• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଦ୍ଧ ଚାହୁଁନାହାନ୍ତି ଋଷୀୟ ସୈନ୍ୟ । ଅକାଳ ମୃତ୍ୟ, ରକ୍ତପାତ, ଲୋକଙ୍କ ବିକଳ କାନ୍ଦଣା ଋଷୀୟ ସୈନ୍ୟଙ୍କ ମନକୁ ବ୍ୟଥିତ କରୁଛି । ୟୁକ୍ରେନୀୟ ଜନତା ଜୀବନ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି । ସୈନ୍ୟ ହେଲେ ବି କ’ଣ ତାଙ୍କର ହୃଦୟ ନାହିଁ । ଅକାରଣରେ ବୋମାମାଡ଼ କରି ଲୋକଙ୍କୁ ମାରିବାକୁ ଚାହୁଁନାହାନ୍ତି । ୟୁକ୍ରେନୀୟ ଲୋକଙ୍କ ଠାରେ ନିଜ ପରିବାରକୁ ଦେଖୁଛନ୍ତି ।  ହେଲେ ଏକଛତ୍ରବାଦୀ ଶାସକ ପୁଟିନଙ୍କ ଆଗରେ ସେମାନେ ଅସହାୟ । ଅହଙ୍କାର, କ୍ଷମତାର ଗର୍ବ ତାଙ୍କୁ ତିଳ ତିଳ ଜାଳୁଛି । ବିବେକ ଓ କର୍ତ୍ତବ୍ୟର ଯୁଦ୍ଧ ମଧ୍ୟରେ ପେଶି ହୋଇଯାଉଛନ୍ତି । ଶେଷରେ କୌଣସି ଉପାୟ ନପାଇ ନିଜ ବାହାନ ତଥା ଟ୍ୟାଙ୍କ ଗୁଡ଼ିକରେ କଣା କରିପକାଉଛନ୍ତି ।

ଆତଙ୍କର ଅନଳରେ ସାରା ବିଶ୍ୱ ଜଳୁଛି । ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ୭ ଦିନରେ ପହଞ୍ଚି ସାରିଥିବା ବେଳେ ଘନଘନ ବୋମାମାଡ଼ ତଥା ଗୁଳିବର୍ଷା କରିବାକୁ ଋଷ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେବଳ ସୈନ୍ୟ ଠିକଣା ନୁହେଁ ଏବେ ଋଷ ଟାର୍ଗେଟରେ ୟୁକ୍ରେନ୍‌ର ନିରୀହ ଜନତା । ମନଇଚ୍ଛା ଆକ୍ରମଣ କରିବାକୁ କୁହାଯାଇଛି । ୟୁକ୍ରେନର ଡାକ୍ତରଖାନା ଠାରୁ ଆରମ୍ଭ କରି ପୋଲିସ୍ ସଂସ୍ଥାନ ଉପରକୁ ବୋମା ନିକ୍ଷେପ କରାଯାଉଛି । ତେବ ସରକାର ସିନା ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଦେଲେ ଋଷୀୟ ସୈନ୍ୟଙ୍କ ମନ କିନ୍ତୁ ମାନୁନି । ନିରୀହ ଜନତାଙ୍କ ଜୀବନ ନେବାକୁ ବିବେକ ବାଧା ଦେଉଛି । ଲଗାତାର ଆକ୍ରମଣ କରିବାକୁ କହିଥିଲେ ହେଁ ସେମାନେ ୟୁକ୍ରେନ୍‌ ଲୋକଙ୍କୁ ମାରି ପାରୁନାହାନ୍ତି ।

ଯୁଦ୍ଧ ପାଇଁ ଋଷ ସରକାର ଯୁବବର୍ଗଙ୍କୁ ସେନାରେ ସାମିଲ କରି ରଣଭୂମିକୁ ପଠାଇ ଦେଇଛନ୍ତି । ସେମାନଙ୍କୁ ଯୁଦ୍ଧ ପାଇଁ ଉତ୍ତମ ରୂପେ ତାଲିମ୍‌ ମଧ୍ୟ ଦିଆଯାଇ ନାହିଁ । ତରବରିଆ ଭାବେ ତାଙ୍କୁ ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ଅନଭିଜ୍ଞ ହୋଇଥିବା ବେଳେ ନୂଆ ନୂଆ ସେନାରେ ସାମିଲ ହୋଇ ତୁରନ୍ତି ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି । ଅନ୍ୟକୁ କଷ୍ଟ ଦେବାକୁ ଚାହୁଁନାହାନ୍ତି । ତେଣୁ ଯୁଦ୍ଧରୁ ନିଜକୁ ଦୂରରେ ରଖିବା ପାଇଁ ସେମାନେ ନିଜ ଗାଡ଼ିରେ କଣା କରିଦେଉଛନ୍ତି । କେବଳ ଏତିକି ନୁହେଁ ଯୁଦ୍ଧ ଟ୍ୟାଙ୍କର ଗ୍ୟାସ ଲାଇନକୁ ମଧ୍ୟ କାଟି ଦେଉଛନ୍ତି ଋଷୀୟ ସୈନିକ ।

ରଣକ୍ଷେତ୍ରରେ ୟୁକ୍ରେନ୍‌ ସୈନ୍ୟକୁ ମାରିବେ କ’ଣ ନିଜକୁ ଦୂରେଇ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । ଯୁଦ୍ଧ ସମୟରେ ୟୁକ୍ରେନ୍ ସେନା ଗିରଫ କରିଥିବା କିଛି ରୁଷ ଯବାନଙ୍କ ବୟାନଙ୍କ ବୟାନରୁ ଏପରି ସୂଚନା ମିଳିଛି । ସେପଟେ ଯୁବ ସୈନ୍ୟମାନେ ଯୁଦ୍ଧ କରିବାକୁ ଚାହୁଁନଥିବାରୁ ପୁଟିନ୍‌ ସରକାର ରଣନୀତିରେ ପରିବର୍ତ୍ତନ କରିଛନ୍ତି । ନୂଆ ରଣନୀତି ପ୍ରସ୍ତୁତ କରିବାକୁ କମାଣ୍ତିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।