ଭାରତୀୟ ଛାତ୍ରଙ୍କୁ ଖାରକିଭରୁ ବାହାର କରିବାକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ପାଇଁ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଫଳରେ ସେମାନେ ସହଜରେ ଦେଶର ସୀମାକୁ ତଥା ପଶ୍ଚିମ ଭାଗକୁ ପହଞ୍ଚିପାରିବେ । ଭାରତୀୟ ଛାତ୍ରଙ୍କୁ କୌଣସି ପ୍ରକାର ଯୁଦ୍ଧରେ ସାମିଲ କରାଯାଇ ବୋଲି ମଧ୍ୟ କୁହାଯାଇଛି ।
ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି ଋଷିଆ ବିରୋଧରେ ଶକ୍ତ ହୋଇ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି।
ଫ୍ରାନ୍ସ ଉପରେ ପରମାଣୁ ବୋମା ପକାଇବ ଋଷିଆ ! ସିଧାସଳଖ ଯୁଦ୍ଧରେ ସାମିଲ ହେବା ପାଇଁ ଆହ୍ୱାନ କଲେ ଋଷିଆ ନେତା। ନିର୍ଦ୍ଦେଶ ମିଳିବା ମାତ୍ରେ ଆକାଶରୁ ବର୍ଷିବ ବୋମା...
ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର କିଭ୍ ଉପରେ ଋଷିଆ ବଡ଼ ଧରଣର ହମଲା କରିଛି। କିଭ୍ ରେଲ୍ୱେ ଷ୍ଟେସନ ନିକଟରେ ଋଷୀୟ ସେନା ରକେଟ୍ ମାଡ଼ କରିଥିବା ସୂଚନା ମିଳିଛି।
ଋଷ୍ର ଆକ୍ରମଣରେ ଥରହର ହେଉଛି ୟୁକ୍ରେନ୍। ସେନାରେ ଦୁର୍ବଳ ଥିବା ୟୁକ୍ରେନ୍ ଏଡେ ବଡ ଶକ୍ତି ଆଗରେ ମୁଣ୍ଡ ନୁଆଁଇ ନାହିଁ। ସାହସର ସହ ଯୁଦ୍ଧ କରିଚାଲିଛି। ଏହାର ରାଷ୍ଟ୍ରପତି ଦେଶ ପାଇଁ ସାହସ ହୋଇଥିବା ବେଳେ ତାଙ୍କ ପତ୍ନୀ ସାଜିଛନ୍ତି ତାଙ୍କର ବଳ।
ୟୁକ୍ରେନ୍ ବିରୁଦ୍ଧରେ ହେଉଥିବା ଯୁଦ୍ଧରେ ଋଷ୍ର ସେନା ଦୁଇଟି ବିପଜ୍ଜନକ ବୋମା ବ୍ୟବହାର କରୁଛି। ସେଗୁଡିକ ଭାକ୍ୟୁମ୍ ଏବଂ କ୍ଲଷ୍ଟର ବୋମା ଭାବରେ ଜଣାଶୁଣା। ଏହା ଖୁବ ବିପଦପୂର୍ଣ୍ଣ। ତେବେ ଏଗୁଡ଼ିକ କିପରି ହୁଏ ଏବଂ ପ୍ରଭାବ କ’ଣ, ଆସନ୍ତୁ ଜାଣିବା।
ଋଷ୍ ସେନା କ୍ରମାଗତ ଭାବରେ ୟୁକ୍ରେନ୍ର ରାଜଧାନୀ କିଭ୍ ସମେତ ଅନେକ ପ୍ରମୁଖ ସହର ଏବଂ ସାମରିକ ବେସ୍ ଉପରେ ଆକ୍ରମଣ କରୁଛି। ଏହାରି ଭିତରେ ୟୁକ୍ରେନ୍ ପାଖରେ ଥିବା ଦୁନିଆର ସବୁଠାରୁ ବଡ ବିମାନକୁ ଋଷ୍ ଧ୍ୱଂସ କରିଦେଇଛି।
ୟୁକ୍ରେନ୍ ସଂକଟ ବେଳେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓ ଏକ ହସ୍ପିଟାଲ ଭିତରୁ ଆସିଛି, ଯେଉଁଠାରେ ହଳେ ଯୁବ ପ୍ରେମୀ ବିବାହ କରୁଥିବା ଦେଖାଯାଉଛି। ବିବାହ କରୁଥିବା ଏହି ଦମ୍ପତି ବୃତ୍ତିରେ ଡାକ୍ତର ବୋଲି ଜଣାଯାଇଛି।
ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗୁଗୁଲ୍ ମ୍ୟାପ୍ ୟୁକ୍ରେନ୍ ନାଗରିକଙ୍କ ପାଇଁ ସଂକଟମୋଚକ ଭଳି କାମ କରୁଛି। ୟୁକ୍ରେନ୍କୁ ବିନାଶରୁ ରକ୍ଷା କରିବା ପାଇଁ ଗୁଗୁଲ ଏହାର ମ୍ୟାପିଂ ସେବାକୁ ବନ୍ଦ କରିଦେଇଛି।
ଗୋଟିଏ ପଟେ ଯୁଦ୍ଧ ରୋକିବାକୁ ପୂରା ବିଶ୍ୱ ଅପିଲ କରୁଥିବା ବେଳେ କାହାର କଥାକୁ କର୍ଣ୍ଣପାତ କରୁନାହାନ୍ତି ପୁଟିନ୍। ବାରମ୍ବାର ଆଲୋଚନା ପରେ ବି କୌଣସି ଫଳ ମିଳୁନି । ପୁଟିନ୍ ନିଜ ଜିଦ୍ରେ ଅଟଳ ଥିବାବଳେ ଜେଲେନସ୍କି ଦେଶ ପାଇଁ ଲଢ଼େଇ ଜାରି ରଖିଛି ।
ଋଷ୍ ବିରୋଧରେ ଲଢିବା ନେଇ ସେନାରେ ଯୋଗଦେବାକୁ ୟୁକ୍ରେନ୍ ସରକାର ୧୮ ରୁ ୬୦ ବର୍ଷ ବୟସର ପୁରୁଷମାନଙ୍କୁ କହିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନାଙ୍କର କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି।
ଯୁଦ୍ଧ କାହାକୁ ବା ଭଲ ଲାଗେ । ଜଣଙ୍କ ମୃତ୍ୟୁରେ କେହି କ’ଣ ଖୁସି ହୋଇପାରିବ । ଋଷୀୟ ସୈନ୍ୟଙ୍କ କ୍ଷେତ୍ରରେ ମଧ୍ୟ ଏପରି ହେଉଛି ।
ଆମେରିକା ଋଷ୍ ଉପରେ ଅନେକ ପ୍ରତିବନ୍ଧ ଲଗେଇବା ନେଇ ଘୋଷଣା କରିଥିଲେ ବି ୟୁକ୍ରେନ୍କୁ ନିଜ ସେନା ପଠେଇବାକୁ ମନା କରିଦେଇଛି। ୩୦ ଦେଶ ବିଶିଷ୍ଟ ନାଟୋ ମଧ୍ୟ ଋଷ୍କୁ ସିଧା ସିଳଖ ଆକ୍ରମଣର ଧମକ ଦେଇପାରୁନି। ତେବେ ଋଷ୍ ପାଖରେ ଏମିତି କି ଶକ୍ତି ଅଛି ଯେ ଯାହାକୁ ଏମାନେ ଡରୁଛନ୍ତି। ଆସନ୍ତୁ ଜାଣିବା…
ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଏବେ ଋଷର ପ୍ରଥମ ଟାର୍ଗେଟ୍ରେ । ତାଙ୍କୁ ବନ୍ଦୀ କରିବା ପାଇଁ ପୁଟିନ୍ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବ୍ରିଟେନର ଖବର କାଗଜ ଡେଲିମେଲ୍ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ କରିଛି
ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି ଋଷିଆ। ଆଜି ସକାଳୁ ୟୁକ୍ରେନର ଅନ୍ୟତମ ବୃହତ୍ତମ ଓ ଗୁରୁତ୍ୱପୂର୍ଣ୍ଣ ସହର ଖାରକିଭ୍ରେ ବୋମା ବର୍ଷଣ କରିଛି ଋଷିଆ।
ୟୁକ୍ରେନ ଆକ୍ରମଣ ପରେ ଶାନ୍ତିରେ ବସିନାହାନ୍ତି ପୁଟିନ୍ । ଅନ୍ୟ ଦେଶ ଉପରେ ସାମରିକ ଆକ୍ରମଣ କରିବାକୁ କରୁଛନ୍ତି ପ୍ଲାନ। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ନିଜର ସୁରକ୍ଷା ଓ ଶକ୍ତି ପ୍ରଦର୍ଶନ ଲାଗି ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଆଦୌ ଠିକ୍ ନୁହେଁ ବୋଲି ବାଇଡେନ କହିଛନ୍ତି ।
ମୋଟ୍ ଉପରେ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଯେତିକି ତୀବ୍ର ହେଉଛନ୍ତି ବିଶ୍ୱ ରାଜନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ୟୁକ୍ରେନରେ ଦମନଲୀଳା କରୁଥିବା ରୁଷ ଏବେ ଫ୍ରାନ୍ସକୁ ପ୍ରକୃତ ଯୁଦ୍ଧ ବା ରିୟର ୱାରର ଧମକ ଦେଇଛି
କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଡାକ୍ତରୀ ଛାତ୍ରୀ ଜ୍ୟୋତିର୍ମୟୀ । ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକମାତ୍ର ଝିଅ । ଜ୍ୟୋତିର୍ମୟୀ ୟୁକ୍ରେନର କାରକିଭ ନ୍ୟାସନାଲ୍ ୟୁନିଭର୍ସିଟି ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ।
କିଭ୍ ଓ ଖାରକିଭ୍ରେ ୟୁକ୍ରେନ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରବାସୀ ଭାରତୀୟମାନେ ଏବେ ପଡ଼ୋଶୀ ଦେଶ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି।
ଡାକ୍ତରଖାନାରେ ବିବାହ କରିଥିବା ଦମ୍ପତିଙ୍କୁ ବୃତ୍ତିରେ ଡାକ୍ତର । ଯୁଦ୍ଧ ଚାଲିଥିବା ବେଳେ ସେମାନେ ସବୁଦିନ ପାଇଁ ଏକାଠି ହେବାପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡ଼ୁଛି
ଆକାଶରୁ ଓହ୍ଲାଇବା ପରେ ହସ୍ପିଟାଲକୁ ଆକ୍ରମଣ କଲେ ଋଷୀୟ ସେନା ।
ଗୋଟିଏରୁ ଅଧିକ ପରମାଣୁ ବୋମା ପଡ଼ିଲେ କେବଳ ଲୋକଙ୍କ ମୃତ୍ୟୁ ହେବ ନାହିଁ, ବରଂ ପୃଥିବୀର ଜଳବାୟୁ ତଥା ପାଣିପାଗ ବିଗିଡିଯିବ ।
ସକାଳୁ ରାତି ପର୍ଯ୍ୟନ୍ତ ଋଷିଆ ଆକାଶରେ ଚାଲିଛି ବୋମାବର୍ଷଣ। ଘରୁ ବାହାରିବା ମାତ୍ରେ ମୁଣ୍ଡ ଉପରେ ବୁଲୁଛି ମୃତ୍ୟୁର ଦୂତ । ହେଲେ ଏସବୁ ସତ୍ୱେ ଡରୁନାହାନ୍ତି ୟୁକ୍ରେନବାସୀ। ବରଂ ସତସାହସ ରଖି ଋଷିଆ ସହ ଲଢେଇ କରୁଛନ୍ତି।
ଗୋଟିଏପଟେ ୟୁକ୍ରେନ ଉପରେ ଲଗାତର ଭାବେ ଋଷିଆ ଆକ୍ରମଣ କରି ଚାଲି ଥିବାବେଳେ ଅନ୍ୟପଟେ ଋଷିଆକୁ କଡ଼ା ଜବାବ ଦେବା ଲାଗି ୟୁକ୍ରେନ ପ୍ରସ୍ତୁତ ହେଉଛି। ଏଥିପାଇଁ ୟୁକ୍ରେନ ଶକ୍ତିଶାଳୀ ରାଷ୍ଟ୍ରର ସହାୟତା ଲୋଡ଼ିଛି।