Advertisment

Gift To Friend: ସାବଧାନ... ବନ୍ଧୁଙ୍କୁ ଦେଉଛନ୍ତି କି ଏହି ସବୁ ଗିଫ୍ଟ...ଥରେ ଭାବନ୍ତୁ...

ବହୁ ସମୟରେ ଲୋକେ ନିଜ ନିକଟ ସମ୍ପର୍କୀୟଙ୍କୁ ଘରେ ଥିବା ଘଣ୍ଟା ଦେଇଦେଇଥାନ୍ତି। ଏପରି କେବେ ବି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଭଲ ସମୟ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଚାଲି ଯାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Vastu Tips

Vastu Tips

ଅନ୍ୟକୁ ଗିଫ୍ଟ ଦେବା ବହୁତ ଭଲ। ଏହାଦ୍ୱାରା ପୂଣ୍ୟ ଅର୍ଜନ ହୋଇଥାଏ, ଏଥିସହ ଖୁସି ମିଳିଥାଏ। ହେଲେ ମନେ ରଖନ୍ତୁ ଆପଣ ବ୍ୟବହାର କରୁଥିବା ଜିନିଷ ଭୁଲରେ କାହାକୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଜୀବନରେ ବିଭିନ୍ନ ସମସ୍ୟା ବଢ଼ି ଯାଇଥାଏ। ଆପଣ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଜିନିଷ ଅନ୍ୟକୁ ଦାନ କଲେ ମାଡ଼ି ଆସିବ ବିପଦ।

Advertisment

ଆପଣ ସାଧାରଣତଃ ନିଜେ ବ୍ୟବହାର କରୁଥିବା, ପରଫ୍ୟୁମ୍‌ ବା ଅତର କେବେ ବି ଅନ୍ୟ କାହାକୁ ଗିପ୍ଟ ଆକାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ।

ସେହିପରି ନିଜେ ପିନ୍ଧିଥିବା ମୁଦିକୁ ଆଙ୍ଗୁଠିରୁ ବାହାର କରି ଆଉ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଅପର ପାର୍ଶ୍ୱ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ହୋଇଥାଏ ଓ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

Advertisment

ବହୁ ସମୟରେ ଲୋକେ ନିଜ ନିକଟ ସମ୍ପର୍କୀୟଙ୍କୁ ଘରେ ଥିବା ଘଣ୍ଟା ଦେଇଦେଇଥାନ୍ତି। ଏପରି କେବେ ବି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଭଲ ସମୟ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଚାଲି ଯାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ ରହିଛି।

ସାଧାରଣତଃ ଆମେ ଘରେ କିମ୍ବା ବାହାରେ ଅନ୍ୟମାନଙ୍କ ସହ ଜୋତା, ଚପଲ ବଦଳ କରି ଦେଇଥାଉ ବା ପୁରୁଣା ଜୋତା କାହାକୁ ଦାନ କରି ଦେଇଥାଉ। ମାତ୍ର ଏପରି କରିବା ଠିକ୍‌ ନୁହେଁ। ନିଜ ବ୍ୟବହୃତ ଜୋତା, ଚପଲ ଅନ୍ୟକୁ ଦେବା ଠିକ୍‌ ନୁହେଁ। ଏହାଦ୍ୱାରା ଆପଣଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

ଅଧିକ ପଢ଼ନ୍ତୁ: ଏହିସବୁ ବାରରେ ଚୁଟି କାଟୁଛନ୍ତି କି… ହୋଇଯିବେ ଗରିବ, କମିଯିବ ଆୟୁଷ

Vastu Tips
Advertisment
Advertisment