Advertisment

କ୍ରିକେଟ୍ ପ୍ରେମୀଙ୍କ ମୁଣ୍ଡରେ ପଡ଼ିଛି ଟିକଟ୍ ଚଡ଼କ

ଦୀର୍ଘଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା। କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମରି ଯାଇଛି ଦର୍ଶକଙ୍କ ଉତ୍ସାହ।

author-image
Satyendu Shekher Mishra

କ୍ରିକେଟ୍ ପ୍ରେମୀଙ୍କ ମୁଣ୍ଡରେ ପଡ଼ିଛି ଟିକଟ୍ ଚଡ଼କ। ପକେଟ୍‌କୁ ବାଧିବ ବାରବାଟୀ ମ୍ୟାଚ୍ । ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଦେଖିବା ପାଇଁ ଗଣିବାକୁ ହେବ ଦେଢ଼ଗୁଣା ଦାମ୍। ଆଗଭଳି ଆଉ ୬ ଶହ କି ୭ ଶହ ନୁହେଁ, ୭ ନମ୍ବର ଗ୍ୟାଲେରୀକୁ ଛାଡ଼ିଦେଲେ ୧ରୁ ୬ ନମ୍ବର ଗ୍ୟାଲେରୀ ଟିକେଟ୍ ଦାମ୍ ସିଧା ହଜାରେ ପାର୍। ୭ ନମ୍ବର ଗ୍ୟାଲେରୀ ଟିକେଟ୍ ଦର ୮ଶହ ରହିଛି। ଅନ୍ୟ ଗ୍ୟାଲେରୀଗୁଡ଼ିକର ଦାମ୍ ହଜାରେରୁ ୧୫ ଶହ ପର୍ଯ୍ୟନ୍ତ ରହିଛି। ଅର୍ଥାତ ବାରବାଟୀର ଗତ ମ୍ୟାଚ୍ ତୁଳନାରେ ଏଥର ପାଖାପାଖି ଦେଢ଼ଗୁଣା ବଢ଼ିଛି। ଦୀର୍ଘଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା। କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମରି ଯାଇଛି ଦର୍ଶକଙ୍କ ଉତ୍ସାହ।

Advertisment
Advertisment
Advertisment