ଠାକୁର ଘରେ ରହିଛି କୌଣସି ସମସ୍ୟା ? ବାରମ୍ବାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି କି ? ଜାଣନ୍ତୁ କ’ଣ କହୁଛି ବାସ୍ତୁ ଦୋଷ ।
ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟା ବିଶେଷଜ୍ଞଙ୍କ ମତରେ ଏମିତି ୫ଟି ଜିନିଷ ରହିଛି ଯାହାକୁ କେବେ ବି ସକାଳେ ଉଠି ଦେଖିବା ଉଚିତ ନୁହେଁ। ଏହା କଥାକୁ ଅଣଦେଖା କଲେ ଜୀବନରେ ଅନେକ ସମସ୍ୟା ଆସିପାରେ। ତେବେ ସେ ସବୁ କ’ଣ ଆସନ୍ତୁ ଜାଣିବା।
ଆମେମାନେ ନିଜକୁ ଅତି ସୌଭାଗ୍ୟବାନ ଭାବିବା ଯେ, ଆମ୍ଭମାନଙ୍କ ପାଇଁ ବାସ୍ତୁଶାସ୍ତ୍ର ପରି ଏକ ମହତ୍ ଶାସ୍ତ୍ରଟିକୁ ରଚନା କରାଯାଇଛି । ଯାହାକୁ ବ୍ୟବହାର କରି ଆମ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରୁଛି ।
ଆପଣ ନିଶ୍ଚିତ ଭାବରେ ଅଧିକାଂଶ ଘରେ ତାଜା ଥିବା ଦେଖିଥିବେ, ଯାହା କେବଳ ଘର ବାହାରେ ନୁହେଁ ଭିତରେ ମଧ୍ୟ ଥାଏ। ଆପଣ ହୁଏତ ଏହା ଜାଣି ନଥିବେ, କିନ୍ତୁ ପ୍ରାଚୀନ ଗୃହ ନିର୍ମାଣ କୌଶଳର ଏହା ଏକ ପଦ୍ଧତି। ତେବେ ଏହା ପଛର କାରଣ କ’ଣ ଆସନ୍ତୁ ଜାଣିବା।
ଅନେକ ସମୟରେ କିଛି ଲୋକମାନଙ୍କ ମନରେ ପ୍ରଶ୍ନ ଆସେ ଯେ, ବାସ୍ତୁର ଶୁଭ ଓ ଅଶୁଭ ଫଳ ପୁରୁଷ ଓ ମହିଳାଙ୍କ ପାଇଁ କ’ଣ ଭିନ୍ନ ଭିନ୍ନ କି? ତେବେ ଏହି ପ୍ରଶ୍ନର ଉତ୍ତରରେ ବାସ୍ତୁର ନିୟମ କ’ଣ କହୁଛି ଆସନ୍ତୁ ଜାଣିବା।
ଆପଣ କୌଣସି ଏକ ଶିଳ୍ପାନୁଷ୍ଠାନ ଚଳାଉଛନ୍ତି ଆଉ ଏଥିରେ ଲାଭ ତ ଦୂରର କଥା ବାରମ୍ବାର କ୍ଷତି ହେଉଛି। ଏହା ପଛରେ କିଛି ବାସ୍ତୁ କାରଣ ମଧ୍ୟ ଥାଇପାରେ। ଜାଣନ୍ତୁ ଶିଳ୍ପାନୁଷ୍ଠାନରେ ବାସ୍ତୁର କେଉଁସବୁ ମୁଖ୍ୟ ନିୟମ ନ ମାନିଲେ ବ୍ୟବସାୟରେ ହୁଏ କ୍ଷତି…
ବାସ୍ତୁଦୋଷ ରହିଲେ ମାନବ ଶରୀରର ଚୁମ୍ବକୀୟ କ୍ଷେତ୍ର ସହିତ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରେ ନାହିଁ। ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ, ମାନସିକ ଅସ୍ଥିରତା ମଧ୍ୟ ଦେଖାଦେଇଥାଏ। ତେଣୁ ଯାଗା କିଣିବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ, ଦେଖନ୍ତୁ…
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଦେଖାଯାଉଥିବା ପ୍ରତ୍ୟେକ ଜିନିଷର କିଛି ନା କିଛି ଅର୍ଥ ରହିଛି । ଏଥିମଧ୍ୟରୁ କିଛି ଅତୀତର ହୋଇଥାଏ ଏବଂ କିଛି ଭବିଷ୍ୟତର ଆଇନା ଦେଖାଇଥାନ୍ତି । ଏହା ଜୀବନରେ ଶୁଭ ଏବଂ ଅଶୁଭ ପରିଣାମ ନେଇ ଆସିଥାଏ ।
ଘରେ ଶାନ୍ତି ଓ ସମୃଦ୍ଧି ରହିବା ପାଇଁ ସମସ୍ତେ ଚାହାନ୍ତି । ବାସ୍ତୁ ଓ ପୌରାଣିକ ଶାସ୍ତ୍ର ଅନୁଯାୟୀ ନିଜ ଗୃହରେ ବିଭିନ୍ନ ପବିତ୍ର ଦ୍ରବ୍ୟ ବା ଜିନିଷ ବ୍ୟବହାର କରିବା ଦ୍ୱାରା ସବୁବେଳେ ଘରେ ଶାନ୍ତି ବଜାୟ ରହିଥାଏ ।
ବାସ୍ତୁ ଶାସ୍ତ୍ର ମତରେ ରଙ୍ଗର ସମ୍ପର୍କ ଦିଗ ଏବଂ ଗ୍ରହମାନଙ୍କ ସହିତ ଅଛି ଏବଂ ପଞ୍ଚ ମହାଭୁତର ସମ୍ପର୍କ ମଧ୍ୟ ରଙ୍ଗ ସହିତ ରହିଛି। ଏଣୁ ଗୃହକୁ ରଙ୍ଗ କଲାବେଳେ ଯଥେଷ୍ଟ ଧ୍ୟାନ ଦେବା ଦରକାର, କାରଣ ଏହି ରଙ୍ଗ କଲାବେଳେ ଭୁଲ ରଙ୍ଗ ଦେଲେ ପଞ୍ଚମହାଭୁତରେ ଅସନ୍ତୁଳନ ଅବସ୍ଥା ସୃଷ୍ଟି ହୋଇଥାଏ।
ବହୁ ସମୟରେ ଗୃହ ନିର୍ମାଣ ଠିକ୍ ଥିବ କିନ୍ତୁ ରଙ୍ଗ ଦେଲା ବେଳେ କେଉଁ ଦିଗରେ କେଉଁ ରଙ୍ଗ ଦିଆଯିବ ଏବଂ ଏହାର ଗୃହକର୍ତ୍ତାଙ୍କ ରାଶି ସହିତ କେତେ ଶୁଭ ତାହାର ବିଚାର ନ କରି ରଙ୍ଗ କରିଥିଲେ କେବଳ ଏହି ରଙ୍ଗ କାରଣରୁ ଅନେକ ବାସ୍ତୁ ସମସ୍ୟା ଆସିଥାଏ।
ବାସ୍ତୁଶାସ୍ତ୍ରରେ ବ୍ୟବହାର ବିଭିନ୍ନ ରଙ୍ଗର ମଧ୍ୟ ବାସ୍ତୁ ନିୟମ ରହିଛି। ଗୃହରେ କେଉଁ ଦିଗରେ କେଉଁ ରଙ୍ଗ କରିବା କଥା ତାହାର ନିୟମ ମଧ୍ୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ପ୍ରାୟ ସବୁବେଳେ ଆମେ ଆମ ନିଜ ମନ ପସନ୍ଦର ରଙ୍ଗ ଆମେ ଗୃହରେ କରିଥାଉ କିନ୍ତୁ ସେତେବେଳେ ରଙ୍ଗ ବିଷୟରେ ଆମେ ବାସ୍ତୁଶାସ୍ତ୍ରର ନିୟମ ବିଷୟରେ ଜାଣି ନ ଥାଉ।
ଭୂମି ସବୁବେଳେ ଆୟତାକାର କିମ୍ବା ବର୍ଗାକାର ହେବା ଶୁଭ। ବିଷମ ବାହୁ ଏବଂ ଭିନ୍ନ ଭିନ୍ନ ଆକାରର ଭୂମି ହେଲେ ଅଶୁଭ ଫଳ ମିଳିଥାଏ। ବହୁତ ସ୍ଥାନରେ ଭୂମିର ଆକାର ଆୟତାକାର କିମ୍ବା ବର୍ଗାକାର ହୋଇଥିବ କିନ୍ତୁ ଭୂମିର ଯେକୌଣସି କୋଣରେ କିମ୍ବା ଦିଗରେ ଛିଦ୍ର ବା କଟ୍ ଥିଲେ ସେହି ସ୍ଥାନରେ ଶୁଭଫଳ ନଷ୍ଟ ହୋଇଯାଇଥାଏ।
ଜଳ, ବାୟୁ ଓ ପ୍ରକୃତିର ସମସ୍ତ ଶକ୍ତିମାନଙ୍କର ସମନ୍ୱୟ ଓ ଭାରସାମ୍ୟରେ ମନୁଷ୍ୟ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ଧନ ଓ ସମୃଦ୍ଧି ଲାଭ କରିଥାଏ। ଜଳ ହେଉଛି ଧନର କାରଣ। ଏଣୁ ଜଳ ଉତ୍ସ ବା ନଳକୂପ, କୂପ ଆଦିର ସ୍ଥାନ ଠିକ ଭାବରେ ରହିବା ଦରକାର, ନ ହେଲେ ଗୃହରେ ସବୁବେଳେ ଧନର ଅଭାବ ଦେଖାଦେଇଥାଏ।
ଆଜି ଆମେ ବୃକ୍ଷଲତା ବିଷୟରେ ଜାଣିବା ଯାହା ଗୃହ କର୍ତ୍ତାଙ୍କ ଉପରେ ତୁରନ୍ତ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃକ୍ଷଲତାର ସାମଞ୍ଜସ୍ୟ ଗ୍ରହମାନଙ୍କ ସହିତ କିପରି ଅଛି ତାହା ବର୍ଣ୍ଣନା କରାଯାଏ। ଆସନ୍ତୁ ଜାଣିବା ଗୃହକର୍ତ୍ତାଙ୍କର ଜାତକରେ ସୂର୍ଯ୍ୟ ଶୁଭ ଭାବରେ ଥିଲେ ସ୍ୱର୍ଯ୍ୟଙ୍କର ପ୍ରଭାବକୁ ପ୍ରତିନିଧିତ୍ୱ କରୁଥିବା ବୃକ୍ଷ ଗୃହ ପାଖରେ ଲଗାଇଲେ ଶୁଭଫଳ ମିଳିଥାଏ।
ଏକ ବହୁତ ବଡ଼ ବାସ୍ତୁତ୍ରୁଟି ଅନେକ ଯାଗାରେ ଦେଖିବାକୁ ମିଳୁଛି ତାହା ହେଉଛି ଐଶାନ୍ୟ କୋଣରେ ପାଇଖାନା। ଏହି ଭୁଲ୍ ସେହିଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଯିଏ ବାସ୍ତୁଶାସ୍ତ୍ରକୁ ଜମାରୁ ମାନନ୍ତି ନାହିଁ କି ଏହା ବିଷୟରେ ଜାଣିନାହାନ୍ତି।
ସାଧାରଣତଃ ମଣିଷ ଯେଉଁ ସ୍ଥାନରେ ରାତ୍ରିଯାପନ କରେ ସେହିସ୍ଥାନର ବାସ୍ତୁର ପ୍ରଭାବ ପଡ଼ିଥାଏ। ଏଣୁ ଗୃହ ଭିତରେ ଶୋଇବା ଘରର ଏକ ମୁଖ୍ୟ ଭୂମିକା ରହିଛି। ଆଗରୁ ତ ଆମେ ଶୋଇବା ଗୃହ ବିଷୟରେ ଜାଣିଛେ ଆଜି ଆମେ ଏହାର କିଛି ମୁଖ୍ୟ ଦିଗ ଉପରେ ଜାଣିବା।
ଅନେକ ସମୟରେ, ଅନେକ ଚେଷ୍ଟା ସତ୍ତ୍ୱେ ଜଣେ ଜୀବନରେ ସଫଳତା ପାଏ ନାହିଁ କି ଶୁଭ ମୁହୂର୍ତ୍ତ ଘରକୁ ଆସେ ନାହିଁ। ଏଭଳି ପରିସ୍ଥିତିରେ ହୋଲି ଦିନ କିଛି ଜିନିଷ ଘରକୁ ଆଣି ଜୀବନରୁ ଅନେକ ନକାରାତ୍ମକ ଚିନ୍ତାକୁ ହଟାଯାଇପାରିବ। ତେବେ ଆସନ୍ତୁ ସେହି ଜିନିଷଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା।
ନିଜ ଗୃହର ବାହାରେ ଜଳର ସ୍ଥିତି, ବିଭିନ୍ନ ନିର୍ମାଣାଧିନ ଗୃହର ସ୍ଥିତି, ଗୃହ ବାହାରେ ମନ୍ଦିର, ଗିର୍ଜା, ସସ୍ଜିଦ୍, ମଶାଣି ଆଦିର ସ୍ମୃତିକୁ ମଧ୍ୟ ବିଚାର କରାଯାଇଥାଏ। ଯଦି ପାରିପାର୍ଶ୍ୱିକ ସ୍ଥିତିକୁ ବିଚାର ନ କରି ଗୃହ ନିର୍ମାଣ କରାଯାଏ ତେବେ ଏହାର ଖରାପ ପ୍ରଭାବ ଗୃହବାସୀଙ୍କୁ ଭୋଗିବାକୁ ପଡ଼ିଥାଏ।
ପ୍ରତ୍ୟେକ ସ୍ଥାନ ଯାହା ଆବଧ କରାଯାଏ ତାହା ଗୋଟେ ଗୋଟେ ଏନର୍ଜି ଫିଲ୍ଡ୍ ତିଆରି କରେ ଯାହା ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ। ଏଣୁ ଗୃହକର୍ତ୍ତା ସ୍ୱୟଂ ନିଜେ ରୁହନ୍ତୁ କି ସେହି ଗୃହରେ କାହାକୁ ଭଡାରେ ରଖନ୍ତୁ, ବାସ୍ତୁର ପ୍ରଭାବ ଗୃହବାସୀଙ୍କ ଉପରେ ପଡିଥାଏ।
ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା। ପ୍ରତ୍ୟେକ ମଣିଷ ସହିତ ପ୍ରତ୍ୟେକ ବାସସ୍ଥାନର ଏକ ସମ୍ପର୍କ ରହିଥାଏ। ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର କରେ ଉଭୟ ବାସସ୍ଥାନ ଓ ମଣିଷର ସମ୍ପର୍କକୁ ନେଇକି। ତେବେ ଆଜି ଆମେ ଜାଣିବା କେଉଁ ବାରରେ ଗୃହ ନିର୍ମାଣ କଲେ ଶୁଭ ଫଳ ମିଳେ।
ବାସ୍ତୁ ନିୟମ ଅନୁସାରେ ନିର୍ମାଣ ହୋଇଥିବା ଭବନ ସବୁବେଳେ ଆଧାର କଲ୍ୟାଣକାରୀ ହୋଇଥାଏ। କିନ୍ତୁ ଏହାର ନିୟମ ଯଦି ଅବହେଳିତ ହୋଇଥାଏ ତେବେ ଏଠାରେ ରହୁଥିବା ବ୍ୟକ୍ତିଙ୍କ ପକ୍ଷରେ ବିନାଶକାରୀ ହୋଇଥାଏ। ବାସ୍ତୁ ନିୟମରେ ନିର୍ମାଣ ଗୃହରେ ଉଭୟ ମାନସିକ ଓ ଶାରୀରିକ ସୁଖ ମିଳିଥାଏ।
ବାସ୍ତୁବିଦ୍ୟା ଆମର ପ୍ରାଚୀନ ଶାସ୍ତ୍ର ବିଦ୍ୟାମଧ୍ୟରୁ ଏକ ପ୍ରମୁଖ ବିଦ୍ୟା ଏହାର ମହାନତା ଉପରେ କାହାର ସଂନ୍ଧେହ ବି ନାହିଁ। ବାସ୍ତୁଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗୃହଟେ ନିର୍ମାଣ କରିବା ଏବଂ ସେଥିରେ ବସବାସ କରିବା। ଯଦି ଏହି ଗୃହର ପରିବେଶ ବାସ୍ତୁ ଅନୁକୂଳ ହୋଇଥାଏ।
ଯଦି ଭୂମିର ପୂର୍ବ କିମ୍ବା ଉତ୍ତର ଦିଗ ଉଚ୍ଚଥାଏ ଏବଂ ଅନ୍ୟ ଦିଗ ନିଚ୍ଚା ହୋଇଥାଏ ତେବେ ଗୃହକର୍ତ୍ତାଙ୍କର ଅହିତ ହୋଇଥାଏ। ସବୁବେଳେ ଭୂମି କ୍ରୟ କଲାବେଳେ ଦେଖିବେ ଭୂମି ପାର୍ଶ୍ୱରେ ଯେପରି ମଶାଣି ନ ଥିବ। କାରଣ ମଶାଣି ଥିଲେ ଏହି ସ୍ଥାନର ନେଗେଟିଭ୍ ଏନର୍ଜି ବହୁତ ମାତ୍ରାରେ ଗୃହବାସୀଙ୍କ ଉପରେ ପଡିଥାଏ।
ପ୍ରତ୍ୟେକଟି ପକ୍ଷରେ ପନ୍ଦରଟି ତିଥି ହୋଇଥାଏ। ଏହି ପ୍ରତ୍ୟେକର ବିଶେଷତା ରହିଛି। ବାସ୍ତୁଶାସ୍ତ୍ରରେ ଗୃହ ନିର୍ମାଣ ଆରମ୍ଭ ପାଇଁ ଶୁଭ ଓ ଅଶୁଭ ତିଥିର ନିର୍ଦ୍ଧାରଣ କରାଯାଇଛି। ସେଗୁଡ଼ିକ ନିମ୍ନରେ ଆପଣଙ୍କର ଅବଗତ ନିମନ୍ତେ ଦିଆଯାଉଛି। ଏହା ଜାଣି ରଖନ୍ତୁ।