vastu guidelines to start the construction of you home

ବାସ୍ତୁ ସିଦ୍ଧାନ୍ତର ନିୟମ ପାଳନ କଲେ ମଣିଷର ଜୀବନ ସରସ ସୁନ୍ଦର ଓ ସୁଖମୟ ହୋଇଥାଏ। ଆଜି ଜାଣିବା କେଉଁ ନିୟମକୁ ଗୃହ ନିର୍ମାଣ ସମୟରେ ଅଣଦେଖା କଲେ ଅନିଷ୍ଟ ହୋଇଥାଏ।

ବାୟୁ ଅଗ୍ନି ଓ ଆଲୋକର ଚଳପ୍ରଚଳକୁ ନେଇ ପ୍ରତି ଘରର ନିଜସ୍ୱ ଗୋଟେ ସ୍ଥିତି ରହିଥାଏ। ପ୍ରକୃତିର ଏହି ତିନି କ୍ରିୟାକୁ ମାନି ଘର ତିଆରି କଲେ କୌଣସି ଅନିଷ୍ଟ ହୁଏନାହିଁ।

ବାସ୍ତୁ ବିଶେଷଜ୍ଞଙ୍କ ମତରେ, ନହେଲେ ସେହି ଘରେ ବାସ କରୁଥିବା ଲୋକ ସମସ୍ୟାରେ ପଡ଼ି ପାରନ୍ତି। ସବୁକିଛି ଥିଲେ ମଧ୍ୟ ଉଲ୍ଲେଖନୀୟ ବିକାଶ ହୋଇନପାରେ।

ତେଣୁ ବାସ୍ତୁ ଅନୁଯାୟୀ, ଘର ତିଆରି ଆରମ୍ଭ କରିବାର ଶୁଭ ମୁହୂର୍ତ୍ତ ରହିଛି। କେଉଁ ସମୟରେ କେମିତି ଏହି ଶୁଭ କାମ ଆରମ୍ଭ କରିବାକୁ ହୁଏ ଜାଣନ୍ତୁ।

ମଧ୍ୟାହ୍ନରେ, ଅର୍ଦ୍ଧରାତ୍ରରେ, ପ୍ରାତଃ ଓ ସାୟାହ୍ନରେ ଅର୍ଥାତ୍ ସୂର୍ଯ୍ୟୋଦୟ ଏବଂ ସୁର୍ଯ୍ୟାସ୍ତ ସମୟରେ ଗୃହାରମ୍ଭ ବା ମାଟି ଖୋଳା ଆରମ୍ଭ କଲେ କର୍ତ୍ତାଙ୍କର, ଧନ, ମାନ, ଯଶ, କିର୍ତ୍ତୀ ଧିରେ ଧିରେ ନଷ୍ଟ ହେବାକୁ ଲାଗେ।

ଗୃହର ଦକ୍ଷିଣ ଦିଗରେ କୂଅ ନିର୍ମାଣ କଲେ ଏହିପରି ପିରସ୍ଥିତି ସୃଷ୍ଟି ହୋଇଥାଏ ବୋଲି ବାସ୍ତୁବିତ ମତ ଦିଅନ୍ତି। କାରଣ ଦକ୍ଷିଣ ଦିଗ ହେଉଛି ଅଗ୍ନିତତ୍ତ୍ୱ ଏବଂ ମାନ ସମ୍ମାନ ପ୍ରାପ୍ତିର ଦିଗ।

ଦକ୍ଷିଣ ଦିଗ ହେଉଛି ଯମ ଦେବତା ଏବଂ ମଙ୍ଗଳ ଗ୍ରହ ଦ୍ୱାରା ପ୍ରଭାବିତ ଦିଗ। ଏହି ଦିଗରେ ବାସ୍ତୁଦୋଷ ରହିଲେ ମାନ ସମ୍ମାନ ହାନି, ମୃତ୍ୟୁତୁଲ୍ୟ ପିଡ଼ା ହୁଏ।

ସେହିପରି ଗୃହର ଦକ୍ଷିଣ ଦିଗରେ କୁଅ ବା ଜଳଉତ୍ସ ରହିଥିଲେ ଜମିଜମା ବିବାଦକୁ ନେଇ କୋର୍ଟ କଚେରୀ ଯିବା ପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ବାସ୍ତୁବିତ୍ ମତ ଦିଅନ୍ତି