Advertisment

SBI କୁ ସୁପ୍ରିମକୋର୍ଟଙ୍କ ନାଲି ଆଖି; କିଏ କିଏ କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି..ସବୁ ତଥ୍ୟ ଦିଅ..

ଇଲେକଟୋରାଲ ବଣ୍ତ୍‌ର ତଥ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଲୁଚାଇଛି ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏହା ସହିତ ନିର୍ବାଚନ କମିଶନଙ୍କ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କର।

author-image
Manoranjan Behera
ଅଦ୍ୟତନ ହୋଇଛି
Electoral Bonds Case

Electoral Bonds

ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ଇଲେକଟୋରାଲ ବଣ୍ତ୍‌ର ସବୁ ତଥ୍ୟ ଦିଅ। ବଣ୍ତ୍‌ର ସିରିଏଲ୍ ନମ୍ବର ଦିଅ। କିଏ କିଏ କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି, ତାର ସବୁ ତଥ୍ୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। SBI କୌଣସି ତଥ୍ୟ ଲୁଚାଇ ନାହିଁ ବୋଲି ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ଏକ ସତ୍ୟପାଠ ଦେବାକୁ ମଧ୍ୟ ଏସବିଆଇ ଚେୟାରମ୍ୟାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଇଲେକଟୋରାଲ ବଣ୍ତ୍‌ର ତଥ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଲୁଚାଇଛି ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏହା ସହିତ ନିର୍ବାଚନ କମିଶନଙ୍କ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କର। ଆଗରୁ ଇଲେକଟୋରାଲ ବଣ୍ଡକୁ ରଦ୍ଦ କରିବା ସହିତ ଏହାର ସବୁ ତଥ୍ୟ ପ୍ରକାଶ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ଆଜି ଏହି ମାମଲାର ଶୁଣାଣି କିରି ସୁପ୍ରିମକୋର୍ଟ ଏସ୍‌ବିଆଇକୁ ଭର୍ତ୍ସନା କରିଛନ୍ତି। ଅଦାଲତ କହିଛନ୍ତି ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ଦିଆଯିବା ଉଚିତ। କିନ୍ତୁ ଏସ୍‌ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍‌ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Advertisment

ଏସବିଆଇ କୌଣସି ତଥ୍ୟ ଲୁଚାଇ ନାହିଁ ବୋଲି ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ଏକ ସତ୍ୟପାଠ ଦେବାକୁ ମଧ୍ୟ ଏସବିଆଇ ଚେୟାରମ୍ୟାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କରିବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Election Commission Supreme Court SBI Electoral Bonds
Advertisment
Advertisment