• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉଡ଼ନ୍ତା ବିମାନରୁ ଖସିପଡ଼ିଲେ ପାଇଲଟ୍‌ । ୧୭ ହଜାର ଫିଟ୍‌ ଉପରେ ବିମାନ ଉଡ଼ୁଥିବା ବେଳେ କକ୍‌ପିଟ୍‌ ଝରକାରୁ ଖସିପଡ଼ିଲେ ପାଇଲଟ୍‌ । କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ଠିକ୍‌ ସେହିପରି ବିମାନର ଆଟେଣ୍ତାଣ୍ଟ ପାଇଲଟ୍‌ଙ୍କ ପାଇଁ ସାଜିଲେ ଦେବଦୂତ । ସେ ଅଘଟଣ ଘଟିବା ପୂର୍ବରୁ କକ୍‌ପିଟ୍‌ରେ ପହଞ୍ଚିଥିଲେ ଏବଂ ପାଇଲଟ୍‌ଙ୍କ ଗୋଡ଼କୁ ଭିଡ଼ି ଧରିଲେ । ଦୀର୍ଘ ୨୦ ମିନିଟ୍‌ର ସଂଘର୍ଷ ପରେ ପାଇଲଟ୍‌ଙ୍କୁ ଉଦ୍ଧାର କରାଯାଇଥିଲା । ୧୯୯୦ ରେ ବ୍ରିଟିଶ୍‌ ଏୟାରଲାଇନ୍ସର ବିମାନ ନଂ ୫୩୯୦ ରେ ଏଭଳି ଘଟଣା ଘଟିଥିଲା । ଯାହାକୁ ନେଇ ଏବେ ଚଳଚିତ୍ର ନିର୍ମିତ ହୋଇଛି ।

ସୂଚନାନୁଯାୟୀ ବିମାନ ୫୩୯୦ ର କକ୍‌ପିଟ୍‌ରେ ଅଚାନକ୍‌ ସଙ୍କୋଚନ କାରଣରୁ ପାଇଲଟ୍ ବିମାନ ଝରକାରୁ ବାହାରିଗଲେ । ଭଗବାନ ଉଭା ହେଲା ଭଳି ଠିକ୍‌ ସେହି ସମୟରେ ବିମାନର ଆଟେଣ୍ତାଣ୍ଟ ନିଗେଲ୍‌ ଓଗ୍‌ଡେନ୍‌ କକ୍‌ପିଟ୍‌ରେ ପହଞ୍ଚିଥିଲେ । ସେ ପାଇଲଟ୍‌କୁ ଖସି ଯାଉଥିବାର ଦେଖି ତାଙ୍କ ଗୋଡ଼କୁ ମାଡ଼ି ବସିଲେ । ଯେତେ ଯାଏ ଅନ୍ୟ ପାଇଲଟ୍ ବିମାନକୁ ଏମରଜେନ୍ସି ଲ୍ୟାଣ୍ତିଂ କରି ନାହାନ୍ତି, ସେ ଯାଏ ସେ ପାଇଲଟ୍‌ଙ୍କ ଗୋଡ଼କୁ ଜାବୁଡ଼ି ଧରି ରଖିଲେ ।

ଯଦିଓ ବିମାନର ଅଧିକାଂଶ କର୍ମଚାରୀ ଅନୁମାନ କରିଥିଲେ ଯେ ପାଇଲଟ୍ ଜୀବନ ହରାଇ ସାରିଛନ୍ତି, କାରଣ ସମୁଦ୍ର ପତନରୁ ଏତେ ଉଚ୍ଚତାରେ ପବନର ବେଗରେ ତାଙ୍କର ବଞ୍ଚିବା ବେଶ୍‌ କଷ୍ଟକର ଥିଲା । କିନ୍ତୁ ଓଗଡେନ୍ ତାଙ୍କୁ ଛାଡ଼ିନଥିଲେ । ତାଙ୍କ ମନରେ ଭୟ ଥିଲା ଯେ, ଯଦି ସେ ପାଇଲଟ୍‌ଙ୍କୁ ଛାଡ଼ି ଦେଉଛନ୍ତି ତେବେ ସେ ଫ୍ଲାଇଟ୍‌ର କୌଣସି ଭାଗରେ ପିଟି ହେବେ । ଯାହାଦ୍ୱାରା ଫ୍ଲାଇଟ୍‌ର ଇଞ୍ଜିନ, ୱିଙ୍ଗ କିମ୍ବା ଷ୍ଟାବିଲାଇଜରକୁ ଧକ୍କା ଦେଇ ଫ୍ଲାଇଟ୍‌ ଦୁର୍ଘଟଣାଗସ୍ତ ହେବ ।

ଓଗଡେନ୍ ପାଇଲଟ୍‌ଙ୍କୁ ଧରିଥିବା ବେଳେ ସେ ଧୀରେ ଧୀରେ ଝରକା ବାହାରକୁ ଖସିଯାଉଥିଲେ ଏବଂ ବିମାନର ଉପର ଭାଗରେ ତାଙ୍କ ମୁଣ୍ତ ବାରମ୍ବାର ପିଟି ହୋଉଥିଲା । ଦୀର୍ଘ ୨୦ ମିନିଟ୍‌ର ସଂଘର୍ଷ ପରେ ଆଉ ଜଣେ କ୍ୟାପଟେନ୍‌ ଫ୍ଲାଇଟ୍‌କୁ ସାଉଥ୍‌ ଆମ୍ପଟନ୍‌ ଏୟାରପୋର୍ଟରେ ଲ୍ୟାଣ୍ତ କରିଥିଲେ । ଚମତ୍କାର କଥା ହେଲା ପାଇଲଟ୍‌ଙ୍କ ଜୀବନ ବଞ୍ଚିଯାଇଥିଲା । କିନ୍ତୁ ତାଙ୍କ ଶରୀରର କେତେକ ହାଡ଼ ଭାଙ୍ଗି ଯାଇଥଲା । ତେବେ ଏହା ଉପରେ ନିର୍ମିତ ଫିଲ୍ମରେ ଏହାର ପ୍ରତିଟି ଘଟଣାକୁ ଦେଖାଯାଇଛି ।