/odishatv-khabar/media/post_attachments/uploadimage/library/16_9/16_9_0/BJP_1710600155.jpg)
BJP
ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ପ୍ରାର୍ଥୀ ଚୂଡାନ୍ତ କଲା ରାଜ୍ୟ ବିଜେପି। ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ଯୋଦ୍ଧା ତାଲିକା ପ୍ରସ୍ତୁତ କରି ଦଳ କେନ୍ଦ୍ରୀୟ କମିଟି ପାଖକୁ ପଠାଇବ। କୋର୍ କମିଟି ବୈଠକ ଏବଂ ନିର୍ବାଚନ କମିଟି ବୈଠକରେ ମାନସ ମନ୍ଥନ ସହ ଭଲ ସଂଗଠନ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରିଛନ୍ତି ଦଳର ତୁଙ୍ଗ ନେତା।
ରାଜ୍ୟ ବିଜେପି ଚୂଡ଼ାନ୍ତ କଲା ପ୍ରାର୍ଥୀ ତାଲିକା। ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ। ଗୋଟେ ପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ କମିଶନ। ଅନ୍ୟପଟେ ଓଡ଼ିଶା ଦଖଲ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କସରତ ଚଳାଇଥିଲା ବିଜେପି। ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ। ଦିନ ୧୧ଟାରେ କୋର୍ କମିଟି ବୈଠକ। ତା’ପରେ ରାଜ୍ୟ ନିର୍ବାଚନ କମିଟି ମିଟିଂ। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ, ୨ କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।
ନିର୍ବାଚନ ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟ୍ ନେଇ ହୋଇଥିଲା ମାନସ ମନ୍ଥନ। ତୃଣମୂଳ ସ୍ତରରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଯେଉଁ ନାଁ ଦେଇଥିଲେ, ସେସବୁ ଉପରେ ବିଚାରବିମର୍ଶ କରିଥିଲା ଦଳର ନିର୍ବାଚନ କମିଟି। ଭଲ ସଙ୍ଗଠନ ଏବଂ ବିଜୟ ସମ୍ଭାବନା ଭଳି ସବୁ ଦିଗକୁ ନେଇ ସମସ୍ତ ଆସନରେ ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରାଯାଇଛି।
ଏସବୁ ସତ୍ତ୍ୱେ ଆଜି ଯାଏଁ ବି ନେତା ଓ କର୍ମୀଙ୍କ ମନରୁ ଦୂର ହୋଇନି ଦ୍ୱନ୍ଦ୍ୱ। ଗତକାଲି ଜାତୀୟ ଗଣ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ଆଉ ଟିକେ ଦ୍ୱନ୍ଦ୍ୱ ବଢ଼ାଇଛି। ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ଶାହ କହିଛନ୍ତି ଓଡ଼ିଶାରେ ବିଜେପି ଲଢେଇ କେମିତି କରିବ ସେ କଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ। ହେଲେ ବିଜେପି ଏଥର ରାଜ୍ୟରେ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ। ତେବେ ସରକାରୀ ଦଳ ଏବଂ ବିରୋଧୀ ଦଳ ଏକାଠି ହେଲେ କେମିତି ବାର୍ତ୍ତା ଯିବ ବୋଲି ପ୍ରଶ୍ନରେ ଶାହ କହିଥିଲେ, ହାରଜିତ୍ ଗଣିତ ଓ ଦଳର ବିଚାରଧାରାକୁ ଦେଖିକି ମେଣ୍ଟ ହୁଏ।
ଯଦିଓ ମେଣ୍ଟ ସସପେନ୍ସ ଉପରୁ ଏଯାଏଁ ପରଦା ହଟିନି, ତଥା ରାଜ୍ୟ ବିଜେପି ସମସ୍ତ ପ୍ରକାର ପରିସ୍ଥିତିକୁ ନଜରରେ ରଖି ନିଜ ରଣନୀତି ପ୍ରସ୍ତୁତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)