/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701437944.jpg)
Road Problem
ସଜାଡ଼ି ହେଉଛି ଅସଜଡ଼ା ନଗଡ଼ା । ବଦଳୁଛି ଧୀରେ ଧୀରେ ନଗଡ଼ାର ଚିତ୍ର । ଲୋକଙ୍କୁ ମିଳିଛି ପକ୍କାଘର । ପିଲାଙ୍କ ପାଇଁ ହୋଇଛି ପାଠପଢ଼ା ବ୍ୟବସ୍ଥା । ହେଲେ ଏବେ ବି ଅବହେଳିତ ରହିଛି ୩ ଗାଁ ।
ଗାଁକୁ ନାହିଁ ରାସ୍ତା... ପହଞ୍ଚିପାରୁନି ସୁବିଧା । ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁ ଏବେ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ତେବେ ନଗଡା ଅଞ୍ଚଳର କିଛି ଲୋକଙ୍କ ନିକଟରେ ପହଞ୍ଚିଛି ପକ୍କାଘର । ଗାଁକୁ ପକ୍କା ସଡକ ମଧ୍ୟ ତିଆରି ହୋଇଛି । ଲୋକଙ୍କୁ ମିଳିଛି ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ଓ ଶିକ୍ଷାପରି ମୌଳିକ ସୁବିଧା । ହେଲେ ଏସବୁ ପରେ ବି ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁର ଲୋକମାନେ ରାସ୍ତାନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଦିନେ ଅପହଞ୍ଚ ଓ ଅପପୃଷ୍ଟିର ଇଲାକା ଭାବେ ସାରା ଦେଶରେ ନିଜର ପରିଚୟ ଦେଇଥିଲା ନଗଡ଼ା । ଏହି ପଛୁଆ ଅଞ୍ଚଳର ଦୁର୍ବିସହ କାହାଣୀ ଗଣମାଧ୍ୟମ ବଖାଣିବା ପରେ ସରକାର ନେଇଥିଲେ ପଦକ୍ଷେପ । ଯାହାଫଳରେ ଆଜି ଲୋକଙ୍କ ନିକଟରେ ପହଞ୍ଚି ପାରିଥିଲା ମୌଳିକ ସୁବିଧା । କିନ୍ତୁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ୩ ଗାଁ ।
ଏ ବିଷୟରେ ଆମେ ଯାଜପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲୁ । ଜିଲ୍ଲାପାଳ କହିଛନ୍ତି ଜଙ୍ଗଲ ଜମି ସମସ୍ୟା ହେତୁ ସେହି ସବୁ ଗ୍ରାମରେ କୌଣସି ବିକାଶ କାର୍ଯ୍ୟ ହୋଇ ପାରୁନାହିଁ । ତଥାପି ଆମେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରି କାର୍ଯ୍ୟ ଆରମ୍ଭ କରିବୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)