Advertisment

Dunki Advance Booking: ରିଲିଜ୍ ହେବାକୁ ଆଉ ତିନି ଦିନ ବାକି; ଏବେଠାରୁ ୭୦ ଭାଗ ମଲ୍ଟିପ୍ଲେକ୍ସ ହାଉସ୍‌ଫୁଲ୍

‘ଡଙ୍କି’ର ଆଡଭାନ୍ସ ବୁକିଂକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ‘ଡଙ୍କି’ର ଆଗୁଆ ବୁକିଂ ହେତୁ ଭାରତରେ ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ହାଉସଫୁଲ୍ ହୋଇଗଲାଣି। ଏହା ସହିତ ଏହି ଫିଲ୍ମ କେତେ ରୋଜଗାର କରିବାକୁ ଯାଉଛି ତାହା ମଧ୍ୟ ପ୍ରକାଶ ପାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
70 percent of Indian multiplexes housefull for dunki

70 percent of Indian multiplexes housefull for dunki

ଶାହରୁଖ ଖାନ୍‌ଙ୍କ ‘ଡଙ୍କି’ ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି। ଶାହରୁଖଙ୍କ ବ୍ୟତୀତ ତାପସୀ ପନ୍ନୁ ଏବଂ ଭିକି କୌଶଲ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଶାହରୁଖଙ୍କ ‘ପଠାନ’ ଏବଂ ‘ଜବାନ’ଙ୍କ ପରି ‘ଡଙ୍କି’ ମଧ୍ୟ ଆଗୁଆ ବୁକିଂରେ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଉଛି।

Advertisment

ଏହାରି ଭିତରେ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ଡଙ୍କିର ଆଗୁଆ ବୁକିଂ ହେତୁ ଭାରତରେ ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ହାଉସଫୁଲ୍ ହୋଇଗଲାଣି। ଏହା ସହିତ ଏହି ଫିଲ୍ମ କେତେ ରୋଜଗାର କରିବାକୁ ଯାଉଛି ତାହା ମଧ୍ୟ ପ୍ରକାଶ ପାଇଛି।

‘ଡଙ୍କି’ ଆଡ୍‌ଭାନ୍ସ ବୁକିଂ ଏବଂ ବକ୍ସ ଅଫିସ୍ ସଂଗ୍ରହ ବିଷୟରେ ବଲିଉଡ ଅଭିନେତା KRK ପ୍ରକାଶ କରିଛନ୍ତି। KRK ସବୁବେଳେ ନିଜକୁ ଜଣେ ଚଳଚ୍ଚିତ୍ର ସମାଲୋଚକ ଭାବରେ ବିବେଚନା କରନ୍ତି ଏବଂ ପ୍ରତ୍ୟେକ ଚଳଚ୍ଚିତ୍ର ବିଷୟରେ ନିଜର ମତାମତ ଦିଅନ୍ତି।

Advertisment

ସେ ତାଙ୍କର X ଆକାଉଣ୍ଟରେ ‘ଡଙ୍କି’ର ଆଡ୍‌ଭାନ୍ସ ବୁକିଂକୁ ନେଇ ଲେଖିଛନ୍ତି ଯେ “ଆଡ୍‌ଭାନ୍ସ ବୁକିଂ କାରଣରୁ ପୂରା ଭାରତରେ ପାଖାପାଖି ୭୦ ଭାଗ ମଲ୍ଟିପ୍ଲେକ୍ସ ଥିଏଟର ପ୍ରଥମ ଦିନ ହାଉସ୍‌ଫୁଲ୍ ହୋଇଗଲାଣି। ଏହା ହେଉଛି ପ୍ରମାଣ ଯେ ‘ଡଙ୍କି’ର ପ୍ରଥମ ଦିନର ବ୍ୟବସାୟ ୫୦ କୋଟି ଟଙ୍କା ହେବ ଏବଂ ଲାଇଫ୍‌ ଟାଇମ୍ ଆୟ ୫୦୦ କୋଟି ଟଙ୍କା ହେବ। ୨୦୨୩ରେ ଶାହରୁଖ ଖାନ ଏଭଳି ରେକର୍ଡ ସୃଷ୍ଟି କରିବେ, ଯାହାକି କେହି ଭାଙ୍ଗିପାରିବେ ନାହିଁ।”

KRKଙ୍କର ଏହି ପୋଷ୍ଟ୍‌ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଶାହରୁଖ ଖାନଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ପୋଷ୍ଟ୍‌ରେ ମନ୍ତବ୍ୟ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ରାଜକୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଗୌରୀ ଖାନଙ୍କ ଦ୍ୱାରା ନିର୍ମିତ ‘ଡଙ୍କି’ ୨୧ ଡିସେମ୍ବର ୨୦୨୩ରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ‘ଡଙ୍କି’ ସହ ପ୍ରଭାସଙ୍କ ‘ସାଲାର୍‌’ ମଧ୍ୟ ଆସୁଛି। ଏହି ଚଳଚ୍ଚିତ୍ରଟି ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯେଉଁଥିରେ ମୀନାକ୍ଷୀ ଚୌଧୁରୀ, ପୃଥ୍ୱୀରାଜ ସୁକୁମାରନ୍, ଶ୍ରୁତି ହାସନ, ସରନ ଶକ୍ତି ଏବଂ ଇଶ୍ୱରୀ ରାଓ ନଜର ଆସିବେ। ଏହା ୨୨ ଡିସେମ୍ବରରେ ରିଲିଜ୍ ହେବ।

Bollywood Vicky Kaushal Shahrukh Khan
Advertisment
Advertisment