/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746331022.jpg)
ଦୁର୍ଘଟଣା ପରେ ଓଲଟିଲା ଡମ୍ପର
ପାରାଦୀପରେ ବଡ଼ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଘଟିଛି ବଡ଼ ଧରଣର ଦୁର୍ଘଟଣା । ଏ ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଚନ୍ଦନ ଜେନା ଓ ରତ୍ନାକର ସ୍ବାଇଁ । ଏକ ଡାଲା ବଡି ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ ହୋଇଥିବା ଏକ IPT ଡମ୍ପରକୁ ଜୋରରେ ଧକ୍କା ଦେବା ଫଳରେ ଡମ୍ପରଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ଅଧିକ ପଢ଼ନ୍ତୁ: ରାୟଗଡାରେ ହତ୍ୟାକାଣ୍ଡ, ପୁଅ ସହ ମିଶି ପଡ଼ୋଶୀକୁ ଟାଙ୍ଗିଆରେ ହାଣି କଲେ ହତ୍ୟା
ସୂଚନା ଅନୁସାରେ ଡମ୍ପର ଖରାପ ହୋଇଥିବାରୁ ଏହାର ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଡାକି ଇଞ୍ଜିନ ସଜାଡୁଥିଲେ । ଏତିକି ବେଳେ ଡାଲାବଡି ଟ୍ରକଟି ଆସି ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଡମ୍ପରର କ୍ୟାବିନ ଗାଡିରୁ ଅଲଗା ହୋଇ ଓଲଟି ପଡିଥିଲା ଏବଂ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଛନ୍ତି ।
ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ IPT ଡମ୍ପର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୋର୍ଟ ଦୁଇ ନମ୍ବର ଓ ତିନି ନମ୍ବର ଫାଟକ ନିକଟରେ ବିକ୍ଷୋଭ କରୁଛନ୍ତି । ଫଳରେ ପୋର୍ଟ ମଧ୍ୟରେ ପଣ୍ୟ ପରିବହନ ଠପ୍ ହୋଇଯାଇଥିବା ଖବର ମିଳିଛି । ତେବେ ଦୁଇ ଡ୍ରାଇଭରଙ୍କ ମୃତଦେହ ଏବେ ଅଠରବାଙ୍କି ହସ୍ପିଟାଲରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)