Advertisment

Advance Booking: ଆରମ୍ଭ ହେଲାଣି ‘ଡଙ୍କି ’- ‘ସାଲାର’ର ଆଡଭାନ୍ସ ବୁକିଂ; ଜାଣନ୍ତୁ କିଏ ଆଗରେ…

୨୧ ଏବଂ ୨୨ ଡିସେମ୍ବରକୁ ସମସ୍ତଙ୍କ ଅପେକ୍ଷା। କାରଣ ୨୦୨୩ର ଶାହରୁଖ ଖାନଙ୍କ ତୃତୀୟ ଫିଲ୍ମ ‘ଡଙ୍କି’ ଏବଂ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ମୁକ୍ତିଲାଭ କରିବାକୁ ଯାଉଛି। ଏନେଇ ଆରମ୍ଭ ହୋଇଯାଇଛି ଆଡଭାନ୍ସ ବୁକିଂ। ଜାଣନ୍ତୁ କିଏ ରହିଛି ଆଗରେ…

author-image
Pramod Behera
Salaar tickets sold more than dunki in 24 hours in advance booking

Salaar tickets sold more than dunki in 24 hours in advance booking

ଆଗକୁ ଆସୁଛି ଖ୍ରୀଷ୍ଟମାସ। ଏହି ଦିନ ଅପେକ୍ଷା ଲୋକେ ୨୧ ଏବଂ ୨୨ ଡିସେମ୍ବରରେ ଅଧିକ ଅପେକ୍ଷା କରିଛନ୍ତି। କାରଣ ୨୦୨୩ର ଶାହରୁଖ ଖାନଙ୍କ ତୃତୀୟ ଫିଲ୍ମ ‘ଡଙ୍କି’ ଏବଂ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ମୁକ୍ତିଲାଭ କରିବାକୁ ଯାଉଛି। ସୋସିଆଲ ମିଡିଆକୁ ଦେଖି ଏହି ଫିଲ୍ମଗୁଡ଼ିକର କ୍ରେଜ୍ ଜାଣିହେବ।

Advertisment

ବର୍ତ୍ତମାନ ଆଡଭାନ୍ସ ବୁକିଂକୁ ନେଇ ମଧ୍ୟ ଏହି ଦୁଇ ଫିଲ୍ମ ମଧ୍ୟରେ ଜୋର୍‌ଦାର୍ ପ୍ରତିଯୋଗିତା ଚାଲିଛି। ଏହି ସମୟରେ, ବୁକ୍ ମାଇ ଶୋ’(Book My Show)ର ‘ଡଙ୍କି’ ଏବଂ ‘ସାଲାର’ ପ୍ରଥମ ୨୪ ଘଣ୍ଟାରେ ବିକ୍ରି ହୋଇଥିବା ଟିକେଟ୍ ସଂଖ୍ୟା ବାହାରିଛି, ଯେଉଁଥିରେ କିଏ ଆଗରେ ଅଛି ତାହା ସ୍ପଷ୍ଟ ଭାବରେ ଦେଖାଯାଇପାରେ।

ବୁକ୍ ମାଇ ଶୋ’ରେ ‘ଡଙ୍କି’ ଏବଂ ‘ସାଲାର’ର ଅଗ୍ରୀମ ବୁକିଂ ଟିକେଟ୍ ଆକଳନ ପ୍ରକାଶ ପାଇଛି, ଯାହା ଅନୁଯାୟୀ ‘ସାଲାର’ ଶାହରୁଖ ଖାନଙ୍କ ‘ଡଙ୍କି’ଠାରୁ ବହୁ ଆଗରେ ରହିଛି। ତଥ୍ୟ ଅନୁଯାୟୀ, ‘ସାଲାର’ ୨୪ ଘଣ୍ଟା ମଧ୍ୟରେ ବୁକ୍ ମାଇ ଶୋ’ରେ ୩୭.୭୬K ଟିକେଟ୍ ବିକ୍ରି କରିଛି। ଯେଉଁଠି ‘ଡଙ୍କି’ ୨୮.୫୩K ଟିକେଟ୍ ବିକ୍ରି କରିଛି। ତଥାପି, ଏହି ସଂଖ୍ୟା କେବଳ ଗୋଟିଏ ପ୍ଲାଟଫର୍ମ ଅନୁଯାୟୀ।

Advertisment

ମୋଟାମୋଟି ଭାବେ, ଗତ ୨୪ ଘଣ୍ଟା ମଧ୍ୟରେ ଉଭୟ ଫିଲ୍ମର ବୁକିଂ ଦ୍ରୁତ ଗତିରେ ଚାଲିଛି। କୁହାଯାଉଛି ଯେ ସାଲାର ଅଗ୍ରିମ ଟିକେଟ୍ ବିକ୍ରି କରି ୧.୪୮ କୋଟି ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ‘ଡଙ୍କି’ ଅଗ୍ରୀମ ବୁକିଂରେ ୧.୨୪ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି।

ଶାହରୁଖ ଖାନଙ୍କ ଅଭିନୀତ ‘ଡଙ୍କି’ରେ ସୁପର୍‌ ଟ୍ୟାଲେଣ୍ଟେଡ୍ ଅଭିନେତା ବୋମନ ଇରାନୀ, ତାପସୀ ପନ୍ନୁ, ବିକି କୌଶଲ, ବିକ୍ରମ କୋଚର ଏବଂ ଅନିଲ ଗ୍ରୋଭରଙ୍କ ଭଳି ଷ୍ଟାର କାଷ୍ଟ ଅଛନ୍ତି। ରାଜକୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଗୌରୀ ଖାନ୍‌ଙ୍କ ଦ୍ୱାରା ନିର୍ମିତ ଏବଂ ଅଭିଜିତ ଯୋଶୀ, ରାଜକୁମାର ହିରାନୀ ଏବଂ କନିକା ଢିଲ୍ଲୋଂଙ୍କ ଦ୍ୱାରା ଲିଖିତ ‘ଡଙ୍କି’ ୨୧ ଡିସେମ୍ବର ୨୦୨୩ରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ପ୍ରଭାସଙ୍କ ‘ସାଲାର ପାର୍ଟ-୧’ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ବେଳେ ଏଥିରେ ମୀନାକ୍ଷୀ ଚୌଧୁରୀ, ପୃଥ୍ୱୀରାଜ ସୁକୁମାରନ, ଶ୍ରୁତି ହାସନ, ସରନ ଶକ୍ତି ଏବଂ ଇଶ୍ୱରୀ ରାଓ ନଜର ଆସିବେ। ଏହା ୨୨ ଡିସେମ୍ବରରେ ରିଲିଜ୍ ହେବାର ଯୋଜନା ରହିଛି।

Prabhas Bollywood Salaar Shahrukh Khan Pravas
Advertisment
Advertisment