ଆସନ୍ତା ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁନିଫାଏଡ୍ ପେନସନ ସ୍କିମ୍- UPS। ଯେଉଁଥିରେ 25 ବର୍ଷର ଚାକିରିଆ ଅବସର ପରେ ମୂଳ ଦରମାର ଅଧା ପେନସନ ଆକାରରେ ପାଇବେ। ତେବେ 2004ରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ? ଏହାକୁ ନେଇ କର୍ମଚାରୀଙ୍କ ମତ କ’ଣ ? ଦେଖନ୍ତୁ ଏହି ରିପୋର୍ଟ।...
କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ବର। ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ। ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି। ସାମ୍ନାରେ ରାଜନୈତିକ କ୍ୟାରିଅରର ସବୁଠୁ ବଡ଼ ଚ୍ୟାଲେଞ୍ଜ। ପ୍ରଶ୍ନ ଉଠୁଛି, ଅଭୟାକାଣ୍ଡର ନିଆଁରେ ପୋଡ଼ି ପାଉଁଶ ହୋଇଯିବ କି ପଶ୍ଚିମବଙ୍ଗର ମମତା ସରକାର ?
ଲୋକଙ୍କ ଆସ୍ଥା ହରାଇବା ପରେ ଏବେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ବି ଆସ୍ଥା ହରାଉଛି ବିଜେଡି। ବିଜେଡି ଛାଡି ବିଜେପିକୁ ଯାଉଥିବା ନେତାଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେଥିରୁ ବାଦ୍ ପଡ଼ିଲାନି ଖୋଦ୍ ବିଜେଡି ସୁପ୍ରିମୋ ନବନୀଙ୍କ ଗଡ଼ ହିଞ୍ଜିଳି।
ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ଦେହଜୀବୀ । ପର୍ଣ୍ଣ ଭିଡିଓ ସୁଟିଂ ହେଉଥିଲା ।
ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?
ଏ ମା’ ତା’ ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି । ଜୀବନ ଜୀଇବା ପାଇଁ ସାଲାଇନ୍ ଲାଗିଛି । ମେଡିସନ୍ ବି ଚାଲିଛି । ହେଲେ ସବୁ କିଛି ଯେମିତି ତା’ର ଶେଷ ହୋଇଯାଇଛି ।
୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ ।
ଦୁଇ IPS ଅଧିକାରୀ ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂ ବିରୋଧରେ ଗୃହ ବିଭାଗର ଚାର୍ଜଫ୍ରେମରୁ ଆସିଛି ସାଙ୍ଘାତିକ ଅଭିଯୋଗ । କେମିତି ତୃତୀୟ ମହଲାରୁ ଜିଲ୍ଲାପାଳ ଓ ଏସପିଙ୍କୁ ଫୋନ କରି ନିର୍ବାଚନକୁ ପ୍ରଭାବିତ କରୁଥିଲେ କୁଟ୍ଟେ, ଏମିତି କି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫୋନ କରି ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ଚାପ ପକାଇବାକୁ ପଛାଉ ନଥିଲେ ।
ରାଜ୍ୟ କଂଗ୍ରେସ ମୂରବି ଶୂନ୍ୟ ହେବାର ଦେଢ଼ ମାସ ବିତିଲା, ତଥାପି ମଙ୍ଗୁଆଳ ଖୋଜା ସରୁନି । ଏଆଇସିସି ଗଢ଼ିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ହେଲା, କିନ୍ତୁ କାହା ନାଁରେ ମୋହର ବାଜିଲାନି । ଏବେ କହିଲେଣି ଜିଲ୍ଲାସ୍ତରର ନେତାଙ୍କଠୁ ମତାମତ ଆଣି ନାଁ ସ୍ଥିର ହେବ ଓ ଏଆଇସିସିକୁ ପଠାଯିବ।
ସୁଭଦ୍ରା ଯୋଜନାକୁ ନେଇ ଜୋର୍ ଧରିଲା ରାଜନୀତି । ଗତକାଲି ବିଧାନସଭାରେ ଏହି ଯୋଜନାର ରୂପରେଖକୁ ନେଇ ପ୍ରାଥମିକ ଚିତ୍ର ସାମ୍ନାକୁ ଆସୁଆସୁ ଏହାକୁ ଧୂଆଁବାଣ କହି ସମାଲୋଚନା କରିଛନ୍ତି ବିରୋଧୀ । ଏଣେ ସ୍ୱଚ୍ଛଳ ବର୍ଗରେ କେଉଁମାନେ ଅନ୍ତର୍ଭୁକ୍ତ, ସ୍ୱାମୀ କିମ୍ବା ବାପା ଆୟକର ଦେଉଥିଲେ ସଂପୃକ୍ତ ମହିଳା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନା ନାହିଁ, ସେ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।
କୋଲକାତାର ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପୁରିଲାଣି ୧୪ଦିନ । ହେଲେ ପୀଡ଼ିତାଙ୍କୁ ନ୍ୟାୟ, ଅପରାଧ ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ଓ ଦୋଷୀମାନଙ୍କୁ ଉଚିତ ଦଣ୍ଡବିଧାନ ଦାବିରେ ଥମୁନି ଜନତାଙ୍କ ଦୁର୍ବାର ଆନ୍ଦୋଳନ । ଦିନରାତି ଏକ୍ କରି ନ୍ୟାୟ ମାଗୁଛନ୍ତି ସାଧାରଣ ଜନତା।
ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ । ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି ।
ଦୂର ହେଲା ‘ସୁଭଦ୍ରା’ ଦ୍ବନ୍ଦ୍ବ ! ଖବ୍ଶୀଘ୍ର ଆବେଦନ କରିପାରିବେ ହିତାଧିକାରୀ । ୨୧ରୁ ୬୦ ବର୍ଷର ମହିଳାଙ୍କୁ ‘ସୁଭଦ୍ରା ଯୋଜନା’ର ସହାୟତା ମିଳିବ । ଜାଣନ୍ତୁ କିଏ ‘ସୁଭଦ୍ରା’ ଲାଭ ପାଇବେ ଆଉ କିଏ ପାଇବେ ନାହିଁ...
ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।
କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ l ସମସ୍ତଙ୍କ ଆଖିରେ ଆଖିଏ ଲୁହ l ଭେଣ୍ଡିଆ ପୁଅକୁ ହରାଇ କାହା ମନରେ ବା ହରଷ ଥାଆନ୍ତା l ସେ ସିନା ଚାଲିଗଲା ହେଲେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ଉଦାହରଣ l
ପୂରଣ ହେବ ରାଉରକେଲାବାସୀଙ୍କ ସ୍ୱପ୍ନ । ବେଦବ୍ୟାସ ପୀଠରେ ତିଆରି ହେବ ଓଡ଼ିଶାର ଦ୍ୱିତୀୟ ଝୁଲା ପୋଲ । ରାଉରକେଲାବାସୀଙ୍କ ବହୁଦିନର ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି ।
ଦିବ୍ୟାଙ୍ଗ ସିନା... ହେଲେ ଏ ମଣିଷଟା ଭାରି ସ୍ୱାଭିମାନୀ । ପେଟ ପୋଷିବା ପାଇଁ ଶାରୀରିକ ଅକ୍ଷମତା କେବେବି ମୁରଲୀଙ୍କ ପାଖରେ ବାଧକ ହୋଇ ଛିଡ଼ା ହୋଇନି । ନିଜର ଖର୍ଚ୍ଚ ବହନ କରିବା ପାଇଁ ପେଟ ପୋଷିବାକୁ ସେ ରାତି ୧୦ଟା ପରେ ଘରୁ ବାହାରିଯା’ନ୍ତି । ଆଉ ନିଜ କାମରେ ଲାଗିପଡ଼ନ୍ତି ।
ଆଜିର ଦିନରେ ୧୬ ବର୍ଷ ତଳେ କନ୍ଧମାଳରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ବିଶୃଙ୍ଖଳାର ସବୁ ସୀମା ଟପିଲେ ବିରୋଧୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ କରିବା ଉଦ୍ଦେଶ୍ୟରେ ପୋଡ଼ିୟମ୍ ଦଖଲ ପାଇଁ ବିଜେଡି ବିଧାୟକଙ୍କ ଉଦ୍ୟମ।
ଦିନେ କି ଅଧେ ନୁହେଁ, ମାସେ କି ବର୍ଷେ ବି ନୁହେଁ । ବର୍ଷ ବର୍ଷ ଧରି ବେଆଇନ ମଦର ପସରା ବସାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ମାଫିଆ ।
ମଦ ଚୋରା କାରବାର ରୋକିବାକୁ ଚାଲେଞ୍ଜ ଭାବେ ନେଲେ ନୂଆ ସରକାର । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା ।
କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ରାଜ୍ୟର ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ପାଇଁ ଆସିଲା ଖୁସି ଖବର। ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବହୁ ପ୍ରତିକ୍ଷୀତ ତଥା ବହୁ ଚର୍ଚ୍ଚିତ 'ସୁଭଦ୍ରା' ଯୋଜନା।
ସଫ୍ଟୱେର କମ୍ପାନୀ କରି ସ୍ମାର୍ଟ ସୁଇଚ ସହାୟତାରେ ସେ କିଭଳି ଚଳାଇଥିଲା ଆତଙ୍କୀ କାରବାର, ତା ଉପରେ ଖୋଳତାଡ଼ କରିବ ପୋଲିସ ।
୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ।