Advertisment

୪ ଦିନ ପାଇଁ ଭିଜିବ ଅଧା ଓଡ଼ିଶା !

୧୧ ଓ ୧୨ରେ ୭ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Heavy Rainfall alert

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ୧୪ ତାରିଖ ଯାଏଁ ରାଜ୍ୟରେ ବର୍ଷିବ। ବର୍ଷା ଆଶଙ୍କା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାରେ କୁଆପଥର ମାଡ଼ ସହ ବର୍ଷା ଆଶଙ୍କା ରହିଛି। 

Advertisment
  • ୧୧ ତାରିଖ ସକାଳ ସାଢ଼େ ୮ଟାରୁ ୧୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ: ୭ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡିକ ହେଲା-ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼।
Advertisment

  • ୧୨ ତାରିଖ ସକାଳ ସାଢ଼େ ୮ଟାରୁ ୧୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ: ମଧ୍ୟ ୭ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ ଓ ନୟାଗଡ଼ ।

  • ୧୩ ତାରିଖ ସକାଳ ସାଢ଼େ ୮ଟାରୁ ୧୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ:  ସେହିପରି ୧୩ ଓ ୧୪ରେ ୯ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼ ଓ କନ୍ଧମାଳ।
  • Weather Forecast Weather In Odisha
    Advertisment
    Advertisment