• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁର୍ଦ୍ଦିନରେ କଟୁଛି ଦିନ । ମିଳୁନି ମୌଳିକ ସୁବିଧା । ସ୍ୱାଧୀନତାର ଦୀର୍ଘ ବର୍ଷପରେ ବି ଏମାନେ ଯେମିତି ଆଜି ବି ସରକାରଙ୍କ ପାଇଁ ଅଲୋଡ଼ା । ଗ୍ରାମାଞ୍ଚଳ ପାଇଁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ରହିଥିଲେ ସୁଦ୍ଧା ପଛୁଆ ଅଞ୍ଚଳ ଗୁଡ଼ିକ ପାଖକୁ ପହଞ୍ଚି ପାରୁନାହିଁ । ଯେଉଁ କାରଣରୁ ଏମାନଙ୍କର କଟୁଛି ନାହିଁ ନାହିଁରେ ଦିନ । 

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଖଡମବେଡ଼ା ପଞ୍ଚାୟତ ହେନ୍ଦେଦା ଓ ବୁରୁଡି ଗାଁରେ ରହିଛି ଏଭଳି ଅବସ୍ଥା । ଗାଁରେ ୧୮ ଟି ପରିବାରର ୬ଶହରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ଗାଁରେ ନାହିଁ ପାନୀୟ ଜଳର ବ୍ୟବସ୍ଥା । ତେଣୁ ବର୍ଷା ଓ ଶୀତ ଦିନରେ ଧାନ ବିଲରେ ଥିବା ପାଣିକୁ ବ୍ୟବହାର କରନ୍ତି ଏମାନେ । ଆଉ ଖରା ଦିନେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହୁଅନ୍ତି । ଦୁଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି ଏମାନେ । ଖାଲି ପିଇବା ପାଣି ନୁହେଁ, ଏହି ଗାଁରେ ପାଠ ପଢ଼ିବାକୁ ନା ଅଛି ସ୍କୁଲ ନା ଅଛି ଖଣ୍ଡେ ଭଲ ରାସ୍ତା । କେବଳ ଗ୍ରାମବାସୀଙ୍କ କହିବା ଅନୁସାରେ ସରକାରଙ୍କ ଟଙ୍କିକିଆ ଚାଉଳ ବ୍ୟତୀତ ଏମାନଙ୍କ ପାଇଁ ସବୁକିଛି ପାଲଟିଛି ସାତସପନ ।

ଏମିତିକି ଛଟ ଛୁଆମାନେ ଅଙ୍ଗନୱାଡ଼ି ନଥିବାରୁ ପୃଷ୍ଟିକର ଖାଦ୍ୟରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଗାଁରେ ବିଦ୍ୟୁତ୍‌ ନାହିଁ । ସଞ୍ଜ ନଇଁଲେ ପଡ଼ୁଛି ତାଟି କବାଟ । ରାତି ହେଲେ ଜଙ୍ଗଲି ଯନ୍ତୁ ଓ ସାପ ପ୍ରତି ମଧ୍ୟ ଭୟ ରହିଥିବା କହିଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ସ୍ଥାନୀୟ ବଡ଼ିଓଙ୍କୁ ପ୍ରତିକ୍ରିୟା ନେବାରୁ ଯଥାଶୀଘ୍ର କିଛି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି । ସେପଟେ ଆଗାମୀ ଦିନରେ ସେମାନଙ୍କ କଥା ନଶୁଣିଲେ ମାନେ ଭଟ୍ ବର୍ଜନ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ଯୋଜନା କାହାପାଇଁ ? କେବେ ପହଞ୍ଚିବ ଏହି ଗରିବ ଲୋକଙ୍କ ନିକଟରେ ସରକାରୀ ବ୍ୟବସ୍ଥା ? 

ରାଇରଙ୍ଗପୁରରୁ ଯଶବନ୍ତ ବାରିକଙ୍କ ରିପୋର୍ଟ ଓଟିଭି