Angry

ସଫା ରୁହନ୍ତୁ: ଘରେ ଅଳିଆ ଆବର୍ଜନା ଥିଲେ ନେଗେଟିଭ୍ ଏନର୍ଜି ବୃଦ୍ଧି ହୋଇଥାଏ। ଏଥିପାଇଁ ଘରର କୋଣ ଅନୁକୋଣ ପରିଷ୍କାର ରଖିବା ପାଇଁ ଚେଷ୍ଟା କରନ୍ତୁ। ଘରେ ଆଦୌ ଅଳିଆ ଜମା କରି ରଖନ୍ତୁ ନାହିଁ।

ଉପାୟ: ଘରର ପୂର୍ବ ଦିଗରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୀପ ଜାଳନ୍ତୁ। ଏହା ସହିତ ଏହି ଦିଗରେ କୌଣସି ଭାରି ଜିନିଷ ରଖନ୍ତୁ ନାହିଁ। ଏପରି କଲେ ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିପାରିବେ।

ସୂର୍ଯ୍ୟଙ୍କୁ ପୂଜନ୍ତୁ: ପ୍ରତିଦିନ ସକାଳେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବା ସହିତ ରାଗ କମ୍ ହୋଇଥାଏ।

ଶାନ୍ତି ମିଳିବାର ଉପାୟ: ବେଡ୍‌ ରୁମ୍‌ରେ ଭଲ ବାସ୍ନା ହେଉଥିବା ଫୁଲ ରଖନ୍ତୁ। ଏହା ଦ୍ୱାରା ମନ ଶାନ୍ତ ରହିଥାଏ। ମନ ଶାନ୍ତ ରହିଲେ ସକାରାତ୍ମକ ଚିନ୍ତାଧାରା ଆସିଥାଏ ଓ ଏହା ରାଗକୁ ନିୟନ୍ତ୍ରଣ କରିଥାଏ।

ନୀତିବାଣୀ କହୁଛି: ଘରେ ସବୁବେଳେ ସୁସ୍ଥ ବାତାବରଣ ରଖିବା ବହୁତ ଜରୁରି। ମନନ୍ତୁ ଅଶାନ୍ତ କଲାପରି କୌଣସି ଜିନିଷ ଘରେ ରଖନ୍ତୁନି, କୌଣସି କାମ କରନ୍ତୁନି, କୌଣସି କଥାରେ ଭାଗ ନିଅନ୍ତୁ ନାହିଁ।