ଏଣେ ୨୪ ଓ ୨୫ ଦୁଇ ଦିନ ଧରି ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ନେଇ ଚେତାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବଜାରରେ ୬୦ ତଳକୁ ତ ଆଉ ପରିବା ହିଁ ନାହିଁ । ସେପଟେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବ୍ୟବସାୟୀ, କଳାବଜାରୀ ନ କରି ସହଯୋଗ କରିବାକୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ ।
ନିଇତି ସମୁଦ୍ର ଲହଡ଼ି ସହ ବଳ କଷୁଥିବା ମତ୍ସ୍ୟଜୀବୀ ବି ଘରମୁହାଁ ହେଲେଣି ବାତ୍ୟା ଆଲର୍ଟ ପାଇବା ପରେ। ବିଭିନ୍ନ ମୁହାଣ, ଜେଟି ଓ ଚିଲିକା କୂଳରେ ଶହ ଶହ ଡଙ୍ଗା ବନ୍ଧା ସରିଥିବା ବେଳେ, ଆଉ କିଛି ମତ୍ସ୍ୟଜୀବୀ ଏବେବି ସମୁଦ୍ରରୁ ବାହୁଡ଼ୁଥିବା ଦେଖିବାକୁ ମିଳୁଛି।
ଦୁର୍ଗମ ଅଞ୍ଚଳରେ ଫୁଟିଲା ବଣମଲ୍ଲୀ, ଝଲସିଲା ଆଶାର କିରଣ। ଚମକିଲେ ଉପାନ୍ତ ବଣ୍ଡା ଘାଟିର ଝିଅ। ସବୁ ବାଧା ବିଘ୍ନକୁ ଲଂଘି ସେ ବନିବାକୁ ଯାଉଛନ୍ତି OAS ଅଫିସର। ଶୁଣନ୍ତୁ ତାଙ୍କର ସଂଘର୍ଷମୟ ଯାତ୍ରା ।
ଖାଲଖମା ଭରା ଅଧପନ୍ତରିଆ ଜାତୀୟ ରାଜପଥ। କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର LPG ଗ୍ୟାସ୍ ଟ୍ୟାଙ୍କର ଓଲଟୁଥିବା ବେଳେ, ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।
ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ୧୫ ଦିନରେ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।
ରେରା ବିଜ୍ଞପ୍ତିରେ ସଂଶୋଧନ। ଏଣିକି ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କଖାତାରେ ରହିପାରିବ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ ପ୍ରତିଶତ ଅର୍ଥ।
ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ। IMD ଡିଜି ଆଜି ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ।
ଓଡ଼ିଶା ଓ ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସନ୍ତା ୨୪ରେ ବାତ୍ୟା ପହଞ୍ଚିବା ନେଇ ଆକଳନ ପରେ ବାଲେଶ୍ବର ଜିଲ୍ଲାରେ ପଶିଛି ଛନକା। ତେବେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି।
ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି।
ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର।
ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।
ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ।
ଭଙ୍ଗା ଆଜବେଷ୍ଟ ତଳେ ପିଲା ପଢୁଛନ୍ତି ପାଠ । ଆଉ ଯଦି ବର୍ଷା ହେଲା ପାଠରେ ବନ୍ଧା ହୁଏ ଡୋରି । ଏହା ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ଯାହାର ଅବସ୍ଥା ଏବେ କହିଲେ ନସରେ ।
ପରିବା ବଜାରରେ ନିଆଁ । ଯାହାକୁ ଛୁଇଁବ ୭୦-୮୦ । ରାଜ୍ୟ ସାରା ଏବେ ପରିବା ଦରଆକାଶ ଛୁଆଁ ରହିଛି । ଏପଟେ କାର୍ତ୍ତିକ ମାସ ଥିବାରୁ ଏହି ଦର ଅଧିକ ବଢ଼ିବାରେ ଲାଗିଛି ।
୪ବର୍ଷ ହେଲା ସରୁନି ଆମୋକୋ-ସିମକୋ ସହୀଦ ସ୍ମୃତି ପୀଠ । ଗ୍ରାମବାସୀ ବାରିଲେଣି ଦୁର୍ନୀତିର ଗନ୍ଧ ।
ଏ ଭିଡ଼ ଓ କାନ୍ଦ ବୋବାଳିକୁ ଦେଖି ନିସ୍ତବ୍ଧ ପାଲଟି ଯାଇଛନ୍ତି ଦୁଇ ଶିଶୁ । କୁନି କୁନି ଆଖିରେ ତାଙ୍କ ମାଆର ଫେରିବା ବାଟକୁ ଚାହିଁ ରହିଛନ୍ତି । ହେଲେ ସେ ଜାଣି ନାହାନ୍ତି ମାଆ ଆଉ ଫେରିବନି। କାରଣ ସେ ଚାଲିଯାଇଛି ଅଫେରା ରାଇଜକୁ ।
ରାୟଗଡ଼ା ସହରର ଅମୂଲ୍ୟ ବ୍ଲଡ ପ୍ରେସର ଓ ଅନ୍ୟ କିଛି ରୋଗ ପାଇଁ ମାସକୁ ୨ହଜାରରୁ ଅଧିକ ଟଙ୍କାର ମେଡିସିନ୍ କିଣି ଖାଉଛନ୍ତି, ହେଲେ ଆଗକୁ ଆଉ କିଣିବା ସ୍ଥିତିରେ ନାହାନ୍ତି ।
ଜୀବନ ବଞ୍ଚାଇବା ଆଶାରେ ଡାକ୍ତରଖାନା ଧାଇଁଥିବା ମଣିଷ ଅଙ୍ଗର ହୋଇଛି ତସ୍କରୀ ?
ମଦ୍ୟପଙ୍କ ଦୁର୍ବ୍ୟବହାରରର ଶିକାର ପରେ ନୟାପଲ୍ଲୀ ଥାନାରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ।
ଜୟନାରାୟଣ ଖାଲି ବିଜେଡି ଛିନଛତ୍ର ହେବା କହି ନାହାନ୍ତି, ତା ’ହିତ ବିଜେଡିର ବହୁ ନେତା ବିଜେପି ଯୋଗାଯୋଗରେ ଥିବା କଥା ଦୋହରାଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।
ଗାଜାରେ ସେନାର ଏହି ଅପରେସନ୍ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ଆଇଡିଏଫ ପକ୍ଷରୁ ଜାରି ହୋଇଛି ଏହାର ଡ୍ରୋନ୍ ଭିଡିଓ।
ଖୋଲାକଥାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ...ଖୋଲିଲେ ବିଜେଡି ଗୁମର
ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍। ଆଖିରୁ କଳାପଟି ଖୋଲିଲେ ନ୍ୟାୟଦେବୀ। ସାମ୍ନାକୁ ଆସିଲା ନୂଆ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ଚିତ୍ର। ଯାହା ମୂର୍ତ୍ତି ଠାରୁ ସମ୍ପୁର୍ଣ୍ଣ ଭିନ୍ନ ରହିଛି ।