/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746328356.jpg)
ଖାନନଗର ଅଘଟଣ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
କଟକ ଖାନନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ ଘଟି ୩ ଜଣଙ୍କ ମୃତ୍ୟୁ ମାମଲାର ହେବ ତଦନ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ଏବଂ କେଉଁ ପରିସ୍ଥିତିରେ ଘଟଣା ଘଟିଲା, ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁସାରେ ଗତକାଲି ବ୍ରିଜର ସ୍ଲାବ୍ ଖସି ପଡ଼ିବାରୁ ପ୍ରାୟ ୫ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅଘଟଣରେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ମୃତକମାନେ ହେଲେ ବାଲେଶ୍ବରର ସାଇଟ୍ ଇଂଜିନିୟର ସୌମ୍ୟରଂଜନ ମଲ୍ଲିକ, ଶିବଶଙ୍କର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ଭକ୍ତ । ସେହିପରି ୨ ଆହତ ହେଉଛନ୍ତି ପୁରୀର ଅରୁଣ ବାରିକ ଏବଂ ଆଠଗଡ଼ର ବିକଳ ଜେନା।
ଅଧିକ ପଢ଼ନ୍ତୁ: ଦୀଘା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗୁନୀ; କହିଲେ, ଦୀଘାକୁ ଜଗନ୍ନାଥ ଧାମ କହିବା ଉଚିତ ନୁହେଁ
ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କ୍ରେନର ବ୍ୟାଣ୍ଡ ଛିଡ଼ିପଡ଼ିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ତା’ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପୂର୍ତ୍ତ ବିଭାଗ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଘଟଣାର ତଦନ୍ତ କରିବେ। ତଦନ୍ତ କମିଟିର ମୁଖ୍ୟ ରହିବେ ସର୍ବୋଚ୍ଚ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ। ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)