ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ତୀବ୍ର ନିନ୍ଦା କରିଛନ୍ତି। ଋଷିଆ ପାଇଁ ନିଜ ବାୟୁସୀମାକୁ ଆମେରିକା ବନ୍ଦ କରିବା ସହ ଋଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି।
ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା।
ଯୁଦ୍ଧର ବିଭୀଷିିକା ଭିତରେ ସାଧାରଣ ୟୁକ୍ରେନୀୟଙ୍କ କାରନାମା ବି ଚର୍ଚ୍ଚାର ଖୋରାକ୍ ଯୋଗାଇଛି।
ଅରିନ୍ଦମ ବାଗଚି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ କହିବାକୁ ପଡ଼ୁଛି, ଖାରକିଭରେ ଘଟୁଥିବା ଏୟାର ଷ୍ଟ୍ରାଇକରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମନ୍ତ୍ରଣାଳୟ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ରହିଛି । ଆମର ସହାନୁଭୂତି ପରିବାର ସହିତ ରହିଛି ।
ଆକାଶରୁ ବୋମା ବର୍ଷା ସହ ହୋଇଛି ଭୟଙ୍କର ବିସ୍ଫୋରଣ । ଖାରକିଭ୍ ସହରର ବୋମା ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ।
ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା ।
ଯୁଦ୍ଧ ବିଭୀଷିକା ଭିତରେ ଫସି ରହିଥିବା ଜଣେ ଓଡ଼ିଆ ଛାତ୍ରଙ୍କ ଦୁର୍ଦ୍ଦଶାର କାହାଣୀରେ ଦେଖିବାକୁ ମିଳିଛି ଯେ, ଖାଇବାକୁ ନାହିଁ, ପିଇବା ପାଣି ନାହିଁ, ବିଜୁଳି ନଥିବାରୁ ୪ ଦିନ ହେଲା ବଙ୍କର ଭିତରେ ଘନ ଅନ୍ଧକାର ।
ୟୁକ୍ରେନ୍-ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍ରେ ଫସିଛନ୍ତି ହଜାର ହଜାର ସଂଖ୍ୟକ ଭାରତୀୟ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଲୋକ ମଧ୍ୟ ଅଛନ୍ତି। ଯେଉଁମାନେ କି ସ୍ୱଦେଶ ଫେରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
। ପାଶ୍ଚାତ୍ୟ ଦେଶ ଗୁଡିକର ଚାପ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ନ୍ୟୁକ୍ଲିଆର୍ ଫୋର୍ସକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ଡକାଯାଇଛି। ପ୍ରାୟ ୪୦ ବର୍ଷ ପରେ ନିରାପତ୍ତା ପରିଷଦର ଏପରି ଜରୁରୀ ବୈଠକ ଡକାଯାଇଛି।
ଋଷିଆ ସାରା ବିଶ୍ୱରେ ରାଜ୍ କରିବ । ବଞ୍ଜର ଭୂମିରେ ପରିଣତ ହୋଇଯିବ ୟୁରୋପ୍ । ଋଷିଆକୁ ଚାହିଁଲେ ବି କେହି ଅଟକାଇ ପାରିବେ ନାହିଁ । ସବୁକିଛି ବରଫ ପରି ତରଳି ଯିବ ।
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ଋଷିଆକୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଅନେକ ରାଜ୍ୟ ଋଷିଆ ନିର୍ମିତ ଭୋଡକା(ପ୍ରଖ୍ୟାତ ରୁଷୀୟ ମଦ)କୁ ବୟକଟ୍ କରିବା ଆରମ୍ଭ କରିଛନ୍ତି ।
ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ଼ ଯୋଜନା କରିଛନ୍ତି ଭାରତ ସରକାର । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ହେବ ଆହୁରି ତ୍ୱରାନିତ କରାଯିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀ ଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରଷିଆ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା ହେବ ।
ପୋଲାଣ୍ଡ ପଳାୟନ କରୁଥିବା ବେଳେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଫତେହାବାଦର ବାସିନ୍ଦା । ମାଡ଼ପିଟରେ ଜଣେ ଛାତ୍ରଙ୍କ ହାତ ଭାଙ୍ଗି ଯାଇଛି ।
ପଞ୍ଚମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷିଆର ଆକ୍ରମଣ। ତେବେ ଏହା ପୂର୍ବରୁ ଶାନ୍ତି କଥାବାର୍ତ୍ତା ପାଇଁ ସମ୍ମତି ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି।
ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ଋଷିଆ ଧମକ ଦେଇଛି। ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି।
ମହାଶକ୍ତି ଋଷିଆର ସାମ୍ନା କରିବାକୁ ୟୁକ୍ରେନ ପାଖରେ ସାମର୍ଥ୍ୟ ନାହିଁ, ତେବେ ଦେଶକୁ ବାହ୍ୟଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍ସିକ ।
ୟୁକ୍ରେନ ଆକାଶରେ ବିଜୁଳି ଗର୍ଜୁନି, ଗର୍ଜୁଛି ଲଢ଼ୁଆ ବିମାନ, ଗୁଳି ଗୋଳା ଓ ମିଜାଇଲ୍ ରାସ୍ତାରେ ଗାଡ଼ି ଚାଲୁନି, ଚାଲିଛି ମୁହାଁମୁହିଁ ଗନ୍ଫାଇଟ୍ । ପୁଟିନଙ୍କ ସଦ୍ୟ ନିର୍ଦ୍ଦେଶ ପରେ ଋଷୀୟ ସେନା ଚତୁର୍ଥ ଦିନରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ, ୟୁକ୍ରେନ ଆର୍ମି ବି ଦେଉଛି କଡ଼ା ଟକ୍କର୍ ।
ଯୁଦ୍ଧ ଏକ ବିନାଶକାରୀ ପ୍ରକ୍ରିୟା। ଯେଉଁଠି କେବଳ ଲୋକଙ୍କର ଜୀବନ ଯାଏ । ଏଥିରେ କାହାର ବି ଭଲ ହୁଏନି । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ଓ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ମୁସ୍କିଲ କାମ ମଧ୍ୟରୁ ଗୋଟିଏ
ୟୁକ୍ରେନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୭ ବର୍ଷୀୟ ନେହା ସାଙ୍ଗୱାନ୍ । ନେହା ଗତ ବର୍ଷ ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି । ଲୋକେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି ।
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ଯୁଦ୍ଧକୁ ବିରୋଧ କରିବା ପାଇଁ ରୁଷର ସହର ଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆମେରିକାର ହ୍ୱାଇଟ୍ ହାଉସ ବାହାରେ ମଧ୍ୟ କିଛି ଲୋକ ରାଲି କରିଥିଲେ ଏବଂ ଦିନସାରା ଋଷିଆ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।
ଗୁଗୁଲ ପୂର୍ବରୁ, ୟୁଟ୍ୟୁବ୍ ଋଷିଆର ମିଡିଆ ସଂଗଠନ ଆରଟି ସମେତ ଅନେକ ଋଷିଆ ଚ୍ୟାନେଲକୁ ବିଜ୍ଞାପନରୁ କରୁଥିବା ଟଙ୍କା ରୋଜଗାର ଉପରେ ରୋକ୍ ଲଗାଇ ଦେଇଥିଲା
ଋଷିଆ- ୟୁକ୍ରେନ୍ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରାୟ ୧୬,୦୦୦ ଭାରତୀୟ( ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ) ୟୁକ୍ରେନରେ ଫସି ରହିଛନ୍ତି । ସେଠାରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଶନିବାର ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଛି ।
ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ୪୬୯ ଜଣ ସ୍ୱଦେଶ ଫେରିଛନ୍ତି। ସ୍ୱଦେଶ ଫେରିଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ମୁହଁରେ ହସ ଦେଖି ଆନନ୍ଦିତ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।