‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ।
ଯଦିଓ କିଙ୍ଗ୍ ଖାନ୍ କୌଣସି ହଲିଉଡ୍ ଫିଲ୍ମ କରିନାହାଁନ୍ତି, ତଥାପି ତାଙ୍କ ଷ୍ଟାରଡମ୍ ବିଦେଶରେ ମଧ୍ୟ କମ ନୁହେଁ। ନିକଟରେ ଏକ ସାକ୍ଷାତକାରରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ହଲିଉଡ୍ରେ କାମ କରି ନାହାନ୍ତି ତାହାର ଉତ୍ତର ଦେଇଛନ୍ତି।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଏକ ପ୍ରି-ୱେଡିଂ ପାର୍ଟି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଶାହରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନଙ୍କ ଡ୍ୟାନ୍ସ ଠାରୁ ଆରମ୍ଭ କରି ଅତିଥିମାନଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁକିଛି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ତ୍ତମାନ ଏକ ପ୍ରି-ୱେଡିଂ ପାର୍ଟିରେ ମିଳିଥିବା ଉପହାରକୁ ନେଇ ସୂଚନା ଆସିଛି। ଜାଣନ୍ତୁ କିଏ କ’ଣ ଦେଇଛନ୍ତି…
ପୁଣି ଥରେ ରଣବୀର କପୁରଙ୍କ ଯାଦୁ ଲୋକଙ୍କ ମଧ୍ୟରେ କାମ କରୁଥିବା ଜଣାପଡିଛି। ଯେତେବେଳେ ତାଙ୍କ ଫିଲ୍ମ 'ଆନିମଲ୍' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ସେତେବେଳେ ଫିଲ୍ମଟି ବକ୍ସ ଅଫିସକୁ କାବୁ କରିଥିଲା ଏବଂ ଏହା OTT ରେ ଆସିବା ଦିନଠାରୁ ପ୍ରାଧାନ୍ୟ ବିସ୍ତାର କରିଛି।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂରେ ଅନେକ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ବଲିଉଡ୍ ବାଦଶାହ ଶାହରୁଖ ଖାନ ମଧ୍ୟ ସାମିଲ୍ ହୋଇଥିଲେ। ସବୁଠାରୁ ବଡ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ସେ ସେ 'ଜୟ ଶ୍ରୀରାମ'ର ସ୍ଲୋଗାନ୍ ଦେଇଥିଲେ।
ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରି ଅନେକ ବଡ ବଡ ତାରକାଙ୍କୁ ତାଙ୍କ ନିଜ ଇଶାରାରେ ନଚେଇଥିବା କୋରିୟୋଗ୍ରାଫର ବସ୍କୋ ମାର୍ଟିସ୍ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର। ସେ ଏହି ଦୁଇ ଷ୍ଟାର୍କୁ ନେଇ ଅନେକ କଥା କହିଛନ୍ତି।
୨୦ ଫେବୃଆରୀ ମଙ୍ଗଳବାର ଦିନ ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ମହୋତ୍ସବରେ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଶାହରୁଖ ଖାନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ଜବାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି।
ବର୍ତ୍ତମାନ ଏକ ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି, ଯାହା ମନୋରଞ୍ଜନର ଢେର୍ ସାରା ଖୋରାକ ଯୋଗାଉଛି। ଏହି ଭିଡିଓରେ, ଅନେକ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳେ। ସେମାନେ ସେଓ ଆଉ କଦଳୀର ବିଶେଷତା ବିଷୟରେ ବର୍ଣ୍ଣନା କରୁଛନ୍ତି।
ଶାହରୁଖ ଖାନଙ୍କ ‘ଡଙ୍କି’ ପ୍ରଭାସଙ୍କ ‘ସାଲାର’ ସହ ସଂଘର୍ଷ କରିବା ପରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବିଶେଷକରି ଚତୁର୍ଥ ଦିନ ବା ରବିବାର ଦିନ ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବଢିଛି। ତେବେ ଆସନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ ଚତୁର୍ଥ ଦିନରେ କେତେ ରୋଜଗାର କରିଛି ଜାଣିବା।
ବୟକଟ୍ ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଏହାରି ମଧ୍ୟରେ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ୫ଟି ଫିଲ୍ମ ଅଛି ଯାହା ବଲିଉଡର ରୋଜଗାରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆସନ୍ତୁ ୨୦୨୩ର ଏହି ଟପ୍ ୫ଟି ଫିଲ୍ମ ଉପରେ ନଜର ପକେଇବା।
‘ଡଙ୍କି’ର ଆଡଭାନ୍ସ ବୁକିଂକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ‘ଡଙ୍କି’ର ଆଗୁଆ ବୁକିଂ ହେତୁ ଭାରତରେ ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ହାଉସଫୁଲ୍ ହୋଇଗଲାଣି। ଏହା ସହିତ ଏହି ଫିଲ୍ମ କେତେ ରୋଜଗାର କରିବାକୁ ଯାଉଛି ତାହା ମଧ୍ୟ ପ୍ରକାଶ ପାଇଛି।
୨୧ ଏବଂ ୨୨ ଡିସେମ୍ବରକୁ ସମସ୍ତଙ୍କ ଅପେକ୍ଷା। କାରଣ ୨୦୨୩ର ଶାହରୁଖ ଖାନଙ୍କ ତୃତୀୟ ଫିଲ୍ମ ‘ଡଙ୍କି’ ଏବଂ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ମୁକ୍ତିଲାଭ କରିବାକୁ ଯାଉଛି। ଏନେଇ ଆରମ୍ଭ ହୋଇଯାଇଛି ଆଡଭାନ୍ସ ବୁକିଂ। ଜାଣନ୍ତୁ କିଏ ରହିଛି ଆଗରେ…
ସ୍କୁଲ ବାର୍ଷିକ ଉତ୍ସବରେ ଚମକିଲେ ଷ୍ଟାର୍ କିଡ୍ । ସ୍କୁଲ୍ ଡ୍ରାମାରେ ଅଭିନୟର ଯାଦୁ ଦେଖାଇଲେ ଶାହରୁଖଙ୍କ ପୁଅ ।
ଯଦିଓ ଆଉ କିଛି ଦିନ ପରେ ୨୦୨୩ ଆମ ପାଇଁ ସ୍ମୃତି ହୋଇଯିବ, ତଥାପି ବଲିଉଡ ପାଇଁ ଏହି ବର୍ଷ ବହୁତ ଭଲ ବୋଲି କହିଲେ ଭୁଲ୍ ହେବ ନାହିଁ। ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ରିପୋର୍ଟରେ ୨୦୨୩ ସଂପୂର୍ଣ୍ଣ ଭାବେ ଶାହରୁଖ ଖାନଙ୍କର ହୋଇଯାଇଛି।
ପ୍ରଭାସଙ୍କ ଫିଲ୍ମ 'ସାଲାର' ଓ ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଗୋଟିଏ ଦିନରେ ରିଲିଜ୍ ହେବ। ନିକଟରେ ଏକ ସାକ୍ଷାତକାରରେ 'ସାଲାର' ନିର୍ମାତା ବିଜୟ କିର୍ଗନ୍ଦୁର ପ୍ରଭାସ ଏବଂ ଶାହରୁଖଙ୍କ ଫିଲ୍ମର ସଂଘର୍ଷକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।
‘ଡଙ୍କି’ ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି ଏବଂ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ପ୍ରଥମେ ଏହି ଫିଲ୍ମର ଆଡଭାନ୍ସ ବୁକିଂ ବିଦେଶ ବଜାରରେ ଖୋଲିଥିବା ବେଳେ ଏଠାରୁ ମିଳୁଥିବା ପ୍ରତିକ୍ରିୟା ବର୍ତ୍ତମାନ ଉତ୍ସାହଜନକ ନୁହେଁ।
ପ୍ରଥମ ଦିନରେ ‘ଆନିମଲ୍’ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କାରେ ଓପନିଂ କରିଥିଲା। ଫିଲ୍ମ ରିଲିଜ୍ ହେବାର ତିନି ଦିନ ବିତିଗଲାଣି । ପ୍ରଥମ ସପ୍ତାହରେ ଫିଲ୍ମ ୩୫୦ କୋଟିରୁ ଅଧିକ ରୋଜଗାର କରିସାରିଛି।
ବର୍ଷର ଶେଷ ମାସରେ ଚାରୋଟି ବଡ ଫିଲ୍ମ ମୁକ୍ତିଲାଭ କରିବ। କୋଟି କୋଟି ଟଙ୍କା ବାଜିରେ ଲାଗିଥିବା ବେଳେ ଅନେକ ତାରକାଙ୍କ ଭାଗ୍ୟ ମଧ୍ୟ ଏହି ମାସରେ ସ୍ଥିର ହେବାକୁ ଯାଉଛି। ତେବେ ଆସନ୍ତୁ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ୪ଟି ବଡ ଫିଲ୍ମ ଉପରେ ନଜର ପକେଇବା...
ସୈଫ୍ ଅଲ୍ଲୀ ଖାନ ତାଙ୍କ କ୍ୟାରିଅରର ପିକ୍ ସମୟରେ ଏମିତି ପାଞ୍ଚଟି ବଡ ଭୁଲ୍ କରିଥିଲେ ଯେ ଯେଉଁଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଯଦି ଏହି ଭୁଲ୍ ସୈଫ କରି ନଥାନ୍ତେ ତେବେ ସେ ଆଜି ୩ ଖାନଙ୍କ ଉପରେ ଥାଆନ୍ତେ। ଆସନ୍ତୁ ଜାଣିବା ସୈଫ୍ ଅଲ୍ଲୀ ଖାନ୍ଙ୍କ ଏହି ୫ଟି ଭୁଲ କ’ଣ…
ପ୍ରଭାସଙ୍କ ‘ସାଲାର’ ଶାହରୁଖ ଖାନଙ୍କ 'ଡଙ୍କି' ସହିତ ବକ୍ସ ଅଫିସରେ ଲଢେଇ କରିବ ବୋଲି କୁହାଯାଉଥିବା ବେଳେ ଆସିଛି ନୂଆ ଖବର। ଏହା ଡଙ୍କି ସହ ଟକ୍କର ଦେବନି ବୋଲି କହିଛନ୍ତି ନିର୍ମାତା।
ଶାହରୁଖ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଏକ ଭିନ୍ନ ଭିନ୍ନ ଢଙ୍ଗରେ ଶୁଭ କାମନା ଜଣାଉଛନ୍ତି। ଏହି ଧାରାରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ମଧ୍ୟ ଶାହାରୁଖଙ୍କ ପ୍ରଶଂସକଙ୍କୁ 'ଡଙ୍କି' ଚଳଚ୍ଚିତ୍ରର ଟିଜର ରିଲିଜ କରି ଏକ ଟ୍ରିଟ୍ ଦେଇଛନ୍ତି।
ମଝି ଦରିଆରେ ବୁଡିଯାଉଥିବା ବଲିଉଡ୍କୁ ଉଦ୍ଧାର କରିଦେଇଛନ୍ତି ଶାହରୁଖ। ଫିଲ୍ମ 'ପଠାନ' ମାଧ୍ୟମରେ ସେ ବଲିଉଡ୍ର ମର୍ଯ୍ୟାଦାର ରଖିନେଇଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ଜବାନ’ର ସଫଳତାର ଉତ୍ସାହରେ ବ୍ୟସ୍ତଥିବା ବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ନଭେମ୍ବର ୨ ସବୁବେଳେ ଏକ ବିଶେଷ ଦିନ ହୋଇ ରହିବ।
ନିଜର ଖୋଲାଖୋଲି କଥା ପାଇଁ କଙ୍ଗନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏକ ବାର୍ତ୍ତାଳାପରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ସଂଗ୍ରାମ କେବେ ବ୍ୟକ୍ତିଗତ ନୁହେଁ। ସେ ତିନି ଖାନ୍ଙ୍କୁ ଟାର୍ଗେଟ୍ କରି କ’ଣ କହିଛନ୍ତି ଜାଣନ୍ତୁ।
ଏକ ବିଜ୍ଞାପନ କରି ପୁଣି ଫସିଛନ୍ତି ଅକ୍ଷୟ କୁମାର। ଏହି ବିଜ୍ଞାପନ ଯୋଗୁଁ ଅକ୍ଷୟଙ୍କୁ ଖୁବ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି।
ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ 'ଦ ଭ୍ୟାକ୍ସିନ୍ ୱାର୍' ସଂଗ୍ରହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ କହିଛନ୍ତି ଯେ ଯେହେତୁ ଲୋକମାନେ 'ଗଦର ୨' ଏବଂ 'ଜବାନ' ଦେଖିବା ପାଇଁ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ତେଣୁ ଆମର ଫିଲ୍ମ ଦେଖିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ।