Advertisment

National Energy Conservation Day 2023: ଜାତୀୟ ଶକ୍ତି କ’ଣ… ଏହାକୁ କିପରି କରିବେ ସଂରକ୍ଷଣ

ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରିବା ଏବଂ ଏ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ପାଇଁ ପ୍ରତିବର୍ଷ ୧୪ ଡିସେମ୍ବରରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ପାଳନ କରାଯାଏ। ଏହାକୁ କିପରି ସଂରକ୍ଷଣ କରିବେ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Tips How to Conserve National Energy

Tips How to Conserve National Energy

ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରିବା ଏବଂ ଏ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ପାଇଁ ପ୍ରତିବର୍ଷ ୧୪ ଡିସେମ୍ବରରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ପାଳନ କରାଯାଏ। ଭାରତରେ ‘ଜାତୀୟ ଶକ୍ତି ସଂରକ୍ଷଣ’ ଅଭିଯାନକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱତନ୍ତ୍ର କରିବା ପାଇଁ ସରକାର ଏବଂ ଅନ୍ୟାନ୍ୟ ସଂଗଠନ ଦ୍ୱାରା ଅନେକ ଶକ୍ତି ସଂରକ୍ଷଣ ପ୍ରତିଯୋଗିତା କରାଯାଏ। ଏହି ଦିନ ବିଦ୍ୟାଳୟ, ରାଜ୍ୟ, ଆଞ୍ଚଳିକ କିମ୍ବା ଜାତୀୟ ସ୍ତରରେ ବିଭିନ୍ନ ପେଣ୍ଟିଂ ପ୍ରତିଯୋଗିତା ଆୟୋଜିତ ହୋଇଥାଏ।

Advertisment

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ, ୧୯୯୧ରେ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରତିଷ୍ଠା କରିଥିଲେ ଏବଂ ପୁରସ୍କାର ମାଧ୍ୟମରେ ସେମାନଙ୍କ ଉତ୍ପାଦନକୁ ବଜାୟ ରଖିବା ସହିତ ଶକ୍ତି ବ୍ୟବହାର ହ୍ରାସ କରିବାରେ ଶିଳ୍ପ ଏବଂ ପ୍ରତିଷ୍ଠାନଗୁଡିକର ଅବଦାନକୁ ମାନ୍ୟତା ଦେବା ନେଇ ଏହାକୁ ଆରମ୍ଭ କରିଥିଲେ।

ପୃଷ୍ଠଭୂମି:

  • ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ପ୍ରତିବର୍ଷ ଏହି ସମାରୋହର ନେତୃତ୍ୱ ନେଇଥାଏ।
  • ୪ ଡିସେମ୍ବର ୧୯୯୧ ରେ ପ୍ରଥମ ଥର ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।
  • ଯେବେଠାରୁ ଏହି ଦିନକୁ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଭାବେ’ ଘୋଷଣା କରାଯାଇଛି ସେବେଠାରୁ ପ୍ରତିବର୍ଷ ଏହି ଦିନ ଏକ ସମାରୋହରେ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
Advertisment

ଉଦ୍ଦେଶ୍ୟ:

ଏହି ଦିନ ଲୋକମାନଙ୍କୁ ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଅବଗତ କରାଇବା ଉପରେ ଧ୍ୟାନ ଦିଆଯାଇଥାଏ ଏବଂ ଶକ୍ତି ଉତ୍ସ ସଞ୍ଚୟ କରିବା ପ୍ରୟାସକୁ ପ୍ରୋତ୍ସାହିତ କରିଥାଏ। ଏହି ଦିନ ଉର୍ଜା ଦକ୍ଷତା ଏବଂ ସଂରକ୍ଷଣ କ୍ଷେତ୍ରରେ ଦେଶର ସଫଳତାକୁ ମଧ୍ୟ ଆଲୋକିତ କରିଥାଏ। ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ଭାରତର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସାମ୍ବିଧାନିକ ସଂସ୍ଥା ଉର୍ଜା ଦକ୍ଷତା ବ୍ୟୁରୋ ଅଧୀନରେ ଆୟୋଜିତ ହୋଇଥାଏ।

ଏହାର ଉଦ୍ଦେଶ୍ୟ ହେଉଛି ଉର୍ଜା ସଂରକ୍ଷଣର କାର୍ଯ୍ୟକ୍ରମ, ଯୋଜନା ଏବଂ ସଫଳତାକୁ ଉପସ୍ଥାପନ କରିବା। ଏହି ଦିନ ଉର୍ଜା ଦକ୍ଷତା ଏବଂ ସଂରକ୍ଷଣ କ୍ଷେତ୍ରରେ ଉତ୍କୃଷ୍ଟ କାମ ପାଇଁ ଶିଳ୍ପ, ଅନୁଷ୍ଠାନ, ତାପଜ ବିଦ୍ୟୁତ୍ କେନ୍ଦ୍ର, ଜୋନାଲ୍‌ ରେଳ ଷ୍ଟେସନ୍, ପୌରସଂସ୍ଥା, ବିଦ୍ୟୁତ୍ ବିତରଣ କମ୍ପାନୀ, ହୋଟେଲ, ଡାକ୍ତରଖାନା ଏବଂ ସପିଂ ମଲ୍ ଇତ୍ୟାଦିଙ୍କୁ ପୁରସ୍କୃତ କରାଯାଏ।

କିପରି କରିବେ ଶକ୍ତି ସଂରକ୍ଷଣ:

  • ଶକ୍ତି ସଂରକ୍ଷଣ ଅର୍ଥ ଅନାବଶ୍ୟକ ଭାବରେ ବ୍ୟବହାର ନ କରିବା ଏବଂ ସର୍ବନିମ୍ନ ଶକ୍ତି ବ୍ୟବହାର କରି ଯେ କୌଣସି କାର୍ଯ୍ୟ କରିବା
  • ଅନାବଶ୍ୟକ ଭାବରେ ବୈଦ୍ୟୁତିକ ବଲ୍‌ବ, ଲାଇଟ୍, ଫ୍ୟାନ୍, ଏସି ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ନ ଚଲେଇବା
  • ଅଳ୍ପ ଦୂରତା ଯିବାକୁ ଥିଲେ ପାଦରେ ଚାଲିଯିବା କିମ୍ବା ବ୍ୟକ୍ତିଗତ ପରିବହନ ପରିବର୍ତ୍ତେ ସର୍ବସାଧାରଣ ପରିବହନ ବ୍ୟବହାର କରିବା
  • ଯଥା ସମ୍ଭବ ବିଭିନ୍ନ ପ୍ରକାର ଶକ୍ତିର ଅପବ୍ୟବହାରକୁ ଲଗାମ ଦେବା
National Energy Conservation Awards Special Story
Advertisment
Advertisment