ରୋହିତଙ୍କୁ ମୁମ୍ବାଇ କ୍ୟାପ୍ଟେନ୍ସିରୁ ହଟାଇବା ପରେ ମୁହଁ ଖୋଲିଲେ ପାଣ୍ତ୍ୟା। କହିଲେ, ରୋହିତ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।
୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ। ସେହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ।
ଯୁବକଙ୍କ କ୍ରିଏଟିଭ୍ ଚିନ୍ତାଧାରା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଡେଟିଂ ପାଇଁ ଝିଅ ଖୋଜିବାର ନିଆରା ଉପାୟ ଆପଣେଇଛନ୍ତି ମୁମ୍ବାଇର ଜଣେ ଯୁବକ।
ଇଲେକଟୋରାଲ ବଣ୍ତ୍ର ତଥ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଲୁଚାଇଛି ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏହା ସହିତ ନିର୍ବାଚନ କମିଶନଙ୍କ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କର।
ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ECI।
ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ଚୋରି ପୂର୍ବରୁ କରୁଛନ୍ତି ପ୍ରାର୍ଥନା। ଆଉ ତା’ପରେ ବୁଲାଉଛନ୍ତି କଳାକନା।
NHPC ରେ ୨୬୯ ଟ୍ରେନି ଇଞ୍ଜିନିୟର/ ଟ୍ରେନି ଅଫିସର୍ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମହମ୍ମଦ ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍ ଯାଏ ଏହିସବୁ ଖେଳାଳି ଚଳିତ IPL ସଂସ୍କରଣରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସାମିଲ କରିଛି ଦଳ।
ବାଜିଲା ନିର୍ବାଚନୀ ବିଗୁଲ୍। ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରକ୍ରିୟା। ୨୪ ସାଧାରଣ ନିର୍ବାଚନ ଲାଗି ଆଜି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍। ଭୋଟ୍ ଗ୍ରହଣ ପ୍ରକ୍ରିୟା ମୋଟ୍ ୭ଟି ପର୍ଯ୍ୟାୟରେ ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ। ଜୁନ୍...
ରାଜ୍ୟ ବିଜେପି ଚୂଡ଼ାନ୍ତ କଲା ପ୍ରାର୍ଥୀ ତାଲିକା। ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ। ଗୋଟେ ପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ କମିଶନ। ଅନ୍ୟପଟେ ଓଡ଼ିଶା ଦଖଲ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କସରତ ଚଳାଇଥିଲା ବିଜେପି।
ପଦ୍ମ ଶିବିରରେ ଅରିନ୍ଦମ। ବିଜେଡିରେ ହଲ୍ ଚଲ୍। ପ୍ରଥମେ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ଆଉ ଏବେ ଭିଣୋଇ ଅରିନ୍ଦମ। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦୁଇ ସମ୍ପର୍କୀୟ ବିଜେଡିରୁ ମୁହଁ ଫେରାଇ ବିଜେପିରେ ଯୋଗ ଦେଇଛନ୍ତି।
ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ ଭୋଟ ଗ୍ରହଣ। ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।
ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ। ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ। ରାଜନୈତିକ ଦଳ ବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ।
୨୦୨୪ର ସାଧାରଣ ନିର୍ବାଚନ ଲାଗି ଆଜି ବିଗୁଲ ବଜାଇଲେ ନିର୍ବାଚନ କମିଶନ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଲେ ସିଇସି ରାଜୀବ କୁମାର।
ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା। ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର।
ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଠିକ୍ ଏହି ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି।
ମା’ ପେଟରେ ବଢୁଥିବା ଶିଶୁଠାରୁ ଶ୍ମଶାନ ଘାଟକୁ ଅନ୍ତିମ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଯୋଜନା କରିଛୁ ବୋଲି ଡିଣ୍ଡିମ ପିଟୁଛନ୍ତି ସରକାର । ମାଳମାଳ ଏତେ ସବୁ କଲ୍ୟାଣକାରୀ ଯୋଜନା ଥିବା ସତ୍ତ୍ୱେ ଜଣେ ମାନସିକ ଭିନ୍ନକ୍ଷମ ମା’ ଓ ତାର ନିଷ୍ପାପ ଶିଶୁକନ୍ୟା ପାଇଁ ଏସବୁ...
ପାରମ୍ପରିକ ବାଦ୍ୟ ଓ ବେଦମନ୍ତ୍ରରେ କମ୍ପୁଛି ପରିବେଶ.. ପବିତ୍ର ଅଗ୍ନିଙ୍କୁ ସାକ୍ଷୀ ରଖି ହେଉଛି ବାହାଘର.. ବେଦୀ ଚାରିପଟେ ଘେରି ରହିଛନ୍ତି ବରପକ୍ଷ ଆଉ କନ୍ୟାପକ୍ଷ.. ଏ ବାହାଘର ଦେଖି ବର କନିଆଁଙ୍କୁ ଆପଣ ଖୋଜୁଛନ୍ତି କି!
ବାପା ତାଙ୍କର ସୁପ୍ରିମ କୋର୍ଟର ରୋଷେୟା। ସୁଖ ସ୍ୱାଚ୍ଛନ୍ଦ୍ୟର ପରିଧି ହୁଏତ ତାଙ୍କ ପାଇଁ ସ୍ୱଳ୍ପ। ତଥାପି ସେ ସ୍ୱପ୍ନ ଦେଖିଛନ୍ତି। ଆକାଶରେ ଉଡିବାର ଦମ୍ଭ ବାନ୍ଧିଛନ୍ତି। ପାଠ ପଢିଛନ୍ତି, ଭଲ ପଢିଛନ୍ତି। ଯେଉଁଥିପାଇଁ ଉଚ୍ଚ ଶିକ୍ଷା ଲାଗି ବିଦେଶରୁ ପାଇଛନ୍ତି ସ୍କଲାରସିପ୍। ଆଉ ଏ ଖୁସିକୁ ଦ୍ବିଗୁଣିତ...
ବର୍ଷ ବର୍ଷ ଧରି ଝାଳବୁହା ପରିଶ୍ରମରେ ନିଜ ସ୍ୱପ୍ନର ଘର ତୋଳିଲା ବେଳକୁ ଯଦି କେହି ତାକୁ ଭାଙ୍ଗି ଛାରଖାର କରିଦିଏ.. ସେତେବେଳେ ଗରିବର ମେରୁଦଣ୍ଡ ଭାଙ୍ଗିଯାଏ..