/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646237876.jpg)
Couple married in hospital in Kyiv
ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରାୟ ସମସ୍ତ ଚିତ୍ର ସାମ୍ନାକୁ ଆସୁଛି। କେତେକ ଭାବପ୍ରବଣରେ ବିଭୋର କରିଦେଉଛି ତ ଆଉ କେତେକ ଚିନ୍ତା କରିବାକୁ ବାଧ୍ୟ କରୁଛି। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓ ଏକ ହସ୍ପିଟାଲ ଭିତରୁ ଆସିଛି, ଯେଉଁଠାରେ ଜଣେ ଯୁବ ପ୍ରେମୀ ସେମାନଙ୍କ ୟୁନିଫର୍ମ ସହ ବିବାହ କରୁଥିବା ଦେଖାଯାଉଛି। ବିବାହ କରୁଥିବା ଏହି ଦମ୍ପତି ବୃତ୍ତିରେ ଡାକ୍ତର ବୋଲି ଜଣାଯାଇଛି।
ଏହି ଭିଡିଓ ମିଡିଆ ଆଉଟଲେଟ୍ ନେକ୍ସଟା ଦ୍ୱାରା ଶେୟାର କରାଯାଇଛି, ଯେଉଁଥିରେ ଡାକ୍ତରଖାନା ଭିତରେ ଦୁଇଜଣ ଡାକ୍ତର ଏକାଠି ବଞ୍ଚିବା ଓ ମରିବାକୁ ଶପଥ ନେଉଥିବା ଦେଖାଯାଉଛି। ଟ୍ୱିଟରରେ ଭିଡିଓ ଶେୟାର କରି ଏହା ଲେଖାଯାଇଛି ଯେ 'କିଭ୍ର ଡାକ୍ତରମାନେ ଡାକ୍ତରଖାନାରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।'
ଭାଇରାଲ୍ ହେଉଥିବା ଏହି ଭିଡିଓ ଦେଖିବାରେ ଆପଣ ବି ଭାବପ୍ରବଣ ହୋଇଯିବେ। ଯେତେବେଳେ କିଭର ଚାରିଆଡେ ଗୁଳି-ଗୋଳା ଏବଂ କ୍ଷେପଣାସ୍ତ୍ର ବର୍ଷା ହେଉଛି ଠିକ୍ ସେତିକି ବେଳେ ଏହି ଯୋଡି ଏକାଠି ବଞ୍ଚିବା ଏବଂ ମରିବାକୁ ଶପଥ ନେଉଛନ୍ତି। ତାଙ୍କ ସାମ୍ନାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ବିବାହର ରୀତିନୀତି କରୁଛନ୍ତି। ସେମାନଙ୍କ ପାଖରେ ଜଣେ ମହିଳା ଏବଂ ଡାକ୍ତରଖାନାର ଅନ୍ୟ କିଛି ଲୋକ ମଧ୍ୟ ଠିଆ ହୋଇଥିବା ନଜର ଆସିଛନ୍ତି। ବିବାହ ସମାରୋହ ସମାପ୍ତ ହେବା ପରେ ସମସ୍ତେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
❗️In #Kyiv, doctors decided to get married right in the hospital pic.twitter.com/IfUD928PrI
— NEXTA (@nexta_tv) March 1, 2022
ତେବେ ଏହି ସଂକଟ ସମୟରେ ୟୁକ୍ରେନରୁ ଆସିଥିବା ଏହି ଚିତ୍ର ପ୍ରଥମ ନୁହେଁ। ଗତ ସପ୍ତାହରେ, ଋଷ୍ ତରଫରୁ ଏୟାର୍ଷ୍ଟ୍ରାଇକ୍ ଆରମ୍ଭ ହେବାର ଠିକ୍ ପରେ ରାଜଧାନୀ କିଭ୍ରେ ଆଉ ଏକ ଦମ୍ପତି ବିବାହ କରିଥିଲେ। ଦେଶର ପରିସ୍ଥିତିକୁ ଦେଖି ଏହି ଦମ୍ପତି ବିବାହର କିଛି ଘଣ୍ଟା ପରେ ହାତରେ ବନ୍ଧୁକ ଧରି ସ୍ଥାନୀୟ ଆଞ୍ଚଳିକ ପ୍ରତିରକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସେମାନେ କହିଥିଲେ ଯେ ସେମାନେ ତାଙ୍କର ଭବିଷ୍ୟତ କ’ଣ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଏକାଠି ତ ମରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)