Advertisment

IPL 2024: କାହିଁକି ହେଲେ କ୍ୟାପ୍ଟେନ୍‌.. ମୁହଁ ଖୋଲିଲେ ପାଣ୍ତ୍ୟା..ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ

ରୋହିତଙ୍କୁ ମୁମ୍ବାଇ କ୍ୟାପ୍ଟେନ୍ସିରୁ ହଟାଇବା ପରେ ମୁହଁ ଖୋଲିଲେ ପାଣ୍ତ୍ୟା। କହିଲେ, ରୋହିତ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।

author-image
Manoranjan Behera
ଅଦ୍ୟତନ ହୋଇଛି
Rohit Sharma & Hardik Pandya

Rohit Sharma & Hardik Pandya

ମୁହଁ ଖୋଲିଲେ ହାର୍ଦ୍ଦିକ ପାଣ୍ତ୍ୟା। ମୁମ୍ବାଇ ଇଣ୍ତିଆନ୍ସରେ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ କ୍ୟାପ୍ଟେନସିପ୍‌ ଦାୟିତ୍ୱ ଦେବା ପରେ ଅନେକ ପ୍ରଶ୍ନ ଉଠୁଥିଲା। ସାମ୍ବାଦିକ ସମ୍ମିଳନୀରେ ଏହାର ଉତ୍ତର ରଖିଛନ୍ତି ହାର୍ଦ୍ଦିକ। ଚଳିତ ସଂସ୍କରଣରେ ମୁମ୍ବାଇ ହାର୍ଦ୍ଦିକଙ୍କୁ ଟ୍ରେଡ୍‌ ନିୟମ ଜରିଆରେ ଟିମ୍‌ରେ ସାମିଲ କରିଥିଲା। ସେବେଠୁ ଟିମ୍‌ ମ୍ୟାନେଜମେଣ୍ଟକୁ ନେଇ ଖପ୍ପା ହୋଇଥିଲେ ରୋହିତ ଫ୍ୟାନ୍ସ। ୫ ଥର ଟ୍ରଫି ବିଜେତା କ୍ୟାପଟେନ୍‌କୁ ହଠାତ ବଦଳାଇ ତାଙ୍କ ସ୍ଥାନରେ ପାଣ୍ତ୍ୟାଙ୍କୁ ଦାୟିତ୍ୱ ଦେବା ନେଇ ଅନେକ ପ୍ରଶ୍ନ ଉଠିଥିଲା।

Advertisment

ଗତ ୨ଟି ସିଜିନ୍‌ରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସ ପାଇଁ କ୍ୟାପ୍ଟେନସିପ୍‌ କରୁଥିଲେ। ଥରେ ଦଳ ପାଇଁ ଟ୍ରଫି ମଧ୍ୟ ଜିତିଛନ୍ତି। ତେବେ ଚଳିତ ସିଜିନ୍‌ରେ ତାଙ୍କୁ ମୁମ୍ବାଇ ପୁଣିଥରେ ଟ୍ରେଡ୍‌ ଜରିଆରେ କିଣିଥିଲା। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଥିରେ ଉପସ୍ଥିତ ଥିଲେ ଟିମ୍‌ର ହେଡ୍‌ କୋଚ ମାର୍କ ବାଉଚର୍‌ ଓ କ୍ୟାପ୍ଟେନ୍‌ ହାର୍ଦ୍ଦିକ ପାଣ୍ତ୍ୟା। ସମ୍ମିଳନୀରେ କୋଚ୍‌ ବାଉଚର୍‌ଙ୍କୁ ରୋହିତଙ୍କୁ କ୍ୟାପ୍ଟେନସିପ୍‌ରୁ ବାହାର କରିବା ନେଇ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଉପରେ ପ୍ରଶ୍ନ ପଚରାଯାଇଥିଲା। କିନ୍ତୁ ବାଉଚର୍‌ ପ୍ରଶ୍ନର ଉତ୍ତର ରଖିନଥିବା ବେଳେ ହାର୍ଦ୍ଦିକ କିନ୍ତୁ ପ୍ରଶ୍ନର ଉତ୍ତର ରଖିଛନ୍ତି।

ହାର୍ଦ୍ଦିକ ପ୍ରଶ୍ନର ଉତ୍ତ୍ର ରଖି କହିଛନ୍ତି, ‘ଚମତ୍କାର ହେଲା ଭଳି ଲାଗୁଛି। ମୋ କ୍ରିକେଟ ଯାତ୍ରା ଏହିଠାରୁ ହିଁ ଆରମ୍ଭ ହୋଇଥିଲା। ଏହାକୁ ୧୦ ବର୍ଷ ବିତି ଗଲାଣି। ମୁଁ ଏହି ଦଳର ନେତୃତ୍ୱ ନେବାର ସୁଯୋଗ ପାଇବି ବୋଲି କେବେ ଭାବି ନଥିଲି। ଏଥିପାଇଁ ମୁଁ ବହୁତ ଖୁସି। କ୍ୟାପ୍ଟେନସିପ୍‌ କରିବାରେ କୌଣସି ପରିବର୍ତ୍ତନ ହେବ ନାହିଁ। କାରଣ ରୋହିତ ଶର୍ମା ସେଠାରେ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ଯଦି ଦରକାର ପଡ଼ିଲା, ସେ ମୋତେ ସାହାଯ୍ୟ କରିବେ। ସମାନ ସମୟରେ ସେ ଭାରତର ଅଧିନାୟକ ଭାବେ ମୋତେ ଅନେକ ଥର ସହଯୋଗ କରିଛନ୍ତି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ଅନେକ ସଫଳତା ପାଇଛି। ଏବେ ସେହି ସଫଳତାକୁ ମୁଁ ଆଗକୁ ନେବି। ସେ ଯାହା ଆରମ୍ଭ କରିଥିଲେ, ସେହି ରାସ୍ତାରେ ବଢ଼ିବି। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।’

Advertisment

୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟା ପ୍ରଥମଥର ଖେଳିବାକୁ ସୁଯୋଗ ପାଇଥିଲେ। ମୁମ୍ବାଇରେ ଯୋଗ ଦେବା ପରେ ଦଳ ୪ ଥର ଚାମ୍ପିୟନ ହୋଇଛି। ୨୦୨୨ ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିଥିଲେ। ପ୍ରଥମ ସଂସ୍କରଣରେ ହିଁ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟ୍ରଫି ଜିତିଥିଲା। ଗତବର୍ଷ ମଧ୍ୟ ଟିମ୍‌ ରନର୍ସ ଅପ୍‌ ହୋଇଥିଲା। ତେବେ ସାମ୍ବାଦିକ ସମ୍ମିଳନୀରେ ହାର୍ଦ୍ଦିକ ଉତ୍ତର ରଖିଥିଲେ ମଧ୍ୟ କୋଚ୍‌ ଚୁପ୍‌ ରହିବା ନେଇ ପ୍ରଶ୍ନ ଉଠିଛି।

Rohit Sharma Hardik Pandya Cricket Mumbai Indians
Advertisment
Advertisment