Advertisment

ଜାତୀୟ ରାଜପଥ ନଂ ୧୬ ପାଲଟିଛି ମରଣଯନ୍ତା ?

ଗଞ୍ଜାମ ଦେଇ ଯାଇଛି ୧୬ ନମ୍ୱର ଜାତୀୟ ରାଜପଥ। ଏହି ଜାତୀୟ ରାଜପଥର ଉଭୟ କଡ଼ରେ ରହିଛି ଅନେକ ଗାଁ। ତା’ସହ ବଡ଼ ବଡ଼ ମାର୍କେଟ, ବସଷ୍ଟାଣ୍ଡ ଥିବାରୁ ଲୋକେ ଏହା ଉପରେ ନିର୍ଭରଶୀଳ।

author-image
Manoranjan Sial
ଅଦ୍ୟତନ ହୋଇଛି
NH-16

NH-16

NH No-16: ବ୍ରହ୍ମପୁର ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ପାଲଟିଛି ମରଣଯନ୍ତା। ଏହି ରାସ୍ତାରେ ଦିନକୁ ଦିନ ବଢୁଛି ଦୁର୍ଘଟଣା। ଅନେକ ବ୍ଲାକସ୍ପଟ ଚିହ୍ନଟ ହୋଇଥିବାରୁ ଅନୁଧ୍ୟାନ କରିଛି ମାଡ୍ରାସ ଟିମ୍ ସହ ବ୍ରହ୍ମପୁର ପୋଲିସ। ବ୍ଳାକସ୍ପଟ ଅନୁଧ୍ୟାନ ସହ ଦୁର୍ଘଟଣାକୁ ରୋକିବା, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କ’ଣ କ’ଣ ଯୋଜନା ହୋଇଛି ତାହା ଦେଖିଛି ଏହି ଟିମ୍‍। ଏମିତିକି ଦୁର୍ଘଟଣା ପରେ ନିକଟସ୍ଥ ଏମ୍‌କେସିଜି ମେଡିକାଲରେ ଟ୍ରମା କେୟାର ୟୁନିଟ‍ରେ କଣ ରହିଛି ବ୍ୟବସ୍ଥା? ଆଗକୁ କଣ କଣ ପଦକ୍ଷେପ ନିଆଯିବ ସେନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି ଟିମ୍।

Advertisment

ଗଞ୍ଜାମ ଦେଇ ଯାଇଛି ୧୬ ନମ୍ୱର ଜାତୀୟ ରାଜପଥ। ଏହି ଜାତୀୟ ରାଜପଥର ଉଭୟ କଡ଼ରେ ରହିଛି ଅନେକ ଗାଁ। ତା’ସହ ବଡ଼ ବଡ଼ ମାର୍କେଟ, ବସଷ୍ଟାଣ୍ଡ ଥିବାରୁ ଲୋକେ ଏହା ଉପରେ ନିର୍ଭରଶୀଳ। ଲୋକେ ରାସ୍ତା ପାର ବେଳେ ଜାତୀୟ ରାଜପଥରେ ଘଟୁଛି ଦୁର୍ଘଟଣା। ବ୍ରହ୍ମପୁର ପୁକୁଡ଼ିବନ୍ଧ ଛକଠାରୁ ଆନ୍ଧ୍ର ସୀମାନ୍ତ ସୋରଳ ଯାଏଁ ଏନଏଚରେ ଚିହ୍ନଟ ହୋଇଛି ୭ରୁ ଅଧିକ ବ୍ଲାକସ୍ପଟ। ଟିକେ ଅସାବଧାନ ହେଲେ ଘଟୁଛି ଦୁର୍ଘଟଣା। ଲାଞ୍ଜିପଲ୍ଲି, ଗୋଳନ୍ଥରା, କନିଷି ଭଳି ସ୍ଥାନକୁ ବ୍ଲାକସ୍ପଟ ଘୋଷଣା କରାଯାଇଛି। ଏଠାରେ ଓଭରବ୍ରିଜ ନିର୍ମାଣ ପାଇଁ ୨୦୧୫ରୁ ପ୍ରସ୍ତାବ ଦିଆଯାଇଛି। କାମ ଆରମ୍ଭ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ସହ କୋର୍ଟକୁ ଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଅଧିକ ପଢ଼ନ୍ତୁ: ମୃତ୍ୟୁକୁ ୩ ବର୍ଷ ପୂରିବ, ମିଳିଲାନି ବ୍ୟବଚ୍ଛେଦ ରିପୋର୍ଟ

ଏପଟେ ବ୍ଲାକସ୍ପଟ୍ ବୁଲି ଦେଖିଛି ଆଇଆଇଟି ମାଡ୍ରାସ ଟିମ୍‍। ଟ୍ରାଫିକ ମ୍ୟାନେଜମେଣ୍ଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା ନେଇ ସ୍ଥିତି ପରଖିଛନ୍ତି ଆଇଆଇଟି ମାଡ୍ରାସ ଟିମ୍‌। ଏମିତିକି ଟ୍ରମା କେୟାର ସେଣ୍ଟର ବୁଲି ଦେଖିଛନ୍ତି ଟିମ୍। ସେପଟେ ଏସପି ଶ୍ରବଣ ବିବେକ ଏମ୍‌ କହିଛନ୍ତି, ବ୍ୟାରିକେଡ ବ୍ୟବସ୍ଥା ଯୋଗୁ କେତେକ ସ୍ଥାନରେ ଦୁର୍ଘଟଣା କମିଛି।

Advertisment

ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପୋଲିସ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୯ରୁ ୨୦୨୩ ମଧ୍ୟରେ ବ୍ଲାକ ସ୍ପଟ୍‌ ଗୁଡ଼ିକରେ ଯାଇଛି ୨୫୪ରୁ ଅଧିକ ଜୀବନ। ଏଥିସହ ୨୦୨୪ରେ ୨୮୮ଟି ଛୋଟ ବଡ଼ ଦୁର୍ଘଟଣାରେ ୧୫୫ ଜଣଙ୍କ ଜୀବନ ଯାଇଛି।

Ganjam NHAI
Advertisment
Advertisment