Advertisment

୧୧ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

SRC Pressmeet

୧୧ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବ। ଅତିକ୍ରମ କରିବା ବେଳେ ପୁରୀ ଠାରୁ ୯୦ରୁ ୧୦୦ କିମି ଦୂରରେ ଯିବ। ଅତିକ୍ରମ ବେଳେ ଉପକୂଳରେ ପବନର ବେଗ ୫୦ କିମି ପର୍ଯ୍ୟନ୍ତ ରହିବ।

Advertisment

ବାତ୍ୟା ସୂଚନା : ଲ୍ୟାଣ୍ଡଫଲ୍ କରିବନି ବାତ୍ୟା

୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷିବ। ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷିବ। ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି। ଯେହେତୁ ୧୧ ତାରିଖରେ ବାତ୍ୟା ସାଇକ୍ଲୋନିକ୍‌ ଷ୍ଟର୍ମରୁ ଡିପ୍‌ ଡିପ୍ରେସନ୍‌ ଆକାରରେ ଥିବ, ସେଥିପାଇଁ ସେହି ଦିନ ଅଧିକ ବର୍ଷା ହୋଇପାରେ। ସେଥିପାଇଁ ୧୧ ତାରିଖ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି।

ସମୁଦ୍ର ଭିତରକୁ ଯାଇଥିବା ଓଡ଼ିଶାର ସବୁ ମାଛଧରା ବୋଟ୍ ଫେରି ଆସିଛି। ଚିଲିକାରେ ଅନେକ ବୋଟ ଫେରିଛି, କାଲି ଏହା ଉପରେ ଧ୍ୟାନ ଦେବୁ। ୭ରୁ ୧୧ ସେମି ବର୍ଷା ହେବ, ତଥାପି ବୃଷ୍ଟିପାତଜନିତ ବନ୍ୟା ଆଶଙ୍କା ନାହିଁ। ସହରର ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବାରୁ ପଦକ୍ଷେପ ନେଇଛୁ। ଗଞ୍ଜାମ, ପୁରୀ, ଅସ୍ତରଙ୍ଗ, ଜଗତସିଂହପୁର, କେନ୍ଦ୍ରାପଡ଼ା ପାଇଁ ଓଡ୍ରାଫ ପ୍ରସ୍ତୁତ ରହିଛି। ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। 

Advertisment
Cyclone Alert Cyclone Impact In Odisha Cyclone Asani
Advertisment
Advertisment