Advertisment

ଆକ୍ସନ ମୁଡ୍‌ରେ ECI; ପଶ୍ଚିମବଙ୍ଗ DGPଙ୍କ ସମେତ ହଟିଲେ ୬ ରାଜ୍ୟର ଗୃହ ସଚିବ

ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ECI।

author-image
Manoranjan Behera
ଅଦ୍ୟତନ ହୋଇଛି
EC Orders Removal Of West Bengal DGP

West Bengal DGP

ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ ନିର୍ବାଚନ କମିଶନ। ପଶ୍ଚିମବଙ୍ଗର ବିବାଦୀୟ ପୋଲିସ ଡିଜି ରାଜୀବ କୁମାରଙ୍କ ସହ ୬ ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ECI। ଏହି ରାଜ୍ୟ ଗୁଡିକ ହେଲା ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ। ଏଥିସହ ମିଜୋରାମ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ତୁଲାଉଥିବା ଜିଏଡି ସଚିବଙ୍କୁ ମଧ୍ୟ ବିଦା କରାଯାଇଛି। ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି।

Advertisment

ସେପଟେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଦଳିଛନ୍ତି ପଶ୍ଚିମବଙ୍ଗ ପୋଲିସ ଡିଜି। ଆଇପିଏସ୍ ବିବେକ ସହାୟଙ୍କୁ ପଶ୍ଚିମବଙ୍ଗର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି। ଆଗରୁ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ୧୯୮୯ ବ୍ୟାଚ ଆଇପିଏସ୍ ଅଫିସର ରାଜୀବ କୁମାର। ପଶ୍ଚିମବଙ୍ଗରେ ସାରଦା ଚିଟଫଣ୍ଡ ସ୍କାମରେ ତାଙ୍କୁ ସିବିଆଇ ଜେରା କରିଥିଲା। ଚିଟଫଣ୍ଡ ମାମଲାର ପ୍ରମାଣ ନଷ୍ଟ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏପରିକି ଆଇପିଏସ୍ ରାଜୀବ କୁମାରଙ୍କ ବିରୋଧରେ ଫୋନ ଟ୍ୟାପିଂର ବି ଅଭିଯୋଗ ହୋଇଥିଲା।

କେବଳ ସେତିକି ନୁହେଁ ମିଜୋରାମ ଓ ହିମାଚଳ ପ୍ରଦେଶର ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ନିର୍ବାଚନ ଆୟୋଗ ବୃହାନମୁମ୍ବାଇ ନଗର ନିଗମର କମିଶନର ଇକବାଲ ଚହଲ ଓ ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ମଧ୍ୟ ହଟାଇ ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ବଢ଼ିଲା

ମିଜୋରାମ ଓ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ତୁଲଉଥିବା ଜିଏଡି ସଚିବଙ୍କୁ ମଧ୍ୟ ବିଦା କରାଯାଇଛି। ମୁକ୍ତ, ଅବଧା ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି।

ନିର୍ବାଚନ ସହ ଜଡ଼ିତ ଅଧିକାରୀଙ୍କୁ ବଦଳାଇବା ପାଇଁ ନିର୍ବାଚନ କମିଶନ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ୩ ବର୍ଷ ପୂରଣ କରିସାରିଲେଣି କିମ୍ବା ନିଜ ନିଜ ଜିଲ୍ଲାରେ ଅଛନ୍ତି ସେମାନଙ୍କୁ ବଦଳି କରିବାକୁ ଆୟୋଗ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

West Bengal Election Commission DGP
Advertisment
Advertisment