/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701016429.jpg)
Special Story
ମୋର ବହୁତ ଦୁଃଖ... ମୋର ଗୋଟେ ଛୋଟ ଝିଅ ଅଛି । ତାକୁ ୫ମ ଯାଏଁ ପାଠ ପଢ଼ାଇଛି । ଆଉ ପଢ଼ାଇ ପାରୁନି । ମୋ ପୁଅ ବୋହୂ ଭଲ ନୁହେଁ... ସେମାନେ ମତେ ଘରୁ ବାହାର କରିଦେଲେ । ସାଢ଼େ ୩ରୁ ୪ ବର୍ଷ ହେବ ଏମିତି ଜୀବନ କଟୁଛି । ଏ କୋହ ଜଣେ ବାପାଙ୍କର । ଆଉ ଏ ଅଭିଯୋଗ ହେଉଛି ଗୋଟିଏ ପୁଅ ବିରୁଦ୍ଧରେ । କାରଣ ଯାହାକୁ ଜନ୍ମ ଦେଇ ନିଜର ସାହାରା ଭାବିଥିଲେ ସେ ଆଜି ପର କରିଦେଇଛି ।
ବାପା ଓ ମା’ ସାଜିଛନ୍ତି ପୁଅର ବୋଝ । ନା ଘର ଅଛି ନା ଦ୍ଵାର, ଯୋଉଠି ପାରୁଛନ୍ତି ରାତି କଟାଇଦେଉଛନ୍ତି ଏମାନେ । ଏହି ଦୃଶ୍ୟ ହେଉଛି ରାଇରଙ୍ଗପୁର ବ୍ଲକ ସ୍ଥିତ କଣ୍ଟାବଣୀ ଗ୍ରାମର । ପୂର୍ବରୁ ବେଶ ଖୁସିରେ ରହୁଥିଲେ ବନମାଳୀ ମହାନ୍ତ । ପୁଅ ବଡ଼ ହେଲା ଆଉ ବିବାହ କଲା । ତା’ପରେ ବାପା, ମା’ ଓ କୁନି ଭଉଣୀକୁ ଘରୁ ତଡ଼ିଦେଲା । ଆଉ ଏବେ ଅସହାୟ ଅବସ୍ଥାରେ ବନମାଳୀ । ସ୍ତ୍ରୀ ଓ ଝିଅକୁ ଧରି ବାହାରକୁ ଗୋଡ଼ କାଢ଼ିଆସିଲେ ସତ । ହେଲେ ଛୋଟ ଝିଅକୁ ପାଠ ପଢାଇ ପାରୁନାହାନ୍ତି । କୁନି ଝିଅର ଭବିଷ୍ୟତକୁ ନେଇ ଚିନ୍ତା କରି କାନ୍ଦନ୍ତି ବାପା ବନମାଳୀ ଓ ମା’ ବାସନ୍ତୀ ମହାନ୍ତ ।
ଏହି ତିନି ପ୍ରାଣୀଙ୍କ ଏପରି ଅବସ୍ଥା ଆଜି ଯାଏଁ ପ୍ରଶାସନ କି କୌଣସି ସମାଜସେବୀଙ୍କ ଦୃଷ୍ଟିରେ ପଡ଼ିନି । ରାସ୍ତାକଡ଼ରୁ ପ୍ଲାଷ୍ଟିକ ବୋତଲ ଗୋଟାଇ ବିକ୍ରି କରି ଯେଉଁ ଦୁଇ ପଇସା ହୁଏ ସେଥିରେ ଚଳନ୍ତି ଏମାନେ । ସରକାରଙ୍କ ମାଳ ମାଳ ଯୋଜନା ଯେମିତି ଏମାନଙ୍କ ପାଇଁ ପାଲଟିଛି ସାତ ସପନ ।ତେବେ ଦେଖିବାକୁ ବାକି ରହିଲା କେବେ ବନମାଳୀ ମହାନ୍ତ ଓ ତାଙ୍କ ପରିବାର ଉପରେ ପ୍ରଶାସନର ନଜର ପଡୁଛି ।
ରାଇରଙ୍ଗପୁରରୁ ଯଶବନ୍ତ ବାରିକଙ୍କ ରିପୋର୍ଟ ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)