଏସପି ରାଙ୍କର ଅଧିକାରୀ ଅନୁଧ୍ୟାନ କରୁଥିଲେ। ବର୍ତ୍ତମାନ ମାମଲାର ତଦନ୍ତ ଜଣେ ଇନ୍ସପେକ୍ଟର ରାଙ୍କର ଅଫିସର କରୁଛନ୍ତି। ଏହାକୁ ଆଡିସନାଲ ଏସପି ରାଙ୍କର ଅଧିକାରୀ ଅନୁଧ୍ୟାନ କରୁଛନ୍ତି ବୋଲି ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି।

Advertisment
BJD Naba Das
Advertisment
Advertisment