Advertisment

ପ୍ରେମିକା ଖୋଜିବାର ନୂଆ ଉପାୟ; ଟି-ସାର୍ଟରେ ପ୍ରିଣ୍ଟ କଲେ QR କୋଡ୍‌..ଫଟୋ ଭାଇରାଲ୍‌

ଯୁବକଙ୍କ କ୍ରିଏଟିଭ୍‌ ଚିନ୍ତାଧାରା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଡେଟିଂ ପାଇଁ ଝିଅ ଖୋଜିବାର ନିଆରା ଉପାୟ ଆପଣେଇଛନ୍ତି ମୁମ୍ବାଇର ଜଣେ ଯୁବକ।

author-image
Manoranjan Behera
ଅଦ୍ୟତନ ହୋଇଛି
QR Code T-Shirt Viral Post

QR Code

ସିଙ୍ଗଲ୍‌ରୁ ମିଙ୍ଗଲ ହେବାର ନୂଆ ଉପାୟ। ଗାର୍ଲଫ୍ରେଣ୍ତ ଖୋଜିବା ପାଇଁ ଟି-ସାର୍ଟରେ ପ୍ରିଣ୍ଟ ହୋଇଛି କ୍ୟୁ ଆର୍‌ କୋଡ୍‌। ଆଉ ଲେଖାଯାଇଛି ‘For Single People Only’। ମୁମ୍ବାଇରେ ମହାଲକ୍ଷ୍ମୀ ରେସ୍‌କୋର୍ସରେ ଗାୟକ ଏଡ୍‌ ଶୀରନ୍‌ଙ୍କ ଲାଇଭ୍‌ କନସର୍ଟ ବେଳେ ଜଣେ ଯୁବକଙ୍କ ଟି-ସାର୍ଟକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା।

Advertisment

ମୁମ୍ବାଇର ମହାଲକ୍ଷ୍ମୀ ରେସ୍‌କୋର୍ସରେ ଗାୟକ ଏଡ୍‌ ଶୀରନ୍‌ ଏକ ଲାଇଭ୍‌ କନସର୍ଟ(କାର୍ଯ୍ୟକ୍ରମ)ରେ ଲକ୍ଷାଧିକ ପ୍ରଶଂସକ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଜଣେ ଯୁବକକଙ୍କ ନିଆରା ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କନସର୍ଟରେ ଉପସ୍ଥିତ ଥିବା ଲୋକ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ। ଟି-ସାର୍ଟରେ ଏକ କ୍ୟୁ ଆ‌ର୍‌ କୋଡ୍‌ ସହ ଲେଖାଯାଇଛି ଯେ ‘For Single People Only’।

ଅଧିକ ପଢ଼ନ୍ତୁ: ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରିଦେଲେ

ଯୁବକଙ୍କ ଟି-ସାର୍ଟର ଫଟୋକୁ ସୋସିଆଲ ମିଡିଆ ଏକ୍ସରେ ଶ୍ୱେତା କୁକ୍ରେଜା ଓ ନେହା ନାମକ ଦୁଇ ମହିଳା ସେୟାର କରିଛନ୍ତି। ଯେଉଁଥିରେ ସେ କ୍ୟୁ ଆର୍‌ କୋଡ୍‌ର ରହସ୍ୟ କଥା କହିଛନ୍ତି। ସେ ଲେଖିଛନ୍ତି, ଯୁବକ ଜଣକ ଏକ କ୍ୟୁ ଆର୍‌ କୋଡ୍‌ ଟି-ସାର୍ଟରେ ପ୍ରିଣ୍ଟ କରିଛନ୍ତି। କ୍ୟୁ ଆର୍‌ କୋଡ୍‌ ସ୍କାନ୍‌ କଲେ ତାଙ୍କ ଡେଟିଂ ପ୍ରୋଫାଇଲ୍‌ ଖୋଲୁଛି।

Advertisment

ଏକ୍ସରେ ପୋଷ୍ଟ ହୋଇଥିବା ଯୁବକ ନାଁ ହାର୍ଦ୍ଦିକ ବୋଲି ଜଣାପଡ଼ିଛି। ତାଙ୍କୁ ଏବେ ମାତ୍ର ୨୨ ବର୍ଷ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ହାର୍ଦ୍ଦିକ ନିଜ ଟି-ସାର୍ଟରେ ତାଙ୍କ ଡେଟିଂ ପ୍ରୋଫାଇଲ୍‌ର QR କୋଡ୍‌ ପ୍ରିଣ୍ଟ କରିଛନ୍ତି। ଯାହାକୁ ସ୍କାନ୍‌ କଲେ ତାଙ୍କ ଡେଟିଂ ପ୍ରୋଫାଇଲ୍‌ ଖୋଲୁଛି। ବର୍ତ୍ତମାନର ଯୁବପିଢ଼ି ପ୍ରେମ କରିବାର ନୂଆ ତରିକା ଆପଣାଉଛନ୍ତି। ତେବେ ଏହି କ୍ୟୁ ଆର୍‌ କୋଡ୍‌ ତରିକା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ନିଜ ଡେଟିଂ ପ୍ରୋଫାଇଲ୍‌ର ପ୍ରମୋସନ ପାଇଁ ହାର୍ଦ୍ଦିକ ଏଭଳି କରିଥିବା କୁହାଯାଉଛି। ଅନେକ ଏହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। କିଛି କମେଣ୍ଟରେ ଲେଖିଛନ୍ତି ଯେ, ଲାଇଭ୍‌ କନସର୍ଟରେ ଏତେ ଲୋକ ଉପସ୍ଥିତ ଥିବାରୁ ଏହାର ଫାଇଦା ଉଠାଇଛନ୍ତି ହାର୍ଦ୍ଦିକ। ଅନେକ ହାର୍ଦ୍ଦିକଙ୍କ ନିଆରା ଚିନ୍ତାଧାରାକୁ ପ୍ରଶଂସା ବି କରିଛନ୍ତି।

QR Code Viral News Viral Post
Advertisment
Advertisment