Advertisment

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ, ରୋଷଘରେ ଲାଗିପାରେ CCTV

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି।

author-image
Rajalaxmi Sahoo
Srimandir Rosaghara Case

Srimandir Rosaghara Case

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ପାଇଁ ଦାୟୀ କିଏ ତାହାର ତଦନ୍ତ ଜାରି ରହିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି।

Advertisment

ଅଭିଯୁକ୍ତ ଜଗନ ମହାପାତ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାକୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ପୁରୀ ଏସ୍‌ଡିଜେଏମ୍‌ କୋର୍ଟ ଜାମିନ ନାମଞ୍ଜୁର କରିଥିଲେ। 

କୋର୍ଟ ଚାଲାଣ ବେଳେ ଓଟିଭିକୁ ଚାଞ୍ଚଲ୍ୟକର ବୟାନ ଦେଇ ଜଗନ କହିଛି, ମୁଁ ନିଜ ହାତରେ ରୋଷଘର ଚୁଲି ଭାଙ୍ଗିଛି। ପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ। କିଛି ଲୋକ ଖାଇବାକୁ ପାଉ ନଥିବାବେଳେ ଆଉ କାହାର ବହୁତ ଖାଦ୍ୟ ଅଛି। ଏନେଇ ମନରେ ଅଭିମାନ ଥିବାରୁ ଘଟଣା ଦିନ ରୋଷଘରକୁ ଯାଇ ସେଠି କେହି ନଥିବା ଦେଖି ନିଜ ହାତରେ ଚୁଲି ଭାଙ୍ଗିଥିଲି ବୋଲି ଅଭିଯୁକ୍ତ କହିଛି। 

Advertisment

କାହା ଚାପରେ କି ପ୍ରରୋଚନାରେ ଭାଙ୍ଗିନି ବୋଲି ଅଭିଯୁକ୍ତ ସଫେଇ ଦେଇଛି। ହେଲେ ଖାଲି ହାତରେ ସେ କେମିତି ଏତେ ଚୁଲି ଭାଙ୍ଗିଲା ତାକୁ ନେଇ ପ୍ରଶ୍ନ ଉଠିଛି। 

Srimandir Puri Srimandir Temple Rosaghara Case Srimandir Rosaghara
Advertisment
Advertisment