Advertisment

ବାଜିରେ ଲାଗିଛି କୋଟି କୋଟି ଟଙ୍କା; ଡିସେମ୍ବରରେ ହେବ ଏମାନଙ୍କ ଭାଗ୍ୟ ପରୀକ୍ଷା

ବର୍ଷର ଶେଷ ମାସରେ ଚାରୋଟି ବଡ ଫିଲ୍ମ ମୁକ୍ତିଲାଭ କରିବ। କୋଟି କୋଟି ଟଙ୍କା ବାଜିରେ ଲାଗିଥିବା ବେଳେ ଅନେକ ତାରକାଙ୍କ ଭାଗ୍ୟ ମଧ୍ୟ ଏହି ମାସରେ ସ୍ଥିର ହେବାକୁ ଯାଉଛି। ତେବେ ଆସନ୍ତୁ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ୪ଟି ବଡ ଫିଲ୍ମ ଉପରେ ନଜର ପକେଇବା...

author-image
Pramod Behera
ଅଦ୍ୟତନ ହୋଇଛି
December 2023 Upcoming Movies

December big release four films are in line

ଦୀପାବଳି ଅବସରରେ ସଲମାନ ଖାନଙ୍କ ଫିଲ୍ମ 'ଟାଇଗର' 'ପରଦାକୁ ଆସିଥିଲା। ଏହି ଫିଲ୍ମକୁ ନେଇ ଅନେକ ହାଇପ୍ ମଧ୍ୟ ସୃଷ୍ଟି ହୋଇଥିଲା ଏବଂ ସ୍ପାଏ ୟୁନିଭର୍ସର ଏହି ଫିଲ୍ମ ମଧ୍ୟ ଭାରତୀୟ ଦର୍ଶକଙ୍କ ଭଲ ପାଇବା ପାଇଛି। ବର୍ତ୍ତମାନ ଦର୍ଶକ ଏବଂ ବାଣିଜ୍ୟ ବିଶ୍ଳେଷକଙ୍କ ଆଖି ଡିସେମ୍ବର ଉପରେ।

Advertisment

ବର୍ଷର ଶେଷ ମାସରେ ଚାରୋଟି ବଡ ଫିଲ୍ମ ମୁକ୍ତିଲାଭ କରିବ। କୋଟି କୋଟି ଟଙ୍କା ବାଜିରେ ଲାଗିଥିବା ବେଳେ ଅନେକ ତାରକାଙ୍କ ଭାଗ୍ୟ ମଧ୍ୟ ଏହି ମାସରେ ସ୍ଥିର ହେବାକୁ ଯାଉଛି। ତେବେ ଆସନ୍ତୁ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ୪ଟି ବଡ ଫିଲ୍ମ ଉପରେ ନଜର ପକେଇବା...

ଅଧିକ ପଢ଼ନ୍ତୁ: ରିଲିଜ୍ ହେଲା 'ସାମ୍ ବାହାଦୂର'ର ନୂଆ ଗୀତ ‘ବନ୍ଦା'; ଜବରଦସ୍ତ ମୁଡ୍‌ରେ ଭିକି

Advertisment

ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ଶାହାରୁଖ ଖାନଙ୍କର ଯିଏକି ତାଙ୍କର ଦୁଇଟି ବଡ ଫିଲ୍ମ ମାଧ୍ୟମରେ ଚଳିତ ବର୍ଷ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ବର୍ଷ ଆରମ୍ଭରେ ତାଙ୍କୁ 'ପଠାନ'ରେ ଏବଂ ପରେ' ଜୱାନ'ରେ ଦେଖିବାକୁ ମିଳିଥିଲା। ଏମାନଙ୍କ ବ୍ୟତୀତ ଆଉ ୩ ଜଣ ହିରୋ ଅଛନ୍ତି, ଯେଉଁମାନେ ଡିସେମ୍ବରରେ ନିଜ ଭାଗ୍ୟ ପରୀକ୍ଷା କରିବେ।

ସର୍ବପ୍ରଥମେ, ଡିସେମ୍ବର ପ୍ରଥମରୁ ରଣବୀର କପୁର ତାଙ୍କ ଫିଲ୍ମ ସହିତ ଦର୍ଶକଙ୍କୁ ମନୋରଂଜନ କରିବେ। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକ ଗ୍ୟାଙ୍ଗ୍‌ଷ୍ଟର୍‌ ଡ୍ରାମା ଏବଂ ଏହା ଡିସେମ୍ବର ୧ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ରଣବୀର କପୁରଙ୍କ ସହ ଅନୀଲ କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ନଜର ଆସିବେ। ରଣବୀରଙ୍କ କ୍ୟାରିୟର ପାଇଁ ଏହି ଫିଲ୍ମ ଗୁରୁତ୍ୱପୂର୍ଣ୍ଣ କାରଣ ତାଙ୍କୁ ପ୍ରଥମ ଥର ପାଇଁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଡିସେମ୍ବର ପ୍ରଥମ ଦିନରେ ଦୁଇଟି ଫିଲ୍ମ ମଧ୍ୟରେ ସଂଘର୍ଷ ହେବ। ଭିକି କୌଶଲ ମଧ୍ୟ ତାଙ୍କ ଫିଲ୍ମ 'ସାମ୍ ବାହାଦୂର'କୁ ରଣବୀର କପୁରଙ୍କ 'ଆନିମଲ୍‌' ସହିତ ଡିସେମ୍ବର ୧ରେ ରିଲିଜ୍ କରିବେ। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଭିକିଙ୍କ ସହ ଫାତିମା ସନା ଶେଖ ଏବଂ ସାନ୍ୟା ମଲହୋତ୍ରା ନଜର ଆସିବେ। ୫୦ କୋଟିରୁ ଅଧିକ ବଜେଟ୍‌ରେ ନିର୍ମିତ ଏହି ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି।

ଚଳିତ ବର୍ଷ ୨ଟି ବଡ ବ୍ଲକବଷ୍ଟର ଦେବା ପରେ ଶାହରୁଖ ଖାନ ଫିଲ୍ମ 'ଡଙ୍କି' ମାଧ୍ୟମରେ ବର୍ଷ ଶେଷରେ ଦର୍ଶକଙ୍କ ଆଗରେ ନଜର ଆସିବେ। ୧୦୦ କୋଟିରୁ ଅଧିକ ବଜେଟ୍‌ରେ ନିର୍ମିତ ଏହି ଫିଲ୍ମକୁ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଛନ୍ତି। ଶାହରୁଖ ଖାନଙ୍କ ସହ ତାପସୀ ପନ୍ନୁ ଏବଂ ଭିକି କୌଶଲ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

'ଆଦିପୁରୁଷ' ମାଧ୍ୟମରେ ଡିଜାଷ୍ଟର୍‌ର ସମ୍ମୁଖୀନ ହୋଇଥିବା ଅଭିନେତା ପ୍ରଭାସ ବର୍ଷ ଶେଷରେ ପୁଣି ଥରେ ବାଜି ଖେଳିବେ। ୪୦୦କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ପ୍ରଶାନ୍ତ ନୀଲଙ୍କ ଫିଲ୍ମ 'ସାଲାର' ଡିସେମ୍ବର ୨୨ରେ ରିଲିଜ ହେବ ଏବଂ ବିଶେଷ କଥା ହେଉଛି ଏହି ଫିଲ୍ମଟି ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହିତ ସଂଘର୍ଷ କରିବ। ଏଥିରୁ ଜଣାପଡୁଛି ବର୍ଷର ସବୁଠାରୁ ବଡ ସଂଘର୍ଷ ସିଧାସଳଖ ଏହି ମାସରେ ଦେଖାଯିବ।

Prabhas Bollywood Ranbir Kapoor Vicky Kaushal Shahrukh Khan
Advertisment
Advertisment