• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Sial

ପୁଣି ବଢିଲା ରାସନ କାର୍ଡ e-KYC ଡେଡଲାଇନ। ୩୧ ମାର୍ଚ୍ଚକୁ ବୃଦ୍ଧି ହେଲା e-KYC ଅପଡେଟ୍ ଅବଧି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ପଞ୍ଚମ ଥର ପାଇଁ ରାସନ କାର୍ଡ e-KYC ଅପଡେଟର ଅବଧିରେ ବୃଦ୍ଧି ଘୋଷଣା କରାଯାଇଛି।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟର କିଛି ଅଞ୍ଚଳରେ ନେଟୱର୍କ ସମସ୍ୟା ପାଇଁ ଏବେ ବି e-KYC ଅପଡେଟରେ ସମସ୍ୟା ରହିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପୁଣି ସମୟ ସୀମା ବଢା ଯାଇଛି। ସେପଟେ ନେଟୱର୍କ ସମସ୍ୟା ଦୂର ପାଇଁ ୩୪୧ ପଏଣ୍ଟରେ ନେଟୱର୍କ ଡିଭାଇସ୍‌ ଲଗାଯିବ। ରାଜ୍ୟର ୧୧୧ଟି ସ୍ଥାନରେ ଏବେ ସ୍ଲୋ ଓ ୨୩୦ଟି ସ୍ଥାନରେ ରହିଛି ଜିରୋ ନେଟୱର୍କ। ଏବେ ସୁଦ୍ଧା ରାଜ୍ୟରେ ୨ କୋଟି ୯୯ ଲକ୍ଷ ୮ହଜାର ୪୫୭ ଜଣ e-KYC କରିଥିବା ବେଳେ e-KYC ଅପଡେଟ୍ ଅପେକ୍ଷାରେ ଅଛନ୍ତି ଆହୁରି ୩୩ ଲକ୍ଷ ୨୩ ହଜାର ୮୫୪ ହିତାଧିକାରୀ। ସେହିଭଳି ରାଜ୍ୟ ବାହାରେ ଥାଇ ୧ ଲକ୍ଷ ୩୫ହଜାର ୨୫୮ ଜଣ e-KYC ଅପଡେଟ୍ କରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।

ଅଧିକ ପଢ଼ନ୍ତୁ ୫ ବର୍ଷ ପରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ, ଗିରଫ ହେଲେ ଚାକରାଣୀ ଓ ସ୍ବାମୀ

ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଗତବର୍ଷ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧, ପରେ ଜାନୁଆରୀ ୧୫, ଜାନୁଆରୀ ୩୧ ଏବଂ ପରେ ଫେବ୍ରୁଆରୀ 15 ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ଆଉ ପ୍ରତି ଥର e-KYC ଅପଡେଟ୍ ଅବଧିକୁ ଶେଷ ତାରିଖ ବୋଲି ଘୋଷଣା କରି ଆସୁଛନ୍ତି ମନ୍ତ୍ରୀ। କିନ୍ତୁ ଆଜି ପଞ୍ଚମ ଥର ପାଇଁ ସମୟସୀମା ବଢାଯିବା ଭିତରେ, ନୂଆ କାର୍ଡ କେବେ ଆସିବ, ତାକୁ ଅପେକ୍ଷା କରିଛନ୍ତି ଆବେଦନକାରୀ। ଏପଟେ ଏ ବିଳମ୍ବିତ ପ୍ରକ୍ରିୟା ଭିତରେ ନିଜକୁ ଅଯୋଗ୍ୟ ଭାବୁଥିବା ହିତାଧିକାରୀମାନେ କାର୍ଡ ଫେରାଇବାର ପ୍ରକ୍ରିୟା ଏବେ ମଧ୍ୟ ଜାରି ରଖିଛନ୍ତି।

ଏଣେ e-KYCକୁ ନେଇ କୌଣସି ଲୋକଙ୍କ ମନରେ ଯଦି କିଛି ସନ୍ଦେହ ଥାଏ ତେବେ ଟୋଲ୍ ଫ୍ରି ନଂ '୧୯୬୭'କୁ କଲ୍ କରି ସୂଚନା ପାଇପାରିବେ ବୋଲି କୁହାଯାଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now