Advertisment

Vastu Tips: ଝିଅର ଶାଶୁ ଘରକୁ କେବେ ବି ଦିଅନ୍ତୁ ନାହିଁ ଏହି ଉପହାର… ଭାଙ୍ଗିଯିବ ସଂପର୍କ !

ଭାରତୀୟ ପରମ୍ପରାରେ ବିବାହରେ ଉପହାର ଦେବା ଏକ ବିଶେଷ ରୀତିନୀତି। ଯଦି ଏହିସବୁ ଉପହାରକୁ ଦେବା ବେଳେ ବାସ୍ତୁଶାସ୍ତ୍ରକୁ ଦୃଷ୍ଟିରେ ଦିଆଯାଏ ତେବେ ନବ ବିବାହିତ ଦମ୍ପତିଙ୍କ ଜୀବନରେ କେବଳ ସୁଖ ହିଁ ସୁଖ ମିଳିବ, ନଚେତ୍ ଏହା ବିପରୀତ ହୋଇପାରେ।

author-image
Pramod Behera
ଅଦ୍ୟତନ ହୋଇଛି
Gift Item For Daughter

Gift Item For Daughter

କୋଉ ବାପାମାଆ ବା ନିଜ ଝିଅକୁ ଭଲ ନ ପାଆନ୍ତି ବା ଉପହାର ଦେବାକୁ ନ ଚାହାନ୍ତି। ସବୁ ବାପାମାଆଙ୍କ ସ୍ୱପ୍ନ ଥାଏ ଝିଅ ବାହାଘରରେ ଯଥାସମ୍ଭବ ସମସ୍ତ ପ୍ରକାରର ଉପଯୋଗୀ ଜିନିଷ ଝିଅକୁ ଦେବା ପାଇଁ।

Advertisment

ବେଳେବେଳେ ବାପାମାଆମାନେ ଝିଅକୁ ଏହିପରି କିଛି ଜିନିଷ ଉପହାର ଦେଇଦିଅନ୍ତି ଯେ ଯାହା ତାଙ୍କ ଶାଶୁ ଘରେ ତାଙ୍କ ଜୀବନରେ ବହୁତ ନକରାତ୍ମକ ପ୍ରଭାବ ପକାଇଥାଏ। ଏହି ନକରାତ୍ମକ ପ୍ରଭାବ ହେତୁ ସମ୍ପର୍କ ଖରାପ ହୋଇଯାଏ ଏବଂ ବେଳେବେଳେ ତାଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡେ।

ଭାରତୀୟ ପରମ୍ପରାରେ ବିବାହରେ ଉପହାର ଦେବା ଏକ ବିଶେଷ ରୀତିନୀତି। ଲୋକମାନେ ମଧ୍ୟ ବିବାହରେ ଯୋଗ ଦିଅନ୍ତି ଏବଂ ନବ ଦମ୍ପତିଙ୍କୁ ଉପହାର ଆକାରରେ ଆଶୀର୍ବାଦ ଦିଅନ୍ତି ଏବଂ ସେମାନଙ୍କ ଜୀବନରେ ମଙ୍ଗଳ କାମନା କରନ୍ତି।

Advertisment

ଅଧିକ ପଢ଼ନ୍ତୁ: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

ଯଦି ଏହିସବୁ ଉପହାରକୁ ଦେବାବେଳେ ବାସ୍ତୁଶାସ୍ତ୍ରକୁ ଦୃଷ୍ଟିରେ ଦିଆଯାଏ ତେବେ ନବ ବିବାହିତ ଦମ୍ପତିଙ୍କ ଜୀବନରେ କେବଳ ସୁଖ ହିଁ ସୁଖ ମିଳିବ, ନଚେତ୍ ଏହା ବିପରୀତ ହୋଇପାରେ। ତେବେ ଆସନ୍ତୁ କେଉଁ ଜିନିଷ ଝିଅକୁ ଉପହାର ଦେବା ଉଚିତ ଏବଂ କ’ଣ ନ ଦେବା ଉଚିତ ସେ ବିଷୟରେ ଜାଣିବା।

କ’ଣ ନ ଦେବେ:

  • ଯେତେବେଳେ ଝିଅ ବାପଘରୁ ବିଦା ହୋଇ ଶାଶୁ ଘରକୁ ଯାଏ, ତାଙ୍କୁ ଆଚାର କିମ୍ବା କୌଣସି ପ୍ରକାର ଖଟା ଜିନିଷ ଦିଆଯିବା ଉଚିତ ନୁହେଁ। ଏହା ବାସ୍ତୁ ଅନୁସାରେ ଝିଅର ଜୀବନରେ ସମସ୍ୟା ଆଣିଥାଏ। ବାପାମାଆ ଏଥିପାଇଁ ସଚେତନ ହେବା ଉଚିତ।
  • ଝିଅକୁ ବିଦା କରିବା ବେଳେ ତାଙ୍କୁ କୌଣସି ପ୍ରକାରର ତେଲ ଆଦି ଜିନିଷ ତାଙ୍କ ଶାଶୁ ଘରକୁ ପଠାନ୍ତୁ ନାହିଁ।
  • ଗ୍ୟାସ୍‌ ଚୁଲା କିମ୍ବା ଅଗ୍ନି ତତ୍ତ୍ୱ ସହିତ ଜଡିତ ଥିବା କୌଣସି ଜିନିଷ ବି ଶାଶୁ ଘରକୁ ନେବା ପାଇଁ ଝିଅକୁ ଉପହାରରେ ଦିଅନ୍ତୁ ନାହିଁ।
  • ଝିଅର ବିବାହ ପରେ ତାଙ୍କ ଶାଶୁ ଘରକୁ ଛୁରୀ, କଇଁଚି, ପନିକି ଆଦି କୌଣସି ଧାରୁଆ ଜିନିଷ ଉପହାରରେ ଦିଆଯିବା ଉଚିତ ନୁହେଁ। ଏପରି ପରେ, ଝିଅର ଜୀବନରେ ନକାରାତ୍ମକ ଶକ୍ତି ପ୍ରବେଶ କରେ। ଦିନେ ନା ଦିନେ ହଠାତ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗେ।
  • ଯଦି କୌଣସି ଝିଅ ନିଜ ବାପ ଘରୁ ଶାଶୁ ଘରକୁ ଯିବାବେଳେ ବାପାମାଆ ତାଙ୍କୁ ପୋଷାକ ଇତ୍ୟାଦି ଉପହାର ଦେଉଛନ୍ତି ତେବେ ଧ୍ୟାନ ରଖିବା ଉଚିତ ଯେ କେବେ ବି ଝିଅ-ଜ୍ୱାଇଁଙ୍କୁ କଳା ପୋଷାକ ଉପହାର ଦିଅନ୍ତୁ ନାହିଁ। ଏପରି କଲେ, ସେମାନଙ୍କ ଭିତରେ ନକରାତ୍ମକ ଶକ୍ତି ପ୍ରବେଶ କରେ।
  • ଅନେକ ଲୋକ ବିବାହିତ ଦମ୍ପତିଙ୍କୁ ବହୁତ ସୁନ୍ଦର ଦେଖାଯାଉଥିବା କାଚ ସମ୍ବନ୍ଧୀୟ ସାମଗ୍ରୀ ଉପହାରରେ ଦିଅନ୍ତି। କିନ୍ତୁ ବାସ୍ତୁଶାସ୍ତ୍ରରେ କାଚ ଦେବା ଅତ୍ୟନ୍ତ ଖରାପ ବୋଲି ବିବେଚନା କରାଯାଏ।

କ’ଣ ଦେବେ:

ଝିଅ ବାପ ଘରୁ ଶାଶୁ ଘରକୁ ଯିବା ବେଳେ ଏମିତି କିଛି ଜିନିଷ ଅଛି ଯାହାକୁ ଦେଲେ ଶୁଭ ହୋଇଥାଏ ବୋଲି ବିବେଚନା କରାଯାଏ। ଏହି ସମୟରେ ଝିଅକୁ ମୁଦି, ଚୁଡି, ନାକ ଫୁଲ, ସୁନା ଏବଂ ରୁପା ଅଳଙ୍କାର, ପାଉଁଜି, ନୋଥ, କୁଣ୍ଡଳ, ଘଣ୍ଟା ଇତ୍ୟାଦି ଦିଆଯିବା ଉଚିତ।

ଅଧିକ ପଢ଼ନ୍ତୁ: ଘରକୁ ବାରମ୍ବାର ଅତିଥି ଆସୁଛନ୍ତି ଆଉ ସବୁବେଳେ ରୋଷେଇ କରିବାକୁ ପଡୁଛି; ଜାଣନ୍ତୁ କାହିଁକି…

Vastu Tips Vastu Shastra Vastu Vichar
Advertisment
Advertisment