ଇ-କେୱାଇସି ଜରିଆରେ ଅପଡେଟ୍ କରୁଛନ୍ତି ଡିଲର। ସକାଳୁ ସନ୍ଧ୍ୟା ଯାଏଁ ଜାରି ରହିଛି କାମ। ତେବେ ଅଧିକାଂଶ ସ୍ଥାନରେ ଇ-ପିଓଏସ୍ ମେସିନ ଠିକ୍ ରେ କାମ କରୁନଥିବାରୁ ବିଳମ୍ବ ହେଉଛି ।
୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାହକଙ୍କୁ ଏପରି ଦିନ ଦି ପହରେ ଚୂନ ଲଗାଇ ଖାଦ୍ୟ ଯୋଗାଣ ବିଭାଗ ସ୍କାନରକୁ ଆସିଛନ୍ତି ରାଜ୍ୟର ୨ ହଜାର ୮୪୬ ବ୍ୟବସାୟୀ। ତା’ ଭିତରେ ଗ୍ରାହକଙ୍କୁ କମ୍ ମାପର ତେଲ ବିକୁଥିବା ପେଟ୍ରୋଲ ପମ୍ପ୍ ସଂଖ୍ୟା ୩୭୦ ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଆକ୍ରାନ୍ତ ନୁହେଁ, ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି ।
ମାଆର ସାହା ପାଲଟଛି କୁନିପୁଅ। ଭୁଲି ଯାଇଛି ପାଠ, ଏବେ ତା ଭବିଷ୍ୟତ କ’ଣ ହେବ ?
ବରଗଡ଼ ମ୍ୟୁନିସପାଲିଟିର ୧୭ ନମ୍ବର ୱାର୍ଡ ଅମ୍ବାପାଲି ଅଞ୍ଚଳର ସଞ୍ଜୀବ ସାହୁଙ୍କ ଘରୁ ନାଗ ସାପ ଉଦ୍ଧାର । ସୋଫା ଉପରେ ବସିଥିବା ବେଳେ ସାପର ଶବ୍ଦ ସେ ଶୁଣିବାକୁ ପାଇଥିଲେ । ମୂଷା ଖାଇବାକୁ ଆସି ଘରେ ପଶିଥିବା ସନ୍ଦେହ। ସାପକୁ ଉଦ୍ଧାର କଲେ ସାପ ଉଦ୍ଧାରକାରୀ ଟିମ୍।
ବୟସ ମାତ୍ର ୫ ବର୍ଷ ହେଲେ ଉଦ୍ଦେଶ୍ୟ ମହାନ୍ । ଯେଁଉ ବୟସରେ ପିଲା ଖେଳକୁଦ ଆଉ ମୋବାଇଲରେ ମାତିଥାନ୍ତି ସେଇ ବୟସରେ ଏହି କୁନି ବାଳକ ୬ ହଜାର ଗଛ ଲଗାଇବାର ଲକ୍ଷ୍ୟ ରଖିଛନ୍ତି ।
ବରା ପକୁଡ଼ି ବିକି ମାଟ୍ରିକ ପରୀକ୍ଷା ଦେଇ ରଖିଥିଲେ ୮୯ ପ୍ରତିଶତ ମାର୍କ। ଆଉ ଏବେ ଜେଇଇ ମେନ୍ ରେ ଭଲ ରାଙ୍କ ରଖି ମେଡ଼ିକାଲ ନିଟ୍ ରେ ସିଟ ପାଇଛନ୍ତି ।
ବିପର୍ଯ୍ୟୟ ବେଳର ହିରୋ। ମନେ ପକାନ୍ତୁ କିଛି ଦିନ ତଳର କେରଳର ୱାୟନାଡରେ ମହାବିନାସୀ ଭୂସ୍ଖଳନର ସେ ପ୍ରଳୟଙ୍କରୀ ବିଭୀଷିକାକୁ ।
ବିନା କୌଣସି ରାଜନୈତିକ ଦଳର ସମର୍ଥନରେ ନୀରିହ ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦକୁ ଚପାଇ ଦେବାକୁ ଅଭେଦ୍ୟ ଦୁର୍ଗ ଠିଆ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
କାହିଁକି ଦଳୀୟ ଫୋରମରେ ନଯାଇ ଏମିତି ଗଣମାଧ୍ୟମ ଆଗରେ ବିରୋଧ କଲେ ଅପରାଜିତାଙ୍କ ସମର୍ଥକ ? ସେ ପୁଣି ଖୋଦ୍ ପ୍ରଭାରୀ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ।
ବିଲଡରଙ୍କୁ ଅନୁକଂପା ଦେଖାଇ ରାଜଧାନୀରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶହ ଶହ କୋଠାବାଡ଼ି ମଧ୍ୟରୁ ୧୯୧ଟି ଭାଙ୍ଗିବାକୁ ସରକାରଙ୍କ ନିର୍ଦେଶ।
ପାଳନ ହେବ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । ସେପ୍ଟେମ୍ବରରେ ମୋହନ ସରକାର କରିବେ ନିଯୁକ୍ତି ମେଳା । ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ପତ୍ର ବାଣ୍ଟିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।
ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧକରି ସମାକୋଇ ଚକଧର ସମନ୍ୱୟ ସମିତି ପକ୍ଷରୁ `୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସମନ୍ୱୟ ସମିତିର କର୍ମକର୍ତ୍ତା ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହିତ ଗାଡ଼ିମାଟର ଚଳାଚଳକୁ ବନ୍ଦ କରିଛନ୍ତି ।
ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ ।
ଓଡିଶା ରାଜନୀତିରେ ୯ ସଂଖ୍ୟାର ଝଲକ୍ । ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ । ଜ୍ୟୋତିର୍ବିଦଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର । ୯ ସଂଖ୍ୟାର ସୁଫଳ, ବିଜେପି ପାଇଥିବା ବେଳେ ବିଜେଡି ପାଇଁ ବୁମେରାଂ ହୋଇଛି ।
ବିସ୍ମୟକର ବାଳିକା ଦିବ୍ୟାଂଶୀ ରଣା। ନାଁ ଯେପରି ତା କରମତି ମଧ୍ୟ ସେପରି। କାରଣ ମାତ୍ର ଦୁଇ ବର୍ଷ ତିନି ମାସର ବୟସରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏତେ କମ ବୟସରେ ମଧ୍ୟ ଜାତୀୟ ସଙ୍ଗୀତ, ବିଭିନ୍ନ ମନ୍ତ୍ର ଓ ସାଧାରଣ ଜ୍ଞାନ ତା ଜିଭ ଅଗରେ ରହିଛି ।
ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ବିଧାନସଭାକୁ ଆସିନାହାଁନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଆଜି ଜନ୍ମାଷ୍ଟମୀରେ ସ୍ବାମୀଜୀଙ୍କ ସ୍ମୃତିରେ ଜଳେଶପଟ୍ଟାରୁ ଭୁବନେଶ୍ବରରେ ଯାଏଁ ପାଳିତ ହୋଇଛି ୧୬ତମ ବଳିଦାନ ଦିବସ।
ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ମଣିଷ ଦେହରେ କି କି ଲକ୍ଷଣ ପ୍ରକାଶ ପାଏ, ସେ ସୂଚନା ବି ଦିଆଯାଇଛି।
କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ କରିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।
ଘଟଣା ଦିନ ସକାଳେ ସେମିନାର୍ ହଲ୍ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ଏଟିଏମ୍ କାର୍ଡ।
ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ। କାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ 5 ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ 20 ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି। କଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗ।...
ଜେଲ୍ ସୁରକ୍ଷାର ଚାରି କାନ୍ଥ ଭିତରେ ରହି ପାର୍ବଣ ପୂର୍ବରୁ ଅପରାଧ ଭିଆଇବାକୁ ଗୋଟି ଚଳାଇଲେଣି କି ଅପରାଧୀ ? ଜେଲ୍ ଭିତରୁ ନିଶା ସାମ୍ରାଜ୍ୟର ନେଟୱର୍କ ଗଢ଼ିବାକୁ ବିଚାରାଧୀନ ବନ୍ଦୀ ତିଆରି କରୁଛନ୍ତି କି ବ୍ଲୁ ପ୍ରିଣ୍ଟ୍? ଗୋଟିଏ କି ଯୋଡ଼ିଏ ନୁହଁ, ଦୁର୍ଦ୍ଦାନ୍ତ କ୍ରିମିନାଲ୍ ରହୁଥିବା ଅନେକ ଜେଲରୁ ମିଳିଲାଣି ବହୁ ନିଷିଦ୍ଧ ସାମଗ୍ରୀ। ଉଦବେଗର କଥା ହେଉଛି, ଡି’ବ୍ରଦର୍ସ ଗ୍ୟାଙ୍ଗ ମୁଖିଆ ସୁଶାନ୍ତ ଧଳସାମନ୍ତ ରହୁଥିବା ବଲାଙ୍ଗିର ଜେଲର ସେଲ୍ ରୁ ମିଳିଛି ସ୍ମାର୍ଟଫୋନ୍। ଏହି ଘଟଣା ପରେ ଜେଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦାୟିତ୍ବ ସହ ସେମାନଙ୍କ ଭୂମିକାକୁ ନେଇଛି ଉଠିଛି ପ୍ରଶ୍ନ।..