Advertisment

ସୈଫ୍ ଅଲ୍ଲୀ ଖାନ୍ ଏହି ୫ ଭୁଲ୍ କରି ନଥିଲେ ଆଜି ଥାଆନ୍ତେ ୩ ଖାନଙ୍କ ଉପରେ

ସୈଫ୍‌ ଅଲ୍ଲୀ ଖାନ ତାଙ୍କ କ୍ୟାରିଅରର ପିକ୍‌ ସମୟରେ ଏମିତି ପାଞ୍ଚଟି ବଡ ଭୁଲ୍ କରିଥିଲେ ଯେ ଯେଉଁଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଯଦି ଏହି ଭୁଲ୍‌ ସୈଫ କରି ନଥାନ୍ତେ ତେବେ ସେ ଆଜି ୩ ଖାନଙ୍କ ଉପରେ ଥାଆନ୍ତେ। ଆସନ୍ତୁ ଜାଣିବା ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଏହି ୫ଟି ଭୁଲ କ’ଣ…

author-image
Pramod Behera
Saif ali khan rejected tehse 5 films that turned out blockbuster

Saif ali khan rejected tehse 5 films that turned out blockbuster

ବଲିଉଡର ଛୋଟେ ନବାବ ସୈଫ୍‌ ଅଲ୍ଲୀ ଖାନଙ୍କ ଲୋକ ପ୍ରିୟତା କମ ନୁହେଁ। ଅଭିନୟ କ୍ୟାରିୟରର ତିରିଶ ବର୍ଷ ମଧ୍ୟରେ ସୈଫ୍ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଚରିତ୍ରରେ ଅଭିନୟ କରି ଜଣେ ପୋଖତ ଅଭିନେତା ହେବାରେ ପ୍ରମାଣ କରିଦେଇଛନ୍ତି। ତେବେ ସୈଫ୍‌ ଅଲ୍ଲୀ ଖାନ ୩୦ ବର୍ଷ ପୂର୍ବେ ଫିଲ୍ମ 'ପରମ୍ପରା' ସହିତ ବଲିଉଡ୍‌ରେ ପ୍ରବେଶ କରିଥିଲେ।

Advertisment

ବର୍ତ୍ତମାନ ସମୟରେ ସୈଫ୍‌ ଅଲ୍ଲୀ ଖାନଙ୍କ ଅନେକ ଫିଲ୍ମ ବ୍ଲକ୍‌ବଷ୍ଟର୍‌ ହିଟ୍ ହୋଇଛି। ତେବେ ତାଙ୍କ କ୍ୟାରିଅରର ପିକ୍‌ ସମୟରେ ସୈଫ୍‌ ଏମିତି ପାଞ୍ଚଟି ବଡ ଭୁଲ୍ କରିଥିଲେ ଯେ ଯେଉଁଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ପ୍ରକୃତରେ ସେ ତାଙ୍କ କ୍ୟାରିୟରର ସେହି ସମୟରେ ବ୍ଲକବଷ୍ଟର ପିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଯାହା ତାଙ୍କ କ୍ୟାରିୟରକୁ ଆଗକୁ ନେବାକୁ ବାଧା ସୃଷ୍ଟିଥିଲା ଆଉ ଏହାର ଫାଇଦା ନେଇଥିଲେ ଆମୀର ଖାନ, ସଲମାନ ଖାନ ଏବଂ ଶାହାରୁଖ ଖାନ। ଏହି ଫିଲ୍ମଗୁଡିକ ଏମାନଙ୍କ ପ୍ରତିଭାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥିଲା। ଯଦି ଏହି ଭୁଲ୍‌ ସୈଫ କରି ନଥାନ୍ତେ ତେବେ ସେ ଆଜି ଏହି ୩ ଖାନଙ୍କ ଉପରେ ଥାଆନ୍ତେ।

ଆସନ୍ତୁ ଜାଣିବା ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଏହି ୫ଟି ଭୁଲ କ’ଣ…

ଦିଲ୍‌ୱାଲେ ଦୁଲ୍‌ହନିୟା ଲେ ଜାଏଙ୍ଗେ:

ସୁପରହିଟ୍ ଫିଲ୍ମ 'ଦିଲ୍‌ୱାଲେ ଦୁଲ୍‌ହନିୟା ଲେ ଜାଏଙ୍ଗେ'କୁ ନେଇ କୁହାଯାଇଛି ଯେ ଶାହରୁଖଙ୍କ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ତାରିଖ ଅଭାବରୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହି ସୁପର୍‌ହିଟ୍ ଫିଲ୍ମ ଶାହରୁଖ ଖାନଙ୍କୁ ବଲିଉଡ୍‌ର କିଙ୍ଗ୍‌ କରିବାରେ ଏକ ପ୍ରମୁଖ ଭୂମିକା ନେଇଥିଲା।

Advertisment

ତଲାଶ୍:

ଏକ ନେଟୱାର୍କକୁ ଦିଆଯାଇଥିବା ଏକ ସାକ୍ଷାତକାରରେ କରୀନା କପୁର ପ୍ରକାଶ କରିଥିଲେ ଯେ ଆମୀର ଖାନଙ୍କ ପୂର୍ବରୁ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ 'ତଲାଶ୍‌' ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଫର୍‌ ଦିଆଯାଇଥିଲା। କିଛି କାରଣରୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ଏହି ଭୂମିକା ଆମୀର ଖାନଙ୍କ ନିକଟକୁ ଯାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା।

ରେସ୍ ୩:

ଏକ ସାକ୍ଷାତକାରରେ ସୈଫ୍‌ ଅଲ୍ଲୀ ଖାନ କହିଥିଲେ ଯେ ଫିଲ୍ମ 'ରେସ୍‌ ୩' 'ପାଇଁ ତାଙ୍କୁ ଏକ ଅଫର ମଧ୍ୟ ମିଳିଥିଲା କିନ୍ତୁ କିଛି କାରଣରୁ ସେ ଏହି ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ଏହି ମୁଖ୍ୟ ଭୂମିକା ସଲମାନ ଖାନଙ୍କୁ ଦିଆଯାଇଥିଲା। ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ବବି ଦେଓଲ, ଅନିଲ କପୁର, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ଅନ୍ୟାନ୍ୟ କଳାକାର ମଧ୍ୟ ଥିଲେ। ଏହି ଫିଲ୍ମକୁ ଦର୍ଶକମାନେ ମଧ୍ୟ ଖୁବ୍ ପସନ୍ଦ କରିଥିଲେ।

ଦେବଦାସ୍‌:

ସଞ୍ଜଲ ଲୀଲା ଭନସାଲୀଙ୍କ ଫିଲ୍ମ ଦେବଦାସ୍‌ରେ ସୈଫ୍‌ ଅଲି ଖାନଙ୍କୁ ମଧ୍ୟ ଏକ ଭୂମିକା ପ୍ରଦାନ କରାଯାଇଥିଲା। ଏହି ଫିଲ୍ମରେ ସେ ଚୁନ୍ନୀଲାଲଙ୍କ ଭୂମିକାରେ ଅଭିନୟ କରିବାକୁ ଅଫର ପାଇଥିଲେ। ସେ କିନ୍ତୁ ଏହି ଭୂମିକାକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ପରେ ଜ୍ୟାକି ଶ୍ରଫ୍‌ଙ୍କ ଦ୍ୱାରା ଏହା କରାଯାଇଥିଲା। ତେବେ ଫିଲ୍ମର ଏହି ଚରିତ୍ର ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା।

କୁଛ୍‌ କୁଛ୍ ହୋତା ହେ:

ଶାହରୁଖ, ସଲମାନ, କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କ ଫିଲ୍ମ 'କୁଛ୍ କୁଛ୍ ହୋତା ହେ' ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ସୈଫ୍‌ ମଧ୍ୟ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏକ ସାକ୍ଷାତକାରରେ ସେ ମଧ୍ୟ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ।

Salman Khan Saif Ali Khan Bollywood Aamir Khan Shahrukh Khan
Advertisment
Advertisment